November 26, 2024

ଲଗାଣ ବର୍ଷା ଫଳରେ ଲାଞ୍ଜିଗଡ଼ ଅଞ୍ଚଳର ପରିସ୍ଥିତି ଶୋଚନୀୟ 

Share

      ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଦୁଇଦିନ ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ଏବଂ ଏହାର ଆଖ ପାଖ ଅଞ୍ଚଳର ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଭଵାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଥିବା ଗୋଟିଏ ହ୍ୟୁମ ପାଇପ ଦେଇ ନିର୍ମିତ ପୋଲଟି ପାହାଡ଼ରୁ ଆସିଥିବା ପ୍ରବଳ ଜଳସ୍ରୋତରେ ଭାସି ଯାଇଛି l ଫଳରେ ଲାଞ୍ଜିଗଡ଼ଠାରୁ ଭଵାନୀପାଟଣାକୁ ଯୋଗା ଯୋଗ ବିଛିନ୍ନ ହୋଇଯାଇଛି l ଲାଞ୍ଜିଗଡ଼ ନିକଟରେ ଥିବା ଛତ୍ରପୁର, ଚଣାନିମା, କେନ୍ଦୁଗୁଡ଼ା ଓ ବୁଣ୍ଡେଲ ଗ୍ରାମ ଗୁଡ଼ିକର ଅବସ୍ଥା ଅତି ଶୋଚନୀୟ l ଗ୍ରାମରେ ରାସ୍ତା ଉପରେ ଦୁଇଫୁଟ ପାଣି ଚାଲୁଥିବା ବେଳେ ଅନେକଙ୍କ ଘର ମଧ୍ୟକୁ ପାଣି ପଶ୍ଚିଯାଇଛି l ବୁଣ୍ଡେଲ ଗ୍ରାମ ମଧ୍ୟରେ ବେଦାନ୍ତ ଆଲୁମିନା ପ୍ରକଳ୍ପର ରେଡ଼ ମଡ଼ ପଣ୍ଡର ଜଳ ପଶି ଆସିବା ଯୋଗୁଁ ଗ୍ରାମ ମଧ୍ୟରେ ଲାଲ ରଙ୍ଗର ପାଣି ଲହଡ଼ି ଭାଙ୍ଗି ବହି ଚାଲିଛି l ସେହି ପାଣି ଗ୍ରାମର ଘରେ ପଶିବା ହେତୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଲୋକେ ବେଦାନ୍ତ କମ୍ପାନୀକୁ ଦାୟୀ କରିଛନ୍ତି ଏବଂ କମ୍ପାନୀ ସେମାନଙ୍କ ଏ ଅସୁବିଧା ଦୂର ନ କଲେ ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.