March 11, 2026

ଛତ୍ରପୁର ଉପଖଣ୍ଡ କାରାଗାର ରେ କାରାଗାର ସ୍ଥାପନା ଦିବସ ପାଳିତ

IMG-20251210-WA0176
Share

ଛତ୍ରପୁର(ଅରୁଣ କୁମାର ପଣ୍ଡା) କାରାଗାର ଦିବସ ଅବସରରେ ଛତ୍ରପୁର ଉପକାରାଗାର ପରିସରରେ ମୂଖ୍ୟ କାରାପାଳ ପ୍ରସନ୍ନ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ କାରାଗାର ଦିବସ ବହୁ ଆଡମ୍ବରରେ ପାଳନ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ

ଭି.କୀର୍ତ୍ତିଭାସନ ଯୋଗଦେଇ ଅନ୍ତେବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଆହ୍ବାନ ଦେଇଥିଲା ବେଳେ ସମ୍ମାନୀତ ଅତିଥି ରୂପେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗ ଦେଇ ଗପ ମାଧ୍ୟମରେ ଅନ୍ତେବାସୀଙ୍କୁ ଜୀବନରେ ମଣିଷ ମାତ୍ରେ ଭୁଲ ହୋଇଥାଏ କିନ୍ତୁ ପରବର୍ତୀ ସମୟରେ ଭଲ ରାସ୍ତାକୁ ଫେରି ଆଗକୁ ବଢିବାର ମାର୍ଗଦର୍ଶିକା କହିଥିଲେ।ଶେଷରେ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତି ଅନ୍ତେବାସୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହ ଅନ୍ତେବାସୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।