July 6, 2024

ମୋହନା ବ୍ଲକରେ ବିଜେଡି କର୍ମୀଙ୍କ ନିର୍ବାଚନ ପୂର୍ବରୁ ତାଲିମ ଶିବିର ଅନୁଷ୍ଠିତ

Share

——
ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା, ରାୟଗଡ଼, ନୂଆଗଡ, ଆର. ଉଦୟଗିରି ବ୍ଲକ ଅନ୍ତର୍ଭୁକ୍ତ। ଏହି ଚାରୋଟି ବ୍ଲକରେ ଗତ ଦୁଇଦିନ ଧରି ବିଜେଡି କର୍ମୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ମୋହନା ବ୍ଲକରେ ତାଲିମ ପ୍ରଦାନ କାର୍ଯ୍ୟ ଶେଷ ହୋଇଛି। ଏହି ତାଲିମ ପ୍ରଦାନ କାର୍ଯ୍ୟରେ ବରିଷ୍ଟ କାର୍ଯ୍ୟକର୍ତ୍ତା ସ୍ଥାନୀୟ କର୍ମୀଙ୍କୁ ତାଲିମ ପ୍ରଦାନ କରୁଥିବା ବେଳେ ମୁଖ୍ୟ ଅତିଥିଭାବେ। ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଯୋଗ ଦେଇଥିଲେ। ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ରାଜ୍ୟ ପଛୁଆବର୍ଗ ଉପଦେଷ୍ଟା ପୃଥିବୀ ରାଜ ସାହୁ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ସୁନିଲ ବିଷୋୟୀ, ଗଜପତି ଏସ ଡି ସି ସଭାପତି ମୋରୀୟମ ରଇତ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣାବାସି ନାୟକ, ଯେମସ ରାଇକା, ଲିଙ୍ଗରାଜ ପୂଜାରୀ, ଦଣ୍ଡାସି ସାହୁ, ହଡ଼ିଆ କନ୍ଧ ଙ୍କ ସମେତ ଯୁବ, ମହିଳା, ଛାତ୍ର ବିଜେଡି କର୍ମୀଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ରହି ତାଲିମ ପ୍ରଦାନ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ତାଲିମ ପ୍ରଦାନ କାର୍ଯ୍ୟରେ ଦଳର ପୁରୁଖା ସଦସ୍ୟ ଶୁଭେନ୍ଦୁ ମଙ୍ଗରାଜ ଙ୍କ ସମେତ ଅନ୍ୟ ଜଣେ ସହଯୋଗୀ ତାଲିମ ପ୍ରଦାନ କରିଥିଲେ। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ଏକ ଦୁର୍ଦ୍ଦିନ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ଏହି ସମୟରେ ରାଜ୍ୟ ବାକିଆ ରେ ଚାଲୁଥିବା ବେଳେ ବର୍ତ୍ତମାନ ରାଜ୍ୟ ସବୁଥିରେ ବଳକା ରାଜ୍ୟ ହୋଇ ରହିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବା ପାଇଁ ଅହରହ ଚେଷ୍ଟା କରି ସଫଳ ହେଉଥିବାରୁ ଦେଶ ଏବଂ ବିଦେଶରେ ଏକ ନମ୍ବର ହୋଇଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, କ୍ରୀଡା, ପାନୀୟ ଜଳ ସହ ମେଟ୍ରୋ ଟ୍ରେନ ଯୋଜନା କୁ କେନ୍ଦ୍ର ବିରୋଧ କରୁଥିବା ପ୍ରକାଶ କରିଛନ୍ତି। ନିର୍ବାଚନ ପୂର୍ବରୁ ସମସ୍ତ କର୍ମୀ ତାଲିମ ନେଇ ଘର ଘର ବୁଲି ବିଜେଡିର ସଫଳତାର କାହାଣୀ ବୁଝାଇବାକୁ ଉପସ୍ଥିତ ଅତିଥି ଏବଂ ନେତା ମାନେ କର୍ମୀଙ୍କୁ ବୁଝାଇଥିଲେ। ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚ ହଜାରରୁ ଅଧିକ କର୍ମୀ ଦୁଇ ଦଫାରେ ତାଲିମ ଗ୍ରହଣ କରିଥିଲେ।

You may have missed