ପୁରୀଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା
ପୁରୀ ଆଜି ତା୧୦/୧୨/୨୦୨୫ରିଖ ପୁରୀ ଜିଲ୍ଲା କଂଗ୍ରେସ କମିଟି ର ଏକ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କାର୍ଯ୍ୟକ୍ଷମ ବିଷୟରେ ଜିଲ୍ଲାପାଳ, ପୁରୀ ଙ୍କ ସହ ଆଲୋଚନା କରିବା ସହିତ ଏକ ଦାବିପତ୍ର ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛି ।
ପ୍ରକାଶଥାଉକି ଗତ ତା୨୫/୧୧/୨୦୨୫ରିଖ ରେ ପୁରୀ ଜିଲ୍ଲା କଂଗ୍ରେସ ର ଏକ ପ୍ରତିନିଧି ଦଳ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ପ୍ରତିନିଧିଙ୍କୁ ଭେଟି ଅନେକ ସମସ୍ୟା ସଂପର୍କରେ ଜାଣିବାକୁ ପାଇଥିଲା ଯଥା (୧) ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପୁରୀ ଅବସ୍ଥିତ ଥିବା ଜମି ଆଜି ପର୍ଯ୍ୟନ୍ତ ବି ମେଡିକାଲ କଲେଜ ନାମରେ ମାଲିକାନା ସ୍ଥାନାନ୍ତରିତ ହୋଇନାହିଁ । (୨) ସେହିପରି ଆହୁରି ୫ ଏକର ଜମି ଅଧିଗ୍ରହଣ ହୋଇନଥିବା ସ୍ପଷ୍ଟ ହୋଇଥିଲା (୩) ପରିବେଶ ମଞ୍ଜୁରୀ ପିକେଡିଏ ମଞ୍ଜୁରୀ ମଧ୍ୟ ମିଳିନାହିଁ (୪) ଆପାତକାଳୀନ ଦୁର୍ଘଟଣା ଚିକିତ୍ସା ବିଭାଗ ତଥା ହୃଦରୋଗ, ମସ୍ତିଷ୍କ ଘାତ ଓ ସ୍ନାୟବିକ ରୋଗ,ମୁତ୍ରାଶୟ ରୋଗ, ପୋଡ଼ାଜଳା ରୋଗୀ ଚିକିତ୍ସା କ୍ଷେତ୍ରରେ କିଛି ବି ବିଷୟ ନଥିବା ଜଣାପଡିଥିଲା (୫) ମୋଡିକାଲ କଲେଜ ହସ୍ପିଟାଲରେ ସ୍ବୀକୃତି ପ୍ରାପ୍ତ ବିଦ୍ୟୃତ ଏବଂ ପାନୀୟ ଜଳ ସଂଯୋଗ ହୋଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ଏଣୁ ଏହିକ୍ରମରେ ଆଜି ଜିଲ୍ଲାପାଳ, ପୁରୀ ଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବିପତ୍ର ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛି ଏବଂ ଏ ଦିଗରେ କେଉଁ ଅଧିକାରୀଙ୍କ ସମୟରେ ବେନିୟମ କାର୍ଯ୍ୟ ହୋଇଛି ତାହା ବିଷୟରେ ସରକାରଙ୍କୁ ଚିଠି ଲେଖିବେ ବୋଲି ଜିଲ୍ଲାପାଳ କହିଛନ୍ତି ଏବଂ କିଛିଦିନ ପୂର୍ବରୁ ଜିଲ୍ଲାପାଳ ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସ୍ପଷ୍ଟ କଲେ ଏବଂ ଯଦି ଆନ୍ତର୍ଜାତିକ ଅର୍ଥ ପାଣ୍ଠି (ଯାହା ବିଶ୍ବ ବ୍ୟାଙ୍କ ର ଏକ ସହଭାଗୀ ସଂସ୍ଥା) ଯଦି ପୁରୀ ପାଇଁ କିଛି ଅର୍ଥ ମଞ୍ଜୁର କରିଥାଏ ତେବେ ନିଶ୍ଚିତ ଆଗକୁ ମଲ୍ଟିସ୍ପେସାଲିଟି ହସ୍ପିଟାଲ ଖୋଲିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି ମତ ଦେଲେ । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଉତ୍ତମ କୁମାର ଆଚାର୍ଯ୍ୟ, ବିନାୟକ ଦାସମହାପାତ୍ର, ସରସ୍ବତୀ ପାତ୍ର, ନିରଞ୍ଜନ ରଥ, ବିଦ୍ୟୃତଲତା ଆଚାର୍ଯ୍ୟ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ସୁକାନ୍ତ କୁମାର ପ୍ରଧାନ, ସିତାକାନ୍ତ ମହାନ୍ତି, ଉମାକାନ୍ତ ବରାଳ, ବିଶ୍ଵନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ଅମିୟ କୁମାର ଦାସ, ଉମାକାନ୍ତ ବେହେରା, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ଚେତନ ମିଶ୍ର, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
