July 3, 2024

କାର୍ଯ୍ଯରେ ଯୋଗଦେଲେ ବୁଗୁଡ଼ା ବ୍ଲକର ସମସ୍ତ ପିଇଓ

Share

କାର୍ଯ୍ଯରେ ଯୋଗଦେଲେ ବୁଗୁଡ଼ା ବ୍ଲକର ସମସ୍ତ ପିଇଓ
ବୁଗୁଡ଼ା : ତା ୧୦/୦୮/୨୩ : ରାଜ୍ୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ନିଷ୍ପତ୍ତି ପ୍ରକାରେ ଗତ ଅଗଷ୍ଟ ୧୮ ତାରିଖରୁ ସମୂହ ଛୁଟିରେ ରହିଥିବା ବୁଗୁଡ଼ା ବ୍ଲକର ୧୬ ଜଣ ପିଇଓ ଶୁକ୍ରବାର ଦିନଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟ ସରକାର ଏକ ମାସ ମଧ୍ୟରେ ଦୁଇ ଦଫା ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାଜ୍ୟ ସଂଘର ନିଷ୍ପତ୍ତି ପ୍ରକାରେ ବୁଗୁଡା ବ୍ଲକ ପିଇଓ ସଂଘ ସଭାପତି ସୁବ୍ରତ ଗଡନାୟକ , ସମ୍ପାଦକ ପ୍ରଶାନ୍ତ ବେହେରା ଓ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ ପିଇଓ ଶୁକ୍ରବାର ଦିନ ବ୍ଲକ କାର୍ଯ୍ଯାଳୟରେ ପହଞ୍ଚି ବିଡିଓ ବାସୁଦେବ ନାୟକଙ୍କୁ କାର୍ଯ୍ୟରେ ଯୋଗଦାନ କରିବାର ଲିଖିତ ପତ୍ର ଦାଖଲ କରିଥିଲେ । ଦୀର୍ଘ ୨୧ ଦିନ ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ସମୂହ ଛୁଟିରେ ଥିବା ଯୋଗୁଁ ପଞ୍ଚାୟତ ସ୍ତରର ଉନ୍ନୟନ କାର୍ଯ୍ୟ ସମେତ ଆବାସ ଯୋଜନା କାର୍ଯ୍ଯରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।