April 25, 2026

ନୂତନ ପେନସନ ଯୋଜନା (NPS) ସଚେତନ‌ତା ଶିବିର ଆୟୋଜିତ

IMG-20260211-WA0047
Share

 

ରାୟଗଡା:- ତାରିଖ ୧୧-୦୨-୨୬(ବୁଧବାର)

ଦିନ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ରାୟଗଡ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନା (NPS) ସମ୍ପର୍କିତ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା I ଏହି ଶିବିରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ NPS ସମ୍ପର୍କିତ ସଚେତନତା ଏବଂ ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ବିସ୍ତୃତ ଆଲୋଚନା କରାଯାଇଥୁଲା l ଏହି ଅବସରରେ କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ବରରୁ ମନୋରଞ୍ଜନ ସାହୁ, ହିସାବ ଅଧୁକାରୀ ଓ ଅରବିନ୍ଦ ସାହୁ, ହିସାବ ଅଧିକାରୀ ଉପସ୍ଥିତ ରହି NPS ସମ୍ପର୍କିତ ବିଭିନ୍ନ ପ୍ରାୟୋଗିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ I NPS ଖାତା ଖୋଲିବା, ଅଂଶଧାନ ଜମା, ସଂଶୋଧନ ପ୍ରକ୍ରିୟା, ଅଭିଯୋଗ ନିରାକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟରେ ସେମାନେ ସ୍ପଷ୍ଟ ବ୍ୟାଖ୍ୟା ଦେଇଥିଲେ।

 

ଏହି ଶିବିରରେ ଶ୍ରୀମତୀ ମିତତ୍ସନା ରାଉତ ଜିଲ୍ଲା କୋଷାଗାର ଅଧୂକାରୀ, ଶ୍ରୀ ପଙ୍କଜ କୁମାର ମଣ୍ଡଳ,ଅତିରିକ୍ତ କୋଷାଗାର ଅଧିକାରୀ, ଉପ-କୋଷାଗାର ଅଧୁକାରୀମାନେ, ବିଭିନ୍ନ ବିଭାଗର ଉଠାଣ ଓ ବିତରଣ ଅଧୁକାରୀ (DDO), NPS ଅନ୍ତର୍ଗତ କର୍ମଚାରୀ (Subscribers) l କୋଷାଗାର କର୍ମଚାରୀମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଅଂଶଗ୍ରହଣକାରୀମାନେ ନିଜ-ନିଜ ସମସ୍ୟା ଉପସ୍ଥାପନ କରିଥିବାବେଳେ, ସଂସlଧକ ବ୍ୟକ୍ତିମାନେ ସେଗୁଡ଼ିକର ସମାଧାନ ସମ୍ପର୍କରେ ଯଥାଯଥ ମାର୍ଗଦର୍ଶନ ପ୍ରଦାନ କରିଥିଲେ I

 

ଶିବିର ଶେଷରେ ଏପରି ସଚେତନ‌ତା କାର୍ଯ୍ୟକ୍ରମ NPS ଅନ୍ତର୍ଗତ କର୍ମଚାରୀମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ମତ ପ୍ରକାଶ ପାଇଥିଲା Iରାୟଗଡା ରୁ ରବିରାଜ ବୈଦ୍ୟଙ୍କ ରିପୋର୍ଟ