ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ମାନବ ଅଧିକାର ଦିବସ ପାଳିତ—
ରାୟଗଡ଼(ରବି ରାଜ ବୈଦ୍ୟ)ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋମତାଲ ପେଟା ରାୟଗଡା ପରିସରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି।ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନ ର ଓକିଲ ଶ୍ରୀ ଚନ୍ଦନ ହରେନ୍ଦ୍ର ନାଥ,ଶ୍ରୀ ଦେବରାଜ ନାଏକ,ଜିଲ୍ଳା ଆଇନ ସେବା ପ୍ରାଧିକରଣର ଫ୍ରଣ୍ଟ ଅଫିସ ରିଟେନର ଶ୍ରୀ ବିଶ୍ୱନାଥ ଗନ୍ତାୟତ, ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋମତାଲ ପେଟାର ଅଧ୍ୟକ୍ଷ ଶ୍ରୀ ପ୍ରଭାକର ଦାସ,ଆନନ୍ଦ ଚନ୍ଦ୍ର ପଣ୍ଡା ଓ ଅନ୍ୟ ଶିକ୍ଷକ ପ୍ରମୁଖ ମଞ୍ଚାସୀନ ଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ଅଭିଭାଷଣରେ ସମ୍ବିଧାନର ବିଭିନ୍ନ ଧାରା ରେ ବର୍ଣ୍ଣିତଥିବା ମାନବ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ବେଷଣ କରି ତାର ପରିପ୍ରକାଶ କରି ପାରିଲେ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ଉପସ୍ଥିତ ଥିବା ଅନ୍ୟ ଅତିଥି ମାନେ ନିଜର ଅଭିଭାଷଣରେ ମାନବ ଅଧିକାର ଦିବସ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋମତାଲ ପେଟା ର ଛାତ୍ର ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଟି ସଫଳତାର ସହିତ ଶେଷ ହୋଇଥିଲା।
