March 11, 2026

ଅସ୍ତରଙ୍ଗ=ପିରଜାହାନୀଆଁ ରାସ୍ତା ଓ ଆର, ଆଇ କାର୍ଯାଳୟ ର ଭିତ୍ତି ପ୍ରସ୍ତର ଉତ୍ସବ

WhatsApp Image 2023-03-11 at 19.52.23
Share


ଅସ୍ତରଙ୍ଗ,,ଓଡ଼ିଶାର ସର୍ବ ବୃହତ୍ତମ ଶୁ ଦୀର୍ଘ ବେଳାଭୂମି ,ପିର ଜାହାନିଆ ଓ ତାର ସନ୍ନିକଟ ଗଙ୍ଗଦେବି ପର୍ଯଟନ ସ୍ଥଳୀ କୁ ପର୍ଯ୍ୟଟକ ମାନେ ଯାତାୟାତ ନିମନ୍ତେ ଅସ୍ତରଙ୍ଗ ବଜାର ଠାରୁ ସଂଯୋଗ କରୁଥିବା ରାସ୍ତା , ର ପ୍ରସସ୍ଥ ନିମନ୍ତେ ଶନିବାର ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଅଛି । ଆଗରୁ ଥିବା ପାଞ୍ଚ କିଲୋମିଟର ପାଞ୍ଚ ଶହ ମିଟର ରାସ୍ତା ର ଦୁଇ ସାଇଡ ଚଉଡା ପାଇଁ ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ୬କୋଟି ୩୭ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡିଛି । ରାସ୍ତା ର ଦୁଇ ସାଇଡ ଓସାର ଓ ପୂର୍ବରୁ ଥିବା ରାସ୍ତା ରେ୨’୨ଇଟା ଓ କଂକ୍ରିଟ ରହିଥିବା ବେଳେ,୨’୯ ପିଚୁ ରହିଅଛି । ଆଜିର ଏହି ଭିତ୍ତି ପ୍ରସ୍ଥର ଉତ୍ସବ ରେ ମାନ୍ୟବର କ୍ରୀଡା ,ଯୁବ ଓ ଗୃହ ରାଷ୍ଟ୍ରମନ୍ତ୍ରୀ,ତୁଷାର କାନ୍ତି ବେହେରା,ଜଗତସିଂହପୁର ସାଂସଦ, ଡକ୍ଟର ରାଜଶ୍ରୀ ମଲ୍ଲିକ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ସ୍ଵାଧୀନ କୁମାର ନାୟକ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତ୍ୟି ର୍ମୟ ଦଳାଇ, ସୁପରଡେଣ୍ଟ ଇଞ୍ଜିନିୟର,ସତ୍ୟଜିତ ଦଳାଇ, ଠିକାଦାର ମନୋରଞ୍ଜନ ସ୍ବାଇଁ ,ପ୍ରମୁଖ ଭିତ୍ତି ପ୍ରସ୍ତର ଉତ୍ସବ ରେ ଉପସ୍ଥିତ ରହି,ପୁରୋହିତ ଙ୍କ ମନ୍ତ୍ର ଧୋନି ଉଚ୍ଚାରଣ ପରେ ନଡ଼ିଆ ବାଡୋଇ ଫଳକ ଉନ୍ମଚନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ,ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଶତପଥୀ,କନିଷ୍ଟ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ତାଡ଼,ସରପଞ୍ଚ ଯଶୋବନ୍ତ ନାୟକ,ସମିତି ସଭ୍ୟ,ମନ୍ଦାକିନୀ ଛାଟୋଇ,ଭୀମସେନ ସ୍ବାଇଁ,ଚମ୍ପକ ବାରିକ,କେଦାର ନାଥ ବିଶ୍ଵାଳ, ମହିଳା ଗୋଷ୍ଠୀ ଆଦି ଉପସ୍ଥିତ ରହି ଥିଲେ ।ପ୍ରାରମ୍ଭ ରେ ଉତ୍ସବ ସ୍ଥଳକୁ ବାଜା ଓ ବାଣ ଫୁଟାଇ ମହିଳା ଦଳ ଙ୍କ ଗହଣରେ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା ।
ଅପର ପକ୍ଷରେ,ଅସ୍ତରଙ୍ଗ ବ୍ଲକ ଅଧୀନ ମାଣ୍ଡୁକି ଗ୍ରାମପଞ୍ଚାୟତ ର ପୋଟଳ ଛକ ଠାରେ ୩୦ଲକ୍ଷ୍ୟ ଟଙ୍କାର ଏକ ନୂତନ ଆର ଆଇ କାର୍ଯ୍ୟାଳୟ କୁ ମନ୍ତ୍ରୀ ଓ ସଂସଦ ପ୍ରଭୁତି ଭିତ୍ତି ପ୍ରସ୍ତର ସ୍ଥାପନା କରିଥିବା ଜଣା ପଡିଛି ।

ଦୁଃଶାସନ ନାୟକ,ଅସ୍ତରଙ୍ଗ