July 6, 2024

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀ ପ୍ରିୟା ହୋଟେଲପରିସରରେ ବରିଷ୍ଠ କବି

Share

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀ ପ୍ରିୟା ହୋଟେଲପରିସରରେ ବରିଷ୍ଠ କବି ଅଜୟ ପ୍ରଧାନଙ୍କ “ଜୁହାର ଆଜ୍ଞା” କବିତା ସଂକଳନ ପୁସ୍ତକ ମା’ ତାରା ତାରିଣୀ ଙ୍କୁ ପ୍ରଥମେ ସମର୍ପଣ କରିବା ପରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନର ଗଞ୍ଜାମ ସ୍ଵତନ୍ତ୍ର କ୍ରୀଡ଼ା ଅଧିକାରୀ, ସନ୍ତୋଷ କୁମାର ସାହୁ ଯୋଗ ଦେଇ କବିତା ସଂକଳନ ପୁସ୍ତକ ଉନ୍ମୋଚନ କରିଥିଲେ । ସମାଜ, ଜୀବନ, ମଣିଷ, ସମୟ ଓ ସମ୍ପର୍କକୁ ନେଇ ଏହି କବିତା ସଂକଳନ ପୁସ୍ତକଟି ଲେଖାଯାଇଛି । ବର୍ତ୍ତମାନର ପରିସ୍ଥିତିରେ ଏହି ୫ଟି ବିଷୟ ଉପରେ ଅତିଥିମାନେ କବିତା ଏକ ସାମାଜିକ ସଂପର୍କର ଯୋଗସୂତ୍ର ବୋଲି ବକ୍ତବ୍ୟ ରଖିଥିଲେ। । ସାମାଜିକ ଚେତନା ତଥା ସମାଜରେ ଥିବା କିଛି ଚରିତ୍ରର ଜୀବନ ଧର୍ମୀସଂଘର୍ଷ ଓ ମାନବୀୟ ସମ୍ପର୍କରେ ଏହି କବିତା ସଂକଳନଟି
ଓଡିଆକବିତା କ୍ଷେତ୍ରରେ ଉଲ୍ଲେଖନୀୟ ଚିହ୍ନ ରଖିବ ଓ ପାଠକଙ୍କ ମହଲରେ ବେଶ ଆଦୃତ ହେବ ବୋଲି ଆଶା କରାଯାଏ। ଏହି କବିତା ସଂକଳନ ପୁସ୍ତକ ଉନ୍ମୋଚନ ଅବସରରେ ମା’ ତାରା ତାରିଣୀଙ୍କ ମୁଖ୍ୟ ପୂଜକ ବାପୁଜୀ ରଣା କବି ଅଜୟ ପ୍ରଧାନ,ପ୍ରକାଶକ ସମରେନ୍ଦ୍ର ନାଥ ମହାପାତ୍ର ଏବଂ ବହୁ କବି, ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଣବ ପାଟ୍ଟଯୋଶୀ

You may have missed