November 26, 2024

ସଚେତନତା ପାଇଁ ସାଗରଗୁଆଁ ପଞ୍ଚାୟତ ରେ ଗଡ଼ିଲା ସୁଭଦ୍ରା ଯୋଜନା ରଥ। 

Share

 

 

 

ବୋଲଗଡ଼,(ଉପାନ୍ତ ଖବର):ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସମ୍ପର୍କିତ ଲୋକ ମାନଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଦୁର କରିବା ସହିତ ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାଗରଗୁଆଁ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରୁ ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ,ବିଡିଓ ଶରତ କୁମାର ମଲ୍ଲିକ,ଜିଲ୍ଲାପରିସଦ ସୁବାଷ ଚନ୍ଦ୍ର ରାୟଗୁରୁ,ସାଗରଗୁଆଁ ସରପଞ୍ଚ ରମାମଣି ଦେଇ,ସମିତି ସଭ୍ୟ ତୋଫାନ କୁମାର ବେହେରା, ବଡକୁମ୍ଭାରି ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, ମିଶନଶକ୍ତିର ମା ମାନେ ଓ ଅଙ୍ଗନୱାଡି କର୍ମୀ ଙ୍କ ଉପସ୍ଥିତି ରେ ସୁଭଦ୍ରା ଯୋଜନା ରଥ ର ଶୁଭାରମ୍ଭ କରାଯାଇଥିଲା। ଉକ୍ତ ରଥ କୁ ଶୁଭାରମ୍ଭ କରିବା ଅବସର ରେ ସେ ମହିଳା ମାନଂକୁ ସ୍ୱାବଲମ୍ବୀ ଓ ଆର୍ଥିକ ସମୃଦ୍ଧକରିବାରେ ସୁଭଦ୍ରା ଯୋଜନା ହିତାଧିକାରୀ ମାନେ କିପରି ଆବେଦନ କରିପାରିବେ ସେ ନେଇ ସଚେତନ କରାଇଥିଲେ। ବିଶେଷ କରି ନିଶୁକ୍ଳ ଆବେଦନ କରିବା। ଏହି ଯୋଜନାରେ ହିତାଧିକାରୀ ଙ୍କୁ ବର୍ଷ କୁ ୨ଟି କିସ୍ତି ରେ ୧୦ହଜାର ଟଙ୍କା ପ୍ରଦାନ କରାଯିବା ଏବଂ ଏହାର ଆବେଦନ କେବଳ ଜନସେବା ଓ ମୋ ସେବା କେନ୍ଦ୍ର ରେ ଉପଲବ୍ଧ କରାଯିବ। ବେଆଇନ ଅନଲାଇନ କେନ୍ଦ୍ର ରେ ଆବେଦନ ନ କରିବା କୁ ଡକାବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା। ଏହା ଏକ ଉପାଦେୟ ଯୋଜନା। ଏକ ନିରନ୍ତର ପ୍ରକ୍ରିୟା ଏବଂ ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଅଯଥା ଭିଡ ନକରିବାକୁ ସରପଞ୍ଚ ପରାମର୍ଶ ଦେଇଥିଲେ। ଏହି ରଥ ପଂଚାୟତ ର ସମସ୍ତ ୱାର୍ଡ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ବୋଲି ଶେଷରେ ଜିଲ୍ଲାପରିଷଦ ସୁଭାଷଚନ୍ଦ୍ର ରାୟଗୁରୁ ଏବଂ ସମିତି ସଭ୍ୟ ତୋଫାନ କୁମାର ବେହେରା ମତ ରଖିଥିଲେ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.