ସାଇ ଗ୍ଲୋବାଲ କିଡ୍ସ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପନୀ ଉତ୍ସବ ଅନୁଷ୍ଠିତ

IMG-20251210-WA0155
Share

             ପୁରୀ ଭି. ଆଇ. ପି ରୋଡ ସ୍ଥିତ ସାଇ ଗ୍ଲୋବାଲ କିଡ୍ସ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପନ ସମାରୋହ ପୁରୀ କୋଣାର୍କ ବେଳାଭୂମି ମାର୍ଗ ସ୍ଥିତ ସାଇ ସ୍ମାର୍ଟ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା l ପୁରୀ ଫାର୍ମାସି ମହାବିଦ୍ୟାଳୟର ତଥା ଶ୍ରୀକ୍ଷେତ୍ର ଚିନ୍ତନ ଚକ୍ରର ସଭାନେତ୍ରୀ ଶ୍ରୀମତୀ ଅନିମା ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅଭିଭାବକମାନଙ୍କୁ ପିଲାମାନଙ୍କ ମନରେ କ୍ରୀଡ଼ାପ୍ରତି ଆଗ୍ରହ ସୃଷ୍ଟି କରିବାପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ସାଇ ଏଦୁକେଶନାଲ ଚାରିଟେବଲ ଟ୍ରଷ୍ଟର ସମ୍ପାଦକ ସୁଶ୍ରୀ ପ୍ରିୟଦର୍ଶିନୀ ପାଣି, କୋଷାଧ୍ୟକ୍ଷ ଇଁ. ରୋଜା ପ୍ରିୟଦର୍ଶୀ ଓ ସାଇ ସ୍ମାର୍ଟ ସ୍କୁଲର ଅଧ୍ୟକ୍ଷ ଇଁ ଆଶିଷ କୁମାର ଦାଶ ପ୍ରମୁଖ ଯୋଗଦେଇ ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ଶୈଶବ ଅବସ୍ଥାରୁ ପିଲାମାନଙ୍କ ମନରେ ଖେଳପ୍ରତି ଆଗ୍ରହ ସୃଷ୍ଟି କରିଥାଏ ବୋଲି ମତ ପ୍ରକାଶ କରିଥିଲେ l ସାଇ ଗ୍ଲୋବାଲ କିଡ୍ସ ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନେହଲତା ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କ୍ରୀଡା ଉଦଯାପନୀ ସମାରୋହକୁ ଶିକ୍ଷୟତ୍ରୀ ସୋନମ ଚାଟର୍ଜୀ, ସୁଭଦ୍ରା ପଟ୍ଟନାୟକ, ଉପାସନା ଓଝା, ମମତା ମାଝୀ ଓ ସାଇ ସ୍ମାର୍ଟ ସ୍କୁଲ ର ଶିକ୍ଷୟତ୍ରୀ ନମ୍ରତା ରଥ, ସିପ୍ରା ଚଟର୍ଜୀ, ସ୍ୱପ୍ନା ଦାଶ, ମଧୁସ୍ମିତା ଓଝା, ସୁଲେଖା ତ୍ରିପାଠୀ, ଲୋପାମୁଦ୍ରା ମହାପାତ୍ର, ନୀଳମ୍ବରୀ ପଣ୍ଡା, ସୁଲିପ୍ତା ମହାପାତ୍ର ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ଅତିଥମାନେ ପୁରସ୍କୃତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ