ଫ୍ରେଣ୍ଡସ ଫେମେଲି ୭ମ ବାର୍ଷିକ ଉତ୍ସବ ….
ବାଲେଶ୍ବର ( ଦେବାଶିଷ ଦାଶ )
ସଦର ବ୍ଲକ ଅନ୍ତର୍ଗତ ରୂପସା ପୋଡ଼ାଡିହା ନିକଟ ରେ ଥିବା ଫ୍ରେଣ୍ଡସ ଫେମେଲି ର ସପ୍ତମ ବାର୍ଷିକ ଉତ୍ସବ ଓ ମାଛ ଚାଷ ପ୍ରଶିକ୍ଷଣ ଶିବିରସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଉତ୍ତର ଓଡ଼ିଶା ଏକୁଆଫିସ ଫିଡ ଟେକ୍ନିକାଲ ଡ. ଅବରଲାଲ ଦତ୍ତା, ମୁଖ୍ୟ ବକ୍ତା ଜିଲ୍ଲା ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟଗି କୋଡ଼ିନେଟର ଅଭିଜିତ ପାଢ଼ୀ, ସମ୍ମାନିତ ଅତିଥି ଏବିସ ଫିଡ୍ସ ଏରିଆ ମ୍ୟାନେଜର ବୀରେନ କୁମାର ମହାପାତ୍ର , ସତନ୍ତ୍ର ଅତିଥି ଭାବେ ୨୮ ନମ୍ବର ଜିଲ୍ଲା ପରିଷଦ ସଞ୍ଜୟ କୁମାର ସେଠୀ ଯୋଗ ଦେଇ ଉପସ୍ଥିତ ଶତାଧିକ ମାଛ ଚାଷୀ , କୁକୁଡ଼ା ଚାଷୀ ଙ୍କୁ କିଭଳି ଚାଷ କଲେ କଉ କଉ ଖାଦ୍ୟ , କିଭଳି ପୋଖରୀ ର ଯତ୍ନ ନେବେ ସେହି ବିଷୟ ରେ ପ୍ରଶିକ୍ଷଣ ଦେଇଥିଲେ । ଫ୍ରେଣ୍ଡସ ଫେମିଲି ର ଦୁଇ ଜଣ ସାଙ୍ଗ ବଂଶୀଧର ପଣ୍ଡା ଓ ପ୍ରସନ୍ନ ସାହୁ ଓଡ଼ିଶାରେ ବର୍ତ୍ତମାନ ଏକ ନମ୍ବର ମାଛ ଚାଷୀ ରେ ପୁରସ୍କୃତ ହୋଇଛନ୍ତି। ଉକ୍ତ ସଭାରେ ବାର୍ଷିକ ବିବରଣୀ ପାଠ ବଂଶୀଧର ପଣ୍ଡା କରିଥିବା ବେଳେ ଉପସ୍ଥିତ ଅତିଥି ମାନଙ୍କୁ ପ୍ରସନ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନୁଷ୍ଠାନ ର ଶୁଭେଛୁ ମୋନୋଜ ଗିରି ,ବିନୟ ବେହେରା, ଆଲୋକ ପାତ୍ର,ସତ୍ୟବ୍ରତ ଗିରି ସହୋଯୋଗ କରିଥିଲେ।
