March 10, 2026

ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ର ଆକାଶ ଛୁଆଁ ଦର ବୃଦ୍ଧି ବିରୋଧରେ ସି ପି ଆଇ (ଏମ)ପ୍ରତିବାଦ

WhatsApp Image 2023-03-11 at 19.22.47m
Share

ରଣପୁର, ୧୧/୦୩(ଉପାନ୍ତ ଓଡିଶା ) ରଣପୁରରେ ସି ପି ଆଇ (ଏମ) ତରଫରୁ ପଞ୍ଚୁଦୋଳ ପଡ଼ିଆରେ ଏକ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧି ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି।ସାଥୀ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ବି ଜେ ପି ନେତୃତ୍ବାଧୀନ ମୋଦୀ ସରକାରଙ୍କ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନ କରିବା ସହ ମୋଦୀ ସରକାର ଙ୍କ ଆଛେଦିନ କୁଆଡେ ଗଲା ବୋଲି ବକ୍ତା ମାନେ ପ୍ରଶ୍ନ କରିଥିଲେ।୧୦୦ ଦିନରେ ଦରଦାମ କମେଇ ଦେବାର ପ୍ରତିଶୃତି ଦେଇଥିବା ମୋଦୀ ସରକାର ୯ ବର୍ଷର ଶାସନ କାଳରେ ବାରମ୍ବାର ରନ୍ଧନ ଗ୍ୟାସର ଦର ବଢ଼ାଇ ୪୧୦ ଟଙ୍କାରୁ ଆଜି ୧୨୦୦ ଟଙ୍କା କରିଥିଲା ବେଳେ ଜୀବନ ରକ୍ଷାକାରୀ ଔଷଧ ଓ ଖାଦ୍ୟ ସାମଗ୍ରୀ ଉପରେ GST ଲଗାଇ ଜନତା ଜନାର୍ଦ୍ଧନଙ୍କ ପେଟକୁ ନାତ ମାରୁଛନ୍ତି ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ତା ସାଙ୍ଗକୁ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସରେ ମୋଦୀ ସରକାର କେନ୍ଦ୍ର ବଜେଟରେ ରିହାତି ଦେବା ପରିବର୍ତ୍ତେ ୬୯୦୦କୋଟି ଟଙ୍କା ଓ ଖାଉଟି କ୍ଷେତ୍ରରେ ୯୦ହଜାର କୋଟି ଟଙ୍କା କାଟି ଜନ ଜୀବନକୁ ରସାତଳ କୁ ନେବାକୁ ପ୍ରୟାସ କରିଛନ୍ତି ବୋଲି ବକ୍ତା ମାନେ କହିଥିଲେ।ସରକାର ତୁରନ୍ତ ବିଚାର କରି ରିହାତି ଦରଦାମ ନିୟନ୍ତ୍ରଣ ପାଇଁ ଦାବୀ କରିବାକୁ ଜନ ସାଧାରଣ ଆଗେଇ ଆସି ଆଗାମୀ ଦିନରେ ଉଚିତ ଶିକ୍ଷା ଦେବାକୁ ଆହ୍ବାନ ଦେଇଥିଲେ। ଆନ୍ଦୋଳନ କାରୀ ମାନେ ଦରବୃଦ୍ଧି କାରୀ ମୋଦୀ ଙ୍କ କୁସପୁତ୍ତଳିକା ଦାହ କରିଥିଲେ।ଏହି ପ୍ରତିବାଦ ଆନ୍ଦୋଳନରେ ପାର୍ଟିର ବରିଷ୍ଟ ନେତା ନିତ୍ୟାନନ୍ଦ ପରିଡା ,ସଂଯୁକ୍ତା ସେଠୀ, ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି,କୁଳମଣି ପଳେଇ,ଧନେଶ୍ୱର ନାଏକ, ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସେନାପତି ,ଶ୍ରଦ୍ଧାଞ୍ଜଳି ନାୟକ ଓ ଆରତୀ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)