November 21, 2024

ହୁମ୍ମା ଅଙ୍ଗନବାଡି କେନ୍ଦ୍ର 4 ପୋଷଣ ପକ୍ଷ କାର୍ଯ୍ୟକ୍ରମ ରେ ମହାମହିମ ରାଜ୍ୟପାଳ…

Share

 

ଗଞ୍ଜାମ : ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତ ଅଙ୍ଗନବାଡି 4 ପୋଷଣ ପକ୍ଷ କାର୍ଯ୍ୟକ୍ରମ ରେ
ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବୀର ଦାସ ଯୋଗ ଦେଇଥିଲେ l ଏହି ଗ୍ରସ୍ଥ ଅଙ୍ଗନବାଡି କେନ୍ଦ୍ରରେ ପହଁଚିବା ପରେ ଏଡିଏମ ଲିନା କୁମାରୀ ଖେସ, ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମିନା,ଗଞ୍ଜାମ ସମିତି ଗୋଷ୍ଟି ଉନ୍ନୟନ ଅଧିକାରୀ ବସନ୍ତ ମଲିକ, ଡ଼ି ଏସ ଡ଼ବ୍ଲ୍ୟୁ ଓ ଅବିନା ପରବିନ, ସିଡିପିଓ ସଲୀଳା ପ୍ରଧାନ, ଡ଼ି ସି ପୋଷଣ ଅମିତ କୁମାର ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ଜାନକୀ ଦାସ, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ପୋଷଣ ବ୍ଲକ କୋଡିନେଟର ସୁଜାତା ବେହେରା, ସୁପରଭାଇଜର ଭାରତୀ ବ୍ରହ୍ମା ଅଙ୍ଗନବାଡି କର୍ମୀ ପ୍ରମିଳା ବିଶ୍ୱାଳ, ସାହାୟିକା ପୁନି ବେହେରା ପ୍ରମୁଖ ଙ୍କ ମହାମହିମ ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l
କେନ୍ଦ୍ର ମଧ୍ୟରେ କୁନି କୁନି ଶିଶୁ ମାନେ ତାଙ୍କୁ ଫୁଲ ଦେଇ ସ୍ୱାଗତ ଜଣାଇଥିଲେ l ପ୍ରତ୍ୟେକ ଶିଶୁଙ୍କୁ ରାଜ୍ୟପାଳ ଚକଲେଟ ପ୍ରଦାନ କରିଥିଲେ l ମହିଳା ସୁନିତା ଜେନା 7 ମାସର ପୁତ୍ର ସନ୍ତାନ ପିୟୁଷ ଙ୍କୁ କୋଳରେ ଧରି ଅନ୍ନ ପ୍ରସନ୍ନ କରିଥିଲେ l ମହାମାନ୍ୟ ଙ୍କ ଆଗରେ ଶିଶୁ ମାନେ ଗୀତ ଗାଇବା ସହ ନୃତ୍ୟ ପ୍ରଦର୍ଶନ କରିଥିଲେ l ଗର୍ଭବତୀ ମା ଓ ଶିଶୁ ମାନେ ପୋଷଣ ଯୁକ୍ତ ଖାଦ୍ୟ ଆହାର କରିବା ପାଇଁ ପରାମର୍ଶ ଦେଇଥିଲେ l
ଉପସ୍ଥିତ ମହିଳା ମାନଙ୍କୁ ମମତା ଯୋଜନାରେ କଣ ସବୁ ସୁବିଧା ପାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ l ସ୍ଥାନୀୟ ଅଞ୍ଚଳରେ ଯେଉଁ ମାନଙ୍କ ଜନ୍ମ ଦିବସ କିମ୍ବା ବିବାହ ଉତ୍ସବ ପାଳିତ ହେଉଛ ସେ ସମୟରେ ପିଲା ମାନଙ୍କୁ ଫଳ ପ୍ରଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଅଙ୍ଗନବାଡି କର୍ମୀ ମାନଙ୍କୁ କହିଥିଲେ l
ଅଙ୍ଗନବାଡି କର୍ମୀ ସରିତା କୁମାରୀ ବେହେରା, ସୁଜ୍ଞାନୀ ପଣ୍ଡା ପ୍ରମୁଖ ଙ୍କ ସହ ସ୍ଥାନୀୟ ବ୍ଲକ ଓ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ କାର୍ଯ୍ୟକ୍ରମର ସୁପରିଚାଳନା କରାଯାଇଥିଲା l ସ୍ଥାନୀୟ ପୋଲିସ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ମହାମାନ୍ୟ ଙ୍କୁ ବିଭିନ୍ନ ବର୍ଗ ର ଲୋକେ ରହି ବିଭିନ୍ନ ଦାବୀ ପାତ୍ର ଦେବାସହ ହୁମ୍ମା ଅଞ୍ଚଳ ର ଥିବା ସହ ସହ ଏକର ଲୁଣ ଆଦାୟ ଜମି ବେକାର ହୋଇ ପଡିଛି ତାହାପ୍ରତି ଗୁରୁତ୍ୱ l ଏନ. ହେ୍ଚ. ଆଇ ଦ୍ୱରା ନିର୍ମିତ ହେଉଥିବା 16 ନମ୍ବର ଜାତୀୟ ରାଜପଥ ରେ 5 ବର୍ଷ ହେଲା ଅର୍ଦ୍ଧ ନିର୍ମାଣ ହେଉଥିବା ରୁ ଓଭର ବ୍ରିଜ ସମ୍ପୂର୍ଣ ନ ହେବାରୁ ବହୁ ଲୋକଙ୍କ ଜୀବନ ଗଲାଣି l ପ୍ରଧାନମନ୍ତ୍ରୀ ଆଭାସ ଯୋଜନା ରେ ବହୁ ହିତାଧିକାରୀ ଗୃହ କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ତାଙ୍କରି ଆକାଉଣ୍ଟ କୁ ଟଙ୍କା ରାଶି ପ୍ରଦାନ କରାଯାଇନାହିଁ l ଏପରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ l

You may have missed