September 25, 2026

ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ*

IMG-20231110-WA0023
Share

*ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ*

ପାରଳାଖେମୁଣ୍ଡି, ତା.୧୦.୧୧.୨୦୨୩

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଛି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ,ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ ପ୍ରମୋଦ କୁମାର ପଣ୍ଡା,ଡ.ଏମ୍.ଏମ୍.ଅଲ୍ଲୀ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ଜନିତ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା। ନିମୋନିଆ, କୁଷ୍ଠ ନିରାକରଣ, ଏଚଆଇଭି, ଖାଦ୍ୟ ନିରାପତ୍ତା ଓ ସ୍ବାସ୍ଥ୍ୟ ବିଭାଗୀୟ ଅନ୍ତର୍ଭୁକ୍ତ ବିଷୟ ଗୁଡ଼ିକ ଉପରେ ଆଲୋଚନା କରଯାଇଛି। ଜିଲ୍ଲାପାଳ ଜଣାଇଥିଲେ ଯେ, ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ଗାଁ ଗୁଡିକରେ ଘର ଘର ବୁଲି ସର୍ଭେ କରି ବିଭିନ୍ନ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଟିମ୍ କୁ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ଯେମିତି ଠିକ୍ ସମୟରେ ପହଞ୍ଚି ପାରିବ ସେଥିନିମନ୍ତେ ମଧ୍ୟ ନିର୍ଦ୍ଧେଶ ଦେଇଥିଲେ। ଜିଲ୍ଲାର ପ୍ରତିଟି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯେଭଳି ଠିକ୍ ରହିବ ସେ ଦିଗରେ ସ୍ବାସ୍ଥ୍ୟ ବିଭାଗର ଗୁରୁ ଦାୟିତ୍ବ ରହିଛି । ବିଭାଗ ତରଫରୁ ରୋଗୀ କଲ୍ୟାଣ ସମିତି ଦ୍ବାରା କରାଯାଉଥିବା କାର୍ଯ୍ୟାବଳୀ, ଖର୍ଚ୍ଚ, ସାମଗ୍ରୀ ଓ ସରଞ୍ଜାମ କ୍ରୟ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଓ ରାଜ୍ୟ ଯୋଜନା ଅନ୍ତର୍ଗତ ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । “ନିମୋନିଆକୁ କଲେ ଦମନ, ସୁଖମୟ ହେବ ଶିଶୁ ଜୀବନ” ର ପ୍ରଚାର ପତ୍ରକୁ ଜିଲ୍ଲାପାଳ ଉନ୍ମଚନ କରିଥିଲେ।
ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ୍ ପରିଚାଳକ ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼, ଡ଼.ନେତ୍ର ନନ୍ଧ ଶତପଥି, ନାରାୟଣ ମଲ୍ଲିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ସମସ୍ତ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

You may have missed