November 25, 2024

ଆର୍ଯ୍ୟକନ୍ୟା ଗୁରୁକୂଳରେ 5T ରୂପାନ୍ତରିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱିତୀୟ ବ୍ଳକ୍ ସ୍ତରୀୟ ସମ୍ମିଳନୀ

Share

ଆର୍ଯ୍ୟକନ୍ୟା ଗୁରୁକୂଳରେ 5T ରୂପାନ୍ତରିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱିତୀୟ ବ୍ଳକ୍ ସ୍ତରୀୟ ସମ୍ମିଳନୀ

ବେଲଗୁଣ୍ଠା, 10/11, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର 314 ବ୍ଳକ୍ ରେ 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳରେ ବ୍ଳକ୍ ର ସମସ୍ତ 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱିତୀୟ ବ୍ଳକ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ସୂର୍ଯ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ବ୍ଳକ୍ ର ତେଇଶିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ I ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ରାଜ୍ୟ ସରକାରଙ୍କ ସମସ୍ତ ମାର୍ଗଦର୍ଶିକାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ବିଶେଷ କରି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ସ୍କୁଲ୍ କ୍ଲବ୍ ଗଠନ,ହାଉସ୍ ସିଷ୍ଟମ୍,ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ୍ ପାଇଁ 3500 ଟଙ୍କାର ସହାୟତା ରାଶି ପ୍ରଦାନ,ୟୁଡ଼ାଇସ୍ ପୂରଣ, ରୂପାନ୍ତରିତ ବିଦ୍ୟାଳୟ ମାନଙ୍କର ରକ୍ଷଣାବେକ୍ଷଣ ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା I ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ସରକାରଙ୍କର ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି, ଶୈକ୍ଷିକ ବାତାବରଣ ଏବଂ ଗୁଣାତ୍ମକ ଶିକ୍ଷାରେ ଉନ୍ନତି ଘଟିଥିବାରୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁସି ପ୍ରକଟ କରିଥିଲେ I

ଫଟୋ.                ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ