December 12, 2024

ସମ୍ବଲପୁରୀ ଧନୁଯାତ୍ରା କମିଟିର ଶ୍ରୀକୃଷ୍ଣ ଓ ବଳରାମ ବରଣ 

Share

ସମ୍ବଲପୁର:ସମ୍ବଲପୁରୀ ଧନୁଯାତ୍ରା କମିଟି ତରଫ ରୁ ଆସନ୍ତା ଜାନୁୟାରୀ ୧୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରା ନିମନ୍ତେ ଶ୍ରୀକୃଷ୍ଣ ଓ ବଳରାମ ବରଣ ସମ୍ପନ୍ନ ହୋଇଯାଇଅଛି।ଛତାବର ର ଦୁଷ୍ମନ୍ତ ପଣ୍ଡା ଓ ପୁଷ୍ପାଞ୍ଜଳି ପଣ୍ଡାଙ୍କ ପୁତ୍ର ଓମ ସାଇରାମ ପଣ୍ଡା ଙ୍କୁ ଶ୍ରୀକୃଷ୍ଣ ଅଭିନେତା ଭାବେ ବରଣ କରାଯାଇଥିଲା।ଏଥିରେ କମିଟି ର ସଭାପତି ସଞ୍ଜୟ ବାବୁ କର୍ତା ଦାଇତ୍ୱ ତୁଲାଇ ଥିବାବେଳେ ପଣ୍ଡିତ ସୁବ୍ରତ ପୁରୋହିତ ପୂଜକ କାର୍ଯ୍ୟ ତୁଲାଇଥିଲେ। ସେହିପରି ଟିହିକିପାଲି ର ଅଶୋକ ଡନସନା ଓ ଅହଲ୍ୟା ଡନସନା ଙ୍କ ପୁତ୍ର ସତ୍ୟବ୍ରତ ଙ୍କୁ ବଳରାମ ଭୂମିକା ନିମନ୍ତେ ବରଣ କରାଯାଇ ଥିଲା, ଏଥିରେ କମିଟି ର କାର୍ଯ୍ୟକାରୀ ସଭାପତି କମଲ ଲୋଚନ ପଣ୍ଡା କର୍ତା ଦାୟିତ୍ୱ ତୁଲାଇଥିବା ବେଲେ ପଣ୍ଡିତ ପଦ୍ମ ଲୋଚନ ପୁରୋହିତ ପୂଜକ ଭାବେ କାର୍ଯ୍ୟ ତୁଲାଇଥିଲେ।ଉଭୟ କାର୍ଯ୍ୟକ୍ରମ ରେ କମିଟି ର ସମ୍ପାଦକ ଗୁଣରଞ୍ଜନ ସାଲିମା, କୋଷଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ, ନିର୍ଦ୍ଦେଶକ ବାବଳୁ ବାଗ, ସାଂସ୍କୃତିକ ସମ୍ପାଦକ କୃଷ୍ଣଚନ୍ଦ୍ର ବାଗ ଙ୍କ ସମେତ କମିଟି ର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଚୈତନ୍ୟ ନାୟକ, ଯୋଗେଶ ନନ୍ଦ, ଲଳିତ ମୋହନ ବେଵର୍ତ୍ତା , ଜୟକୃଷ୍ଣ ବେହେରା, ଲିଳିମା ମଲ୍ଲିକ, ସୌରୀ ପାଣିଗ୍ରାହୀ, ଘୁନୁ ଚରଣ ପାଢ଼ୀ, ଇଂ.ଅନମୋଲ ଦାଶ,ସୂର୍ଯ୍ୟ ପାଣିଗ୍ରାହୀ,ସନ୍ତୋଷ ରାୟଗୁରୁ,ସସ୍ମିତା ଦୀପ, ବେଦି ବାରିକ, ପ୍ରଜ୍ଞା ପୂଜାରୀ, ନରେଶ ସିଂ, ସରୋଜ ମହାପାତ୍ର, ପିତୃ ରାଉତ, ଦୁଲାଳ ରାୟ ଓ ଶେଷଦେବ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।