September 21, 2024

ନିଜ ଜନ୍ମଦିନ ରେ ମା’ଶାରଳା ଙ୍କୁ ଟାହିଆ ପିନ୍ଧାଇଲେ , ଶାରଳା ଘଟନୃତ୍ୟଶିଳ୍ପୀ- “କ୍ରିଷ୍ଣା”

Share

ନିଜ ଜନ୍ମଦିନ ରେ ମା’ଶାରଳା ଙ୍କୁ ଟାହିଆ ପିନ୍ଧାଇଲେ , ଶାରଳା ଘଟନୃତ୍ୟଶିଳ୍ପୀ- “କ୍ରିଷ୍ଣା”
+++++++++++++++++++++++ ତିର୍ତ୍ତୋଲ ::-ଜନ୍ମଦିନରେ କିଏ କେକ୍ କାଟୁଥିବା ବେଳେ , ଆଉକିଏ ମଉଜ ମଜଳିଶ ରେ ମାତି ଭୋଜିଭାତ କରି ମଜା ଉଠାଇଥାନ୍ତି। ମାତ୍ର ସେସବୁ ଠାରୁ ଦୂରେଇଯାଇ , ନିଜର ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି, ଶାରଳା ଘଟନୃତ୍ୟ ଶିଳ୍ପୀ ଲକ୍ଷ୍ମୀକାନ୍ତ ଭୂୟାଁ, ଓରଫ କ୍ରିଷ୍ଣା। ଶାରଳା ଘଟନୃତ୍ୟ ରେ ସେ ଶାରଳା (ଦୁର୍ଗା) ଭୂମିକାରେ ଅଭିନୟ କରି ଦର୍ଶକ ମାନଙ୍କୁ ଅଭିଭୂତ କରି , ବହୁ ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥିବା ବେଳେ, ଜନ୍ମଦିନ ପାଳନ କରିବା ନିମନ୍ତେ , ନିଜହାତରେ ସୁନ୍ଦର ଟାହିଆ ବନାଇ , ଶନିବାର ଦିନ ମାଆଙ୍କ ମାର୍ଜନା ସରିବା ପରେ, ନିଜର ସେବାୟତ ମାନଙ୍କ ଦ୍ୱାରା ମାଆଙ୍କୁ ପିନ୍ଧାଇ ଥିଲେ । ଏହି ଟାହିଆ ପିନ୍ଧିବାପରେ , ମାଆଙ୍କର ଅଭିନବ ଅପୂର୍ବ ଦିବ୍ୟ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇ ଥିବାର, ଦେଖିବାକୁ ମିଳିଥିଲା। ଆଜିକାଲି ର ଯୁବସମାଜ ପାଶ୍ଚ୍ୟାତ ସଭ୍ୟତା ରେ ମାତି ନଯାଇ , ମନ୍ଦିର କୁ ଯାଇ ଦେବ ଦେବୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି, ଅସହାୟ ଭିନ୍ନକ୍ଷମ ଗରିବ ଲୋକମନଙ୍କୁ ପ୍ରାସାଦ ବଣ୍ଟନ କରିବାକୁ ନୃତ୍ୟଶିଳ୍ପୀ କ୍ରିଷ୍ଣା ଯୁବସମାଜ କୁ ଆହ୍ବାନ ଦେଇଛନ୍ତି । ତାଙ୍କର ଏହି ମହନୀୟତା ପାଇଁ , ଶାରଳା ଘଟନୃତ୍ୟ ଅନୁଷ୍ଠାନ ର ନିର୍ଦ୍ଦେଶକ ରମାକାନ୍ତ ରାଉଳ , ପ୍ରଯୋଜକ ତ୍ରିଲୋଚନ ରାଉଳ , ମ୍ୟାନେଜର ବିଶ୍ବରଂଜନ ରାଉଳ ଙ୍କ ସମେତ ସରୋଜ କୁମାର ନାୟକ , ତୁଷାରକାନ୍ତ ରାଉଳ , ପ୍ରଳୟ ରାଉଳ , ଜନାର୍ଦ୍ଦନ ରାଉଳ , ଚନ୍ଦନ ରାଉଳ , ନୃସିଂହ ଚରଣ ନାୟକ ପ୍ରମୁଖ ତାଙ୍କର ଏହି ପ୍ରୟାସ କୁ ସ୍ୱାଗତ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !