December 12, 2024

ଗଛ କଟାକୁ ବିରୋଧ କରି ଜେଏଷ୍ଟଡବ୍ଲୁ ଫାଟକ ନିକଟରେ ଧାରଣାରେ ବସିଥିଲେ ନୂଆଗାଁ ଗ୍ରାମବାସୀ..

Share

ଏରସମା ବ୍ଲକ ଅନ୍ତର୍ଗତ ବହୁ ଚର୍ଚ୍ଚିତ ଢ଼ିଙ୍କିଆ ଚାରିଦେଶର ନୂଆଁଗା ପଞ୍ଚାୟତର ବାଲିସାହି ପଡାର ଶତାଧିକ ପୁରଷ ଓ ମହିଳା ମାନେ ଆଜି ସକାଳେ ବାଲିସାହି ନିକଟରେ ଥିବା ୭ ନଂମ୍ବର ଫାଟକ ସାମ୍ନାରେ ଧାରଣାରେ ବସିଥିଲେ।କାରଣ ଜେଏସଡବ୍ଲୁ କମ୍ପାନୀ କାହାକୁ ନ ଜଣେଇକି ନୂଆଗାଁ ବାଲିସାହିର ଗ୍ରାମ୍ୟ କମିଟି ମଧ୍ୟରେ ଆଲୋଚନା ନକରି କିଛି ଗଛ କାଟିଦେଇଥିବା ଯୋଗୁଁ ଏହି ପ୍ରତିବାଦରେ ଗ୍ରାମବାସୀ ମାନେ ଏକତ୍ରୀତ ହୋଇଥିଲେ। ତେବେ ବାପା ଅଜା ଅମଳରୁ ପାନବରଜ କରି ଜିବିକା ନିର୍ବାହ କରିଆସୁଥିବା ଜମିକୁ ଆମ ଠାରୁ କମ୍ପାନୀ ଛଡେଇ ନେଲା ଆମକୁ ସଠିକ୍ କ୍ଷତିପୂରଣ ବାବଦରେ ଅର୍ଥ ଦେଲାନି ଓ ଆମ ପିଲାମାନଙ୍କୁ ନିଯୁକ୍ତି ପାଇଁ ଲିଖିତ ଆକାରରେ ନେଇଥିଲା ସମସ୍ତଙ୍କୁ ଚାକିରି ଦେଇନାହିଁ ବୋଲି କହିଛନ୍ତି ଗ୍ରାମବାସୀ ମାନେ ‌। ତେବେ କିଛି ଘଣ୍ଟା ଧାରଣାରେ ବସି ପ୍ରତିବାଦ କଲାପରେ କମ୍ପାନୀ କତ୍ତୃପକ୍ଷ ଓ ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ପ୍ରଶାସନ ସହିତ ଗ୍ରାମ୍ୟକମିଟିର ମୁରବିମାନେ ଆଲୋଚନା କରିଥିଲେ। ଗ୍ରାମ୍ୟ କମିଟିର ମୁରବୀ ବିଜୟ ନାୟକ,ବିଷ୍ଣୁ ଲୋଙ୍କା,ଶୁକଦେବ ବିଶ୍ୱାଳ,ପପୁ ନାୟକ, ମାନଗୋବିନ୍ଦ ପ୍ରଧାନ,ଗୌରହରି ଦାସ,ଦେବେନ୍ଦ୍ର ଡାଳୁଆ,ଗୋପି ସାହୁ,ଭାଗବତ ଦଳାଇ, ବଳରାମ ସାହୁ ଗଛ କଟା ବନ୍ଦ କରିବା ସହତି ମେସିନିକୁ ବାହାର କରାଯାଉ ଏବଂ ୬ ଦିନ ଭିତରେ ଆଲୋଚନା କରାଯାଇ ଆମ୍ଭମାନଙ୍କର ସ୍ଥାୟୀ ସମାଧାନ କରାଯାଉ ବୋଲି ଦାବି କରିଥିଲେ । କମ୍ପାନୀର କତ୍ତୃପକ୍ଷ ଓ ଅଭେୟଚାନ୍ଦପୁରୁ ପୋଲିସ ପ୍ରଶାସନ ଗ୍ରାମ୍ୟ କମିଟି ମାନଙ୍କୁ କହିଥିଲେ ସଠିକ ନିଷ୍ପତ୍ତି ନିଆଯାଇ ଆପଣମାନଙ୍କୁ ଉଚିତ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦେଲା ପରେ ଧାରଣାରେ ବସି ରହିଥିବା ଗ୍ରାମବାସୀ ମାନେ ଓହରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )