November 15, 2024
Share

*ଖବର ଆଜିର*

ତାରିଖ ୧୧/୦୩/୨୦୨୩ ଶନିବାର ।

 

୧-ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତୃ ବିୟୋଗ, ୨୦ ମହଲାରୁ ଖସି ପଡ଼ିଲେ ।

 

୨-ମାଓନେତାଙ୍କ ମା’ଙ୍କ ଶବ କାନ୍ଧେଇ ଚର୍ଚ୍ଚାରେ ଆନ୍ଧ୍ର ପୋଲିସ ଅଧିକାରୀ। ୨୫ ବର୍ଷ ହେଲା ମାଓ ସଂଗଠନର ସାମିଲ ହୋଇ ଘରକୁ ଫେରିନି ପୁଅ।

 

୩-ଭୁଷଣ୍ଡପୁରେ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ।

 

୪-ଖୁବଶୀଘ୍ର ଆସିବ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ୍ । ଚଳିତ ଅଧିବେଶନରେ ବିଲ୍ ଆଗତ ପାଇଁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ।

 

୫-ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ-ସୁନ୍ଦରଗଡ଼ ଜିଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି ।

 

୬-୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର, ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ କରୁଥିଲେ ପ୍ରୟାସ ।

 

୭-ଓଡ଼ିଶାରେ ସନ୍ଦିଗ୍ଧ ପାରାକୁ ନେଇ ବଢ଼ିଲା ଆଶଙ୍କା । ଭାରତରେ ଗୁଇନ୍ଦାଗିରି କରୁଛି କି ଡ୍ରାଗନ ? ସିଏଫଏସଏଲରେ ହୋଇପାରେ ପାରାର ଡିଏନଏ ପରୀକ୍ଷା ।

 

୮-ୟୁକ୍ରେନ ଉପରେ ରୁଷର ସବୁଠୁ ବଡ ମିସାଇଲ ଆକ୍ରମଣ । ୧୦ ପ୍ରାନ୍ତରେ ୮୦ ମିସାଇଲ ମାଡ କଲା କ୍ରେମଲିନ ଘଟଣାରେ ୧୧ଜଣଙ୍କ ମୃତ୍ୟୁ ।

 

୯-୩ୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି-ଜିନପିଙ୍ଗ । ଭାଙ୍ଗିଲେ ଚୀନ କମ୍ୟୁନିଷ୍ଟ ପାର୍ଟିର ୪୦ବର୍ଷର ପୁରୁଣା ନିୟମ ।

 

୧୦-ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ନିଆଁ, ସିରିଏଲ ସୁଟିଂ ସେଟ୍ ଜଳିପୋଡ଼ି ପାଉଁଶ ।

 

୧୧-କେନ୍ଦ୍ର ବିରୋଧରେ ବିଆରଏସ ନେତ୍ରୀ କେ.କବିତାଙ୍କ ଋଣ ହୁଙ୍କାର । ମହିଳା ସଂରକ୍ଷଣ ବିଲ ଦାବିରେ ଜନ୍ତରମନ୍ତରରେ ଦିନିକିଆ ଅନଶନ ।

 

୧୨-ସିବିଆଇ ପରେ ୭ ଦିନିଆ ଇଡି ରିମାଣ୍ଡରେ ସିସୋଦିଆ।

 

୧୩-ଚାରି ସପ୍ତାହର ହ୍ରାସ ପରେ ବୃଦ୍ଧି ଦେଖିଲା ବିଦେଶୀ ମୁଦ୍ରା ଭଣ୍ଡାର, ବଢିଲା ୧.୪୫ ବିଲିୟନ ଡଲାର।

 

୧୪-ଶାଶୂଙ୍କ ଅତ୍ୟାଚାରରେ ଜ୍ୱାଇଁ ଅତିଷ୍ଠ । ଲାଇଭ ଭିଡିଓ କରି ଝୁଲି ପଡ଼ିଲେ ବାଲେଶ୍ୱର ଅଞ୍ଚଳର ରାଜକିଶୋର । ।

 

୧୫-ପୁରୀରେ ପୁଣି ଅଗ୍ନିକାଣ୍ଡ ଘଟିଛି। ଆଜି ନୀଳାଦ୍ରି କମ୍ପ୍ଲେକ୍ସ ଶୋ’ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ନୀଳାଦ୍ରି କମ୍ପ୍ଲେକ୍ସରେ ରହିଛି ଓଡ଼ିଶା ହ୍ୟାଣ୍ଡଲୁମ ଶୋ’ ରୁମ।

 

୧୬-ଜେଏନୟୁ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ : ସାର୍ବଭୌମିକତା ଏବଂ ମାନବବାଦ ଭାରତୀୟ ବିଚାରର ଅବିଚ୍ଛେଦ୍ୟ ଅଙ୍ଗ – ରାଷ୍ଟ୍ରପତି ।

 

୧୭-ଫ୍ରାଞ୍ଚାଇଜ୍ କ୍ରିକେଟ୍ ଯୋଗୁ ହ୍ରାସ ପାଉଛି ଅନ୍ତର୍ଜାତୀୟ କ୍ରିକେଟର ମଜା । ଚିନ୍ତା ପ୍ରକାଶ କଲା ଏମସିସି ।

 

୧୮-ରାମଚନ୍ଦ୍ର ପଉଡେଲ ହେଲେ ନେପାଳର ନୂଆ ରାଷ୍ଟ୍ରପତି ।

 

୧୯-ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ କାର୍ଯ୍ୟଦିବସ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଚଳ ହୋଇପଡ଼ିଥିଲା। ବିରୋଧୀ ପୁନର୍ବାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ କ୍ରାଇମ ବ୍ରାଞ୍ଚ ବିଫଳ ହୋଇଥିବା ଅଭିଯୋଗ କରିବା ସହିତ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ।

 

୨୦-ଟ୍ବିଟରକୁ ଟକ୍କର ଦେବାକୁ Metaର ଯୋଜନା, ୟୁଜରଙ୍କ ପାଇଁ ଆଣୁଛି ନୂଆ ଆପ୍‌ ।

 

୨୧-FIH Pro League: ୩-୨ରେ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଲା ଭାରତ, ସୁଖଜିତ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ।

 

୨୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଗିନିଜ୍‌ ବୁକ୍‌ ରେକର୍ଡ ସାର୍ଟିଫିକେଟ୍‌। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସାର୍ଟିଫିକେଟ୍‌ ମିଳିଛି।

 

ସୁପ୍ରଭାତ ,ଶୁଭ ସକାଳ ।