November 26, 2024

ନବରଙ୍ଗପୁର ଜିଲ୍ଲା ତରଫରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପାଇଁ ପ୍ରସ୍ତୁତି……..

Share

 

ନବରଙ୍ଗପୁର:-୧୦/୦୯୨୦୨୫

(ଏମ୍.ଦିନା°ଶୁ ଆଚାରୀ) ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଟିତ ହେବାକୁ ଯାଉଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ. ସୁବ୍ରତ ମହାନ୍ତିଙ୍କ ଆଦେଶ କ୍ରମେ ନବରଙ୍ଗପୁର, ଉମରକୋଟ, ରାଇଘର, ଚନ୍ଦହାଣ୍ଡି ଓ ଝରିଗାଁ ରେ ଥିବା ବିଚାରାଳୟ ଗୁଡିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଟିତ ହେବାକୁ ଯାଉଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା-ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟ।ଙ୍କ ଋଣ, ବିଦୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଇତ୍ୟାଦି ମକଦ୍ଧମାର ଅପୋକ୍ଷ ସହମତିରେ ସହଜ, ଚୁଡାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ । ଏହି ଲୋକ ଅଦାଲତରେ କେବଳ ବିଚାରଧୀନ ମକଦ୍ଧମା ନୁହେଁ, ବରଂ ପ୍ରାକ- ମକଦ୍ଧମା ସ୍ତରୀୟ (ମକଦ୍ଧମାକୁ ଯିବା ପୂର୍ବରୁ) ବିବାଦ ଯଥା- ବ୍ୟ।ଙ୍କ ଋଣ ଦେୟ, ବିଜୁଳି/ ଜଳଯୋଗାଣ ଦେୟ, ଚେକ ବାଉନ୍ସ ସମ୍ବଦ୍ଧିୟ ବିବାଦ, ଶ୍ରମବିବାଦ ଇତ୍ୟାଦିର ଅପୋକ୍ଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ତାଲୁକ ଆଇନ ସେବା କମିଟି, ଉମରକୋଟ ଓ ଚନ୍ଦହାଣ୍ଡି ସହ ତୁରନ୍ତ ଯୋଗାଯୋଗ କରନ୍ତୁବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍.ସା ଗୋଛାୟତ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର. ୧୫୧୦୦/ ୦୬୮୫୮-୨୨୨୪୪୫/ ୦୬୮୫୮-୨୨୨୫୪୫.

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.