November 23, 2024

ଧାନ କିଣାକୁ ନେଇ ସାରା ଓଡ଼ିଶାରେ ଉତ୍ସାହ (୨୧ ରେ ଖୋଲିବ ମଣ୍ଡି ଏଯାଏଁ ପ୍ରସ୍ତୁତ ହୋଇନି ସ୍ଥାୟୀ ପିଣ୍ଡି)

Share

 

 

ବ୍ରହ୍ମପୁର(ନୁରୁଲ ମଲ୍ଲିକ)୩୧୦୦ ଟଙ୍କାରେ ବିକ୍ରି ହେବ ଧାନ। ଚାଷୀଙ୍କ ହାତରେ ୩ ସପ୍ତାହରୁ କମ ସମୟ। ଚାଷୀଙ୍କ ସୁବିଧା ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥାର ପ୍ରତିଶ୍ରୁତି ଦେଇଥିଲେ ସରକାର । କିନ୍ତୁ ଏବେ ବି ଅନେକ ଧାନମଣ୍ଡି ଅବ୍ୟବସ୍ଥାର ଆଁରେ ପଡିରହିଛି ।

ବରଗଡ଼ ସୋହେଲାରୁ ଆରମ୍ଭ ହେବ ଚଳିତ ବର୍ଷ ପାଇଁ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ପ୍ରଥମ ଥର ପାଇଁ ୩୧୦୦ ଟଙ୍କାରେ ଧାନ ବିକିବେ ଚାଷୀ । ମଣ୍ଡିରେ ଚାଷୀ ଯେପରି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ପ୍ରସ୍ତୁତ ଥିବା କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ପଦ୍ମପୁରରେ ଥିବା ମଣ୍ଡିର ସ୍ଥାୟୀ ପିଣ୍ଡିର ଘୋର ଅଭାବ ରହିଛି । ଧାନ ଅମଳ ସରିଥିଲେ ମଧ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ମଣ୍ଡିରେ ବ୍ୟବସ୍ଥା ନାହିଁ । ଯାହାର ଫାଇଦା ଉଠାଉଛନ୍ତି ଦଲାଲ । ଚାଷୀଙ୍କ ଠାରୁ କମ ଦରରେ ଉଠାଉଛନ୍ତି ଧାନ। ଅନ୍ୟ ପଟେ ଆଲୋଚନା ହୋଇନଥିବାରୁ ୮ ଶହ ଟଙ୍କା ବୋନସ କିଭଳି ମିଳିବ ତାହାକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ।

ବିଭିନ୍ନ ସ୍ଥାନରେ ମଣ୍ଡିରେ ଅବ୍ୟବସ୍ଥା ଭିତରେ ଚଳିତବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଅକ୍ଟୋବର ଶେଷ ସୁଦ୍ଧା ପ୍ରାୟ ସାଢେ ୧୭ ଲକ୍ଷ ଚାଷୀ ଧାନ ବିକିବାକୁ ପଞ୍ଜିକରଣ କରିଛନ୍ତି ।

କେମିତି ଅଛି ମଣ୍ଡି ସ୍ଥିତି ,୩୪୫୭ଟି ମଣ୍ଡିରୁ ୧୮୧୯ଟି ମଣ୍ଡିରେ ସିସିଟିଭି ବ୍ୟବସ୍ଥା । ଧାନର ମାନ ପରୀକ୍ଷା ପାଇଁ ସବୁ ମଣ୍ଡିରେ ପହଞ୍ଚିନି ଉପକରଣ । କଟନି ଛଟନି ରୋକିବାକୁ ପାଟ୍ରୋଲିଂ ବ୍ୟବସ୍ଥା । ପଡୋଶୀ ରାଜ୍ୟର ଚାଷୀଙ୍କ ଉପରେ ରହିଛି ସରକାରଙ୍କ ଆଖି ।

ଧାନ ବିକ୍ରି ପାଇଁ ସମୟ ପାଖେଇ ଆସୁଛି । କିନ୍ତୁ ଏବେ ବି ଚାଷୀଙ୍କ ମନରେ ବୋନସକୁ ନେଇ ଦ୍ୱନ୍ଦ୍ୱ ରହିଛି, କିଛି ମଣ୍ଡିରେ ଅବବ୍ୟସ୍ଥା ଦୂର ହୋଇନି । ତେଣୁ ଧାନ ସଂଗ୍ରହ ପାଇଁ ଧାର୍ୟ୍ୟ ଲକ୍ଷ୍ୟ କିଭଳି ପୂରା ହେବ ତାହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।