ଉମରକୋଟ ପତ୍ନୀ ହତ୍ୟାକାରୀ ସ୍ଵାମୀକୁ ଆଜୀବନ କାରାଦଣ୍ଡ…….
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଜଣେ ପତ୍ନୀ ହତ୍ୟାକାରୀ ସ୍ଵାମୀ କୁ ଉମରକୋଟ ଅତିରିକ୍ତ ଜିଲ୍ଲା ଦୌର।ଜଜ ସୁନୀତା ପଟନାୟକ ଆଜି ଆଜୀବନ କାରାଦଣ୍ଡଦେଶ ଶୁଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ସହର ନିକଟସ୍ଥ ମିକ୍ସ ଫାର୍ମ ୟୁଭି ୫୨ ଗ୍ରାମର ବିପ୍ଳବ ବିଶ୍ଵାସ ୧୦/୨/୨୦୨୦ ତାରିଖ ଦିନ ଉମରକୋଟ ବ୍ଲକର ମୃତମ। ଗ୍ରାମର ଅଜିତ ସରକାରଙ୍କ ଝିଅ ଚୁମୁକି ଓରଫ ସିପ୍ର। ବିଶ୍ଵାସଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସ୍ବାମୀ ବିପ୍ଲବ ବିଶ୍ୱାସ ଓ ଶାଶୂ ଆଶାଲତା ବିଶ୍ଵାସ ସୀପ୍ର।କୁ ଯୌତୁକ ନିର୍ଯାତନ ଦେବା ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ତେବେ ୪/୧/୨୦୨୧ ତାରିଖ ଦିନ ଅଜିତ ସ୍ତ୍ରୀ ଶୀପ୍ର।କୁ ପ୍ରଥମେ ବାଡ଼।ବ।ଡ଼ି କରିଵ ପରେ ଶ୍ଵଶୁର ଅଜିତ ସରକାରକୁ ତୁମ ଝିଅକୁ ନେଇ ଯାଓ ବୋଲି ଫୋନ କରି ଥିଲେ। ଶ୍ଵଶୁର ଅଜିତ ସରକାର ତା ଆର ଦିନ ଗ୍ରାମର କିଛି ଲୋକଙ୍କୁ ଧରି କି ଆସିକି ନେଇଯିବି ରାତି ପାଇଁ ଝିଅକୁ ରଖିବା ପାଇଁ ଅନୁରୋଧ କରିଥିଲେ। ତେବେ ୫/୧/୨୦୨୧ ତାରିଖ ଦିନ ସକାଳ ପ୍ରାୟ ୧୦ ଟା ସମୟରେ ବିପ୍ଲବ ସ୍ତ୍ରୀ ସିପ୍ର।କୁ ଘର ଘରେ ଛାଡ଼ି ଦେବୀ କହି ୩୫ ଦିନର ଝିଅ ଓ ସ୍ତ୍ରୀକୁ ଧରି ଏକ ବାଇକ୍ ରେ ବସାଇ ବାହାରି ଥିଲ। ତେବେ ଅଧିକାରୀଗୁଡା ଠାରୁ ଚିକଲ ପଦର ସଂଯୋଗ କରୁଥିବା ଏକ ନିଛାଟିଆ ରାସ୍ତାରେ ବିପ୍ଳବ ବାଇକ୍ ରଖି ସିପ୍ରା କୁ ପ୍ରଥମେ ବାଡ଼।ବ।ଡି କରିବା ପରେ ସ।ଡି ଧଡ଼ିରେ ବେଳକୁ ଜୋରରେ ଭିଡ଼ି ଦେବାରୁ ସିପ୍ରାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ସ୍ଵାମୀ ବିପ୍ଳବର ରାଗ ଏତିକି ରେ ମଧ୍ୟ କମି ନ ଥିଲା। ନିକଟରେ ପଡ଼ିଥିବା ଏକ ବିରାଟ ପଥର ଆଣି ସିପ୍ରାର ମୁଣ୍ଡରେ ଛେଚି ୩୫ ଦିନର ଝିଅକୁ ଧରି ଘଟଣା ସ୍ଥଳରୁ ଫେରାର ହେଇ ଯାଇଥିଲା।ତେବେ ମୃତମା ଗାଁ ର ୨ ଜଣ ଯୁବକ ଘଟଣାକୁ ଦେଖି ଗାଁ ରେ ଯାଇ କହିବା ପରେ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ସିପ୍ରା ଙ୍କ ବାପା ଙ୍କ ଏତଲା ଦେବା ପରେ ଉମରକୋଟ ପୋଲିସ୍ ବିପ୍ଲବ ଓ ତାଙ୍କ ମା ଆଶାଲତା ବିଶ୍ଵାସକୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା। ତେବେ କିଛି ଦିନ ପରେ ଆଶା ଲତା ବେଲରେ ମୁକୁଳି ଥିଲେ ହେଁ ବିପ୍ଳବ ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉମରକୋଟ ଜେଲରେ ଅଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆଜି ଉମରକୋଟ ଅତିରିକ୍ତ ଜିଲ୍ଲା ଦୌର।ଜଜ ସୁଶ୍ରୀ ସୁନିତା ପଟ୍ଟନାୟକ ବିପ୍ଲବକୁ ୩୦୨ ଭାରତୀୟ ପିଙ୍ଗଳ ଧାରା ରେ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇବା ସହ ୫୦ ହଜାର ଟଙ୍କା ଜୋରିମାନା ଅର୍ଥ ଦଣ୍ଡ ଶୁଣାଈଛନ୍ତି। ଅର୍ଥ ଅନ।ଦୟ କ୍ଷେତ୍ରରେ ଆଉ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। କିନ୍ତୁ ପ୍ରମାଣ ଅଭାବରୁ ମା ଆଶା ଲତାକୁ ଖଲାସ କରି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଝ।ଡେଶ୍ଵର ମହାନ୍ତି ମୋକଦ୍ଦମା ପରିଚାଳନା କରୁଥିଲେ।
