June 18, 2026

ଗଜପତିରେ ଜଣେ ମା ଏକା ସାଙ୍ଗରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ଜନ୍ମ ଦେଲେ    

IMG-20251110-WA0024
Share

 

 

ପାରଳାଖେମୁଣ୍ଡି;୧୦/୧୧(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତର ଅତ୍ୟନ୍ତ ଦୁର୍ଗମ ଗ୍ରାମ ଭାବେ ପରିଚିତ ବନ୍ଦ୍ରିରି ଗାଁର ଜଣେ ମହିଳା ଏକା ସାଙ୍ଗରେ ୩ ଗୋଟି ସନ୍ତାନକୁ ଜନ୍ମ ଦେଇଛନ୍ତି. ଏହି ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ପତ୍ନୀ ପୁଲିନା ମାଝୀଙ୍କ ତୃତୀୟ ଗର୍ଭଧାରଣ କରିଥିଲେ. ରବିବାର ଦିନ ପ୍ରସବ ବେଦନା ହେବା ସହ ସେ ଘରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ. ପରେ ପୁଣି ଅତ୍ୟଧିକ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଏକ ଅଟୋ ଯୋଗେ ମା ଓ ନବଜାତଙ୍କୁ ଗଜପତିର ବିରିକୋଟ ଡାକ୍ତରଖାନାକୁ ଆଣିଥିଲେ. ସେଠାରେ ପୁଣି ସେ ଗୋଟିଏ ପୁତ୍ର ସନ୍ତାନ ଓ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ. ପରେ ଦୁଇ କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନକୁ ଧରି ସମ୍ପୃକ୍ତ ମା ଓ ପରିବାର ସଦସ୍ୟ ନିଜ ଘରକୁ ଫେରିଛନ୍ତି. ଏକା ସଙ୍ଗେ ଜନ୍ମ ହୋଇଥିବା 3 ସନ୍ତାନ ସୁସ୍ଥ ଥିବା ସେଠାକାର ଆଶାକର୍ମୀ ଜେରିମୀନା ମାଝୀ ସୂଚନା ଦେଇଛନ୍ତି.

You may have missed