March 11, 2026

ରାୟଗଡ଼ ଜିଲ୍ଲା ଚଇତି-୨୫ କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ–

IMG-20251210-WA0183
Share

 

(“ମାରାଥନରେ ଅଂଶଗ୍ରହଣ ବହୁ ଯୁବକ ଯୁବତୀ”)

ରାୟଗଡା(ରବି ରାଜ ବୈଦ୍ୟ) ରାୟଗଡା ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୫’ ପାଳନ ଉପଲେକ୍ଷ ଆରମ୍ଭ ହୋଇଛି ଚଇତି କ୍ରୀଡା ମହୋତ୍ସବ।୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ଥାନୀୟ ରିଲାଏନ୍ସ ସ୍ମାର୍ଟ ନିକଟରୁ ଅନୁଷ୍ଠିତ ଚଇତି କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ

ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ନିହାର ରଞ୍ଜନ କହଁର,ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଚଇତି କ୍ରୀଡା ଉପ ସମିତିର ଅଧ୍ୟକ୍ଷ ଚନ୍ଦ୍ର କାନ୍ତ ମାଝୀ, ଡି.ଆଇ.ପି.ଆର.ଓ.ଶ୍ରୀ ବସନ୍ତ କୁମାର ପ୍ରଧାନ,କ୍ରୀଡା ଅଧିକାରୀ ଶେଖ୍ ଆଲେନର,ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସ୍ଥାନୀୟ ରିଲାଏନ୍ସ ସ୍ମାର୍ଟ ନିକଟରୁ ହାଲୁଆ ତୋଟା ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏଁ ପୁରୁଷ ଓ ମହିଳା ବର୍ଗରେ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା।ଏଥିରେ ଶତାଧିକ ପ୍ରତିଯୋଗୀ ନିଜ ନାମ ପଞ୍ଜିକୃତ କରି ମିନି ମାରାଥନରେ ସାମିଲ ହୋଇଥିଲେ।ଉଭୟ ବର୍ଗରେ ପ୍ରଥମ ରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଥିଲେ।ପୁରୁଷ ବର୍ଗରେ ଶ୍ରୀକାନ୍ତ ପ୍ରlସ୍କl ପ୍ରଥମ,ଦ୍ଵିତୀୟରେ ରଞ୍ଜନ ଧୋନି,ତୃତୀୟରେ ବଳଭଦ୍ର ହିକକା, ଚତୁର୍ଥରେ ମନୋଜ କୁମାର ନାୟକ ଓ କଂସ ମାଝୀ ପଞ୍ଚମ ସ୍ଥାନରେ ରହିଥିବା ବେଳେ ମହିଳା ବର୍ଗରେ କଲ୍ୟାଣସିଂପୁର ର ଲଳିତା ତିଆକା ପ୍ରଥମ ସ୍ଥାନରେ,ପିଙ୍କି ହିମିରିକା ଦ୍ଵିତୀୟରେ,ଦୀପିକା ବିଡ଼ିକା ତୃତୀୟରେ,ସମୀରା ମାଝୀ ଚତୁର୍ଥରେ ଓ ମୌସୁମୀ ମାଝୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସଦଭାବନା ସ୍ପୋର୍ଟ୍ସ କଂପ୍ଲେକ୍ସ ରେ ଉଭୟ ପୁରୁଷ ଏବଂ ମହିଳା ବର୍ଗ ପାଇଁ ବାସ୍କେଟ ବଲ ଅନୁଷ୍ଠିତ ହୋଇଥିଲା।