ଭବାନୀ ପାଟଣା ରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଦଘାଟିତ !!

Screenshot_20231110-155957
Share

ଭବାନୀ ପାଟଣା ରେ ପ୍ରଥମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଦଘାଟିତ !!
ଭବାନୀ ପାଟଣା:—-
କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ହିଲ ଟାଉନ୍ 7 ନମ୍ବର ଗଲି ରେ ରାଜ୍ୟ ର 86 ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସର ରେ ଆୟୋଜିତ ଏକ ଉତ୍ସବ ରେ ଭବାନୀ ପାଟଣା ପୌରଧକ୍ଷା ସଂଯୁକ୍ତା ବେହେରା,ବର୍ଷୀୟାନ ସାମ୍ବାଦିକ, ପୂର୍ବତନ ମନ୍ତ୍ରୀ, ସାଂସଦ, ଲେଖକ ଓ ଗବେଷକ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ମୂଖ୍ୟ ଅତିଥି ଓ ବ୍ରହ୍ମପୁର ରୁ ପ୍ରକାଶିତ ସର୍ବ ପୁରାତନ ସାପ୍ତାହିକ “ନବୀନ” ର ସମ୍ପାଦକ ଶ୍ରୀଯୁକ୍ତ ରବି ରଥ ଓ କଳାହାଣ୍ଡି ସିଡିଏ ସଭାପତି ତଥା ରାଜ୍ୟ ସଂଯୋଜକ ଶ୍ରୀଅଶୋକ କୁମାର୍ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଦୱା ଇଣ୍ଡିଆ ର ଆଞ୍ଚଳିକ ମ୍ୟାନେଜର ପ୍ରିୟ ରଞ୍ଜନ ମହାନ୍ତି ଏହି ଅବସର ରେ ଜେନେରିକ ଔଷଧ ସେବନ ଦ୍ଵାରା ସେବନକାରୀ 90 ପ୍ରତିଶତ ଅର୍ଥ ସଞ୍ଚୟ କରି ପାରିବା ସହ ଉନ୍ନତ ଓ ସୁରକ୍ଷିତ ଔଷଧ ସହ ବଜାର ରେ ଉପଲବ୍ଧ ଔଷଧ ଠାରୁ ବହୁ କାମ ଦାମ ରେ ଔଷଧ ଗୁଡ଼ିକ ପାଇ ପାରିବେ ବୋଲି ପ୍ରକାଶ କରି ଥିଲେ। ଔଷଧ ଦୋକାନ ମାଲିକ ପ୍ରତ୍ୟୁଷ କୁମାର୍ ପଟ୍ଟନାୟକ ଅତିଥି ମାନଙ୍କୁ ଫୁଲତୋଡ଼ା ସ୍ଵାଗତ କରିଥିଲେ । କଳାହାଣ୍ଡି ପରି ଜିଲ୍ଲାରେ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଖୋଲିବା ଫଳ ରେ ଜିଲ୍ଲାର ନିୟମିତ ଔଷଧ ସେବନ କରୁଥିବା ଜନ ସାଧାରଣ ଉପକୃତ ହେଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ପଟୱନ୍ତ୍ ସିଂହ ଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

You may have missed