November 26, 2024
Share

 

୧-ସଡ଼କ ଦୁର୍ଘଟଣା:ତିନି ବର୍ଷରେ ଗଲାଣି ୧୫ ହଜାର ଜୀବନ, କାର୍ଯ୍ୟାନୁଷ୍ଠାନ ପାଇଁ STA ତତ୍ପର।

 

୨-“ସେଫ ସିଟି ଡ୍ରାଇଭ”:୭୬ ଜଣ ଆଇନ ଉଲଂଘନକାରୀଙ୍କୁ ଥାନାରେ ଅଟକ, ୩୮ ଗାଡି ଜବତ।

 

୩-ବର୍ଷା ସୃଷ୍ଟି କଲା ବନ୍ୟା: ମାଲାକାନଗିରି ଓ କୋରାପୁଟ ସ୍ଥିତି ବେହାଲ, ବାହ୍ୟଜଗତରୁ ବିଚ୍ଛିନ୍ନ। ବଡ଼ ବନ୍ୟା ଆଶଙ୍କା ନାହିଁ:SRC

 

୪-ଉପକୂଳ ଅତିକ୍ରମ କଲା ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା।

 

୫-ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ, ବିଦ୍ୟୁତ ଉତ୍ପାଦନ ବନ୍ଦ।

 

୬-ସରକାରୀ ଡ଼ାକ୍ତରଖାନାରେ ନାହାନ୍ତି ଡ଼ାକ୍ତର: ୩୦ ପ୍ରତିଶତ ଡାକ୍ତର ପଦବୀ ଖାଲି।

 

୭-ସିସିଟିଭି ନ ଥିଲେ ମିଳିବନି +୨ ପରୀକ୍ଷା କେନ୍ଦ୍ରର ମାନ୍ୟତା।

 

୮-ଭୁବନେଶ୍ୱର: ବିଶ୍ବବିଦ୍ୟାଳୟ ଚାଲିବ କେମିତି ?୭୩% କର୍ମଚାରୀ ନାହାଁନ୍ତି।

 

୯-ସୁନାବେଡ଼ା ହାଲରେ ନିର୍ମାଣ ହେବ ୨୪୦ ସୁଖୋଇ ଇଞ୍ଜିନ।

 

୧୦-ଭୁବନେଶ୍ୱର:ଖୁବ୍ ଶୀଘ୍ର ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ, ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ।

 

୧୧-ଏସସିବି ମେଡିକାଲକୁ ବଡ଼ ସଫଳତା, ସଫଳ ହେଲା ଦ୍ୱିତୀୟ ଯକୃତ ପ୍ରତିରୋପଣ।

 

୧୨-ଚନ୍ଦନେଶ୍ଵର: ସମୁଦ୍ର ଅଶାନ୍ତ,୧୦ ଫୁଟ୍ ଉଚ୍ଚ ଜୁଆର ମାଡି ଆସୁଛି।

 

୧୩-ବୈ।ଦ୍ଧ:ସାପ କାମୁଡ଼ାରେ ୩ ନାବାଳିକା ମୃତ, ବୁର୍ଲାରେ ବାପା ଗୁରୁତର।

 

୧୪-ଆଜି ଗଞ୍ଜାମ ଜିଲ୍ଲା ଓ ମାଲକାନଗିରିରେ ସ୍କୁଲ ଛୁଟି, ପ୍ରବଳ ବର୍ଷା ପାଇଁ ଜିଲ୍ଲାପାଳଙ୍କ ନିଷ୍ପତ୍ତି।

 

୧୫-ନବୀନଙ୍କ କାମର ଫିତା କାଟୁଛନ୍ତି ବିଜେପି ସରକାର: ବିଜେଡ଼ି।

 

୧୬-କୋରାପୁଟ ଓ ମାଲକାନଗିରି ଜିଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ।

 

୧୭-ରାଜନଗର: ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ।

 

୧୮-କୋଲକାତା ଲଜ୍ଜା: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌, ଆଜି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ।

 

୧୯-କାନପୁର-କାସଗଞ୍ଜ ରେଳ ପଥ :ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର, ୧୨ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧ ଗିରଫ।

 

୨୦-ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ ଗାଡି ଚାହିଦା ବଢିବାରେ ଲାଗିଛି । ଆଗାମୀ ୨ବର୍ଷରେ ଶସ୍ତା ହେବ ଇଲେକ୍ଟ୍ରିକ୍ କାର୍।

 

୨୧-ମମତାଙ୍କୁ କଡ଼ା ଜବାବ ଦେଲେ କୋଲକାତା ପୀଡ଼ିତାଙ୍କ ମାଆ, କହିଲେ- ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ।

 

୨୨-ଭାରତରେ ମଙ୍କିପକ୍ସ ଭୂତାଣୁ ଠାବ,ଯୁବକ ଜଣକ ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ।

 

୨୩-ପୁଣି ଚର୍ଚ୍ଚାରେ ବିଏସଏନଏଲ: ଜିଓ, ଏୟାରଟେଲ ଭଳି ଆସିଲା ଆପ୍, ନେଇପାରିବେ ଲାଇଭ୍‌ ଟିଭିର ମଜା।

 

୨୪-LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଏନକାଉଣ୍ଟରରେ ଟଳିଲେ ୨ଆତଙ୍କବାଦୀ l

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.