ଶେରଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
ଗଞ୍ଜାମ ୧୧/୦୩ : ନୂତନ ପେନସନ ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଶେରଗଡ଼ ବ୍ଲକ୍ ଶାଖା ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଠିକାନିଯୁକ୍ତି ଉଚ୍ଛେଦ , ଠିକା କାର୍ଯ୍ୟକାଳକୁ ୬ ଟି ଇଂକ୍ରିମେଣ୍ଟ ପ୍ରଦାନ ସହ ଚାକିରୀ କାଳ ଗଣନା ଲାଗୁ , ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ , ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ , ୨୦୦୧ରୁ ନିଯୁକ୍ତ ଶିକ୍ଷା ସହାୟକ ପଦବୀର ଶିକ୍ଷକଙ୍କ ବର୍ଗୀକରଣ ବ୍ୟବସ୍ଥା ଉଚ୍ଛେଦ କରିବା ସମେତ ବିଭିନ୍ନ ଦାବୀ ପୂରଣ ନେଇ ଆଜି ମୁଖ୍ୟମନ୍ତ୍ରୀ , ୫ଟି ସଚିବ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ବ୍ଲକ୍ ଶିକ୍ଷାଧିକାରୀଙ୍କ ଜରିଆରେ ମୌଳିକ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତି ଅରୁଣ କୁମାର ସ୍ୱାଇଁ, ସମ୍ପାଦକ ଜଗନ୍ନାଥ ସେଠୀ, କୋଷାଧକ୍ଷ ସୁଦର୍ଶନ ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କନିଷ୍ଠ ଶିକ୍ଷକ ସିଆରସିସି ପ୍ରମୁଖ ଯୋଗ ଦେଇ ଦୀର୍ଘ ୨୨ ବର୍ଷ ଧରି ପ୍ରାଥମିକ ଶିକ୍ଷକଙ୍କୁ କ୍ରମାଗତ ସରକାରି ଅବହେଳାର ତୀବ୍ର ପ୍ରତିବାଦ କରିଥିଲେ । ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଦାବୀ ପୂରଣ ନହେଲେ ଆଗାମୀ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ କ୍ଷୋଭର ସହ ପ୍ରତିକ୍ରିୟା ରଖାଯାଇଛି ।
ଗଞ୍ଜାମରୁ ଜଗନ୍ନାଥ ପାଣିଗ୍ରାହୀଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା