September 11, 2026

ଗଜପତି:- ପାରଳା ଶ୍ରୀ ଜଗନ୍ନାଥ ମନ୍ଦିରର ୪ଟି ମୁଖ୍ୟ ଷ୍ଟିଲ ଦ୍ବାରବନ୍ଧ ଆସନ୍ତା ୧୨ ତାରିଖ ଅପରାହ୍ନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଆସି ପାରଳା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିବ ।

IMG-20260910-WA0042
Share

 

   ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ଶ୍ରୀ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋର୍ ସୋର୍ ରେ ଆଗେଇ ଚାଲିଛି । ଏହି ଶ୍ରୀ ଜଗନ୍ନାଥ ମନ୍ଦିରର ୪ ଟି ମୁଖ୍ୟ ଷ୍ଟିଲ ଦ୍ବାରବନ୍ଧ ଆସନ୍ତା ୧୨ ତାରିଖ ଶନିବାର ଦିନ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟରେ ସନ୍ଧ୍ୟା ସମୟରେ ପାରଳା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଆସି ପହଞ୍ଚିବ । ଏହି ସବୁ ଭବ୍ୟ ଆଧ୍ୟାତ୍ମିକ ମହତ୍ କାର୍ଯ୍ୟକ୍ରମ ପାଇଁ ମନ୍ଦିର ନିର୍ମାଣ କମିଟି ପକ୍ଷରୁ ବ୍ୟାପକ ଆୟୋଜନ ବ୍ୟବସ୍ଥା ଚାଲିଥିବା ଜଣାଯାଇଛି ।

    ପାରଳା ର ଏହି ଶ୍ରୀ ଜଗନ୍ନାଥ ମନ୍ଦିରର ୪ଟି ମୁଖ୍ୟ ଷ୍ଟିଲ ଦ୍ବାରବନ୍ଧ ସୁଦୂର ହରିୟାଣା ରୁ କିଣା ହୋଇ ଓଡ଼ିଶାର କଟକରେ ସେ ଦ୍ବାରବନ୍ଧ ର ଫେବ୍ରିକେସନ ପ୍ରସ୍ତୁତ କରା ହୋଇଥିଲା । ଏଥିପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏବଂ ଏହି ଷ୍ଟିଲ ଦ୍ବାରବନ୍ଧ ୪ଟି, ୪ ଫୁଟ ଓସାର ଓ ୧୪ ଫୁଟ ଲମ୍ବ ର ହୋଇଥିବା ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଜଣାପଡ଼ିଛି ।

     ଆସନ୍ତା ୧୨ ତାରିଖ ଶନିବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିରର ଏହି ୪ଟି ମୁଖ୍ୟ ଷ୍ଟିଲ ଦ୍ବାରବନ୍ଧ ଗଜପତି ଜିଲ୍ଲାର ଲାବନ୍ୟଗଡ ଛକ ଠାରେ ଦିନ ୧୨ ଘଟିକା ସମୟରେ ପହଞ୍ଚିବ l ସେହି ସମୟରେ ସ୍ଥାନୀୟ ଗ୍ରାମବାସୀ ଭକ୍ତବୃନ୍ଦଙ୍କ ପକ୍ଷରୁ ଧୂପ , ଦୀପ , ଫୁଲ ଓ ଫଳ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପାଇଁ ଆୟୋଜନ ବ୍ୟବସ୍ଥା କରାଯାଇଛି ।

  ଅନ୍ୟପକ୍ଷରେ ଏହି ଦ୍ବାରବନ୍ଧ ପାରଳା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିବା ପାଇଁ ଲାବନ୍ୟଗଡ ଠାରୁ ସିଧା ଗାରାବନ୍ଧ, ସାରିଆପଲ୍ଲୀ, ଆଡାଗାଁ, ଗୋଷାଣୀ, ଗୁରାଣ୍ଡି, ଲିଙ୍ଗିପୁର, ଉପଲଡା, ସାତ ମାଇଲ, ପାଟିକୋଟା, ରଣଦେଇ, ରାସୁର, କତଳ କଇଠା, ଏବଂ ଯାଜପୁର ଗ୍ରାମ ଗୁଡ଼ିକ ଦେଇ ପାରଳା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିବ ।

   ତେଣୁକରି ଏହି ମହତ୍ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହି ଶ୍ରୀ ଜଗନ୍ନାଥ ମନ୍ଦିରର ଦ୍ବାରବନ୍ଧ’କୁ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ଦେବା ସହ ଧୂପ, ଦୀପ, ଫୁଲ, ଫଳ ଦେଇ ପୂଜାପାଠ କରିବା ପାଇଁ ମନ୍ଦିର ନିର୍ମାଣ କମିଟି ତଥା ଆୟୋଜନକାରୀଙ୍କ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି । ଯେପରିକି ସମଗ୍ର ଅଞ୍ଚଳ ହରିନାମ ଓ ଜୟ ଜଗନ୍ନାଥ ନାମ ଧ୍ୱନିରେ ପ୍ରକମ୍ପିତ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ହୋଇପଡ଼ିବ ।

——————————————

    ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————