ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ଛାତ୍ର ଛାତ୍ରୀ ଙ୍କ ଧାରଣା

ରାମନାଗୁଡ଼ା:(ସଞ୍ଜୀବ କଣ୍ଡାଗରୀ )ନିରୀହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ର କର୍ତ୍ତୃପକ୍ଷ ମନ ଇଚ୍ଛା ଫିଜ ଆଦାୟ କରୁଥିବା ଅଭିଯୋଗ କରି ବିଦ୍ୟାଳୟ ସମ୍ମୁଖ ଫାଟକରେ ଧାରଣା ଦେଲେ ଯୁକ୍ତ ୨ କଳା ବିଭାଗର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ଧାରଣା ଦେଇଛନ୍ତି। ଏହି ଭଳି ଅଭାବ ନିୟ ବଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ । ମିଳିଥିବା ସୂଚନା ଅନୁଯାୟୀ ରାମନାଗୁଡା ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ତୁପକ୍ଷ ଯୁକ୍ତ ୨ କଳା ବିଭାଗରେ ଜଇନିଂ , ରି -ଆଡିମିସନ ଓ ଫର୍ମ ଫିଲ ଆପ ସମୟରେ ସରକାରଙ୍କ ନିର୍ଦ୍ଧାରିତ ଫିଜ ଠାରୁ ଅଧିକା ଟଙ୍କା ଆଦାୟ କରୁଥିବା ଅଭିଯୋଗ କରି ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏ ନେଇ ଛାତ୍ର ଛାତ୍ରୀ ମାନେ ସ୍ଥାନୀୟବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ମଧ୍ୟ ଅଭିଯୋଗ କରିଆସିଥିବା କହିଛନ୍ତି । କିନ୍ତୁ ବ୍ଲକ ପ୍ରଶାସନ ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି । ସୂଚନା ଥାଉକି ଅଧ୍ୟକ୍ଷ ଶ୍ରୀ ଗୌରୀ ପ୍ରସାଦ ପଣ୍ଡା ଅଧିକାଂଶ ସମୟରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହୁଥିବା କାରଣ ରୁ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ଅସୁବିଧା ଓ ପାଠ ପଢ଼ା ରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହି ସମସ୍ତ ବିଷୟରେ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପଣ୍ଡା ଏବଂ ସହକାରୀ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ ଙ୍କୁ ପଚାରିଲେ ଆମକୁ କେହି କିଛି କରି ପାରିବେ ନାହିଁ, ଆମର ଲମ୍ବା ହାତ ଅଛି ଏବଂ ତମକୁ ପରୀକ୍ଷା ରେ ଫେଲ କରିଦେବୁ ବୋଲି ମଧ୍ୟ ଉଭୟ ଧମକ ଦେଉଥିବା ଛାତ୍ର ଛାତ୍ରୀ ମାନେ କହିଛନ୍ତି। ତେଣୁକରି ଘଟଣା ସମ୍ପର୍କ ରେ ଆମେ ରାୟଗଡା ଜିଲ୍ଲାପାଳ ଙ୍କୁ ରାମନାଗୁଡ଼ା ରେ ଅକ୍ଟୋବର ମାସ ୨୭ ତାରିଖ ଦିନ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିବା ବେଳେ ଡିସେମ୍ବର ମାସ ୧ ତାରିଖ ଦିନ ପୁନର୍ବାର ରାୟଗଡା ଯାଇ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ଅଭିଯୋଗ କରିବା ପରେ ଅଧକ୍ଷ ଶ୍ରୀ ପଣ୍ଡା,ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ତୁଳ ବିଦ୍ୟାଳୟ ରୁ ବାହାର କରିଦେବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପାତର ଅନ୍ତର ଭଳି ସଂଗୀନ ଅଭିଯୋଗ ନେଇ ଛାତ୍ର ଛାତ୍ରୀ ମାନଙ୍କୁ କହିଥିବା ଅଭିଯୋଗ କରିଛନ୍ତି। ତେଣୁ ଏହି ଉଭୟ ଅଧକ୍ଷ/ପ୍ରଧାନଶିକ୍ଷକ,ଶ୍ରୀ ପଣ୍ଡା, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ତୁଳଙ୍କ ବଦଳି ଦାବି କରି ବିଦ୍ୟାଳୟ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବେ ବୋଲି ଛାତ୍ର ଛାତ୍ରୀମାନେ ପ୍ରକାଶ କରିଛନ୍ତି ।ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ଏହି ଆନ୍ଦୋଳନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମର୍ଥନ କରି ସାମିଲ ହେବ ବୋଲି ଜଣାପଡିଛି।ଏହି ତମାମ ଘଟଣା ସମ୍ପର୍କରେ ଅନୁଷ୍ଠାନ ର ଅଧ୍ୟକ୍ଷ ଗୌରୀ ପ୍ରସାଦ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବା ରୁ ଘଟଣା ଉପରେ ନଜର ରଖିଛନ୍ତି ଆଉ ଛାତ୍ର ଛାତ୍ରୀ ମାନେ ଯେଉଁ ଅଭିଯୋଗ ଆଣିଛନ୍ତି ଏକ ଭିତ୍ତିହୀନ ଭ୍ରାନ୍ତ ଧାରଣାକୁ ନେଇ ଅଡ଼ି ବସିଥିବା ବେଳେ ସତ୍ୟର ଜୟ ହେବ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି I
