April 20, 2025

ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ସଭା

Share

ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ସଭା

ପାଇକମାଳ , ୧୦।୯:ବରଗଡ ଜିଲା ପାଇକମାଳ ବ୍ଲକ ନୃସିଂହନାଥ ମନ୍ଦିର ନିକଟସ୍ଥ କୁଳିତା ଜାତିର ଇଷ୍ଟ ଦେବତା ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି | ସଭାରେ ସ୍ବର୍ଗତ ମହେନ୍ଦ୍ର ବଢ଼େଇ ଙ୍କ ଫୋଟୋ ଚିତ୍ରରେ ମନ୍ଦିର ପୂଜକ ଉଦ୍ଧବ ପ୍ରଧାନ ପୁଷ୍ପ ମାଲ୍ୟ ଦେଇ ଦୀପ ଜାଳି ପୁଜା କଲା ପରେ ସଭାରେ ଉପସ୍ଥିତ କୁଲତା ଯୁବ ସଂଗଠନ ର ସମସ୍ତ କର୍ମକର୍ତା ପୁଷ୍ପ ପ୍ରଦାନ କରି, ଦିବଂଗତ କୁଲତା ଜାତିର ସ୍ବେଛାସେବୀ ମହେନ୍ଦ୍ର ବଢ଼େଇ ଙ୍କୁ ଆମର ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରି ଥିଲେ | କୁଲତା ଯୁବ ସଂଗଠନ ର ସଭାପତି ଡାକ୍ତର ବୁଲୁ ବାରିକ, ଭୁବନେଶ୍ୱର ସା, ଟାଇଲ ଭୋଇ, ଲିଙ୍ଗରାଜ ପଧାନ, କର୍ମୁ ବିଶ୍ୱାଳ, ଯୋଗେନ୍ଦ୍ର ଭୋଇ, ଅଲେଖ ପ୍ରଧାନ, ଶରତ ସାହୁ, ଚିତ୍ତ ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ରେ ସ୍ବର୍ଗତ ବଢ଼େଇ ଙ୍କ ସ୍ମୁତି ଚାରଣ କରି ଥିଲେ, କେଶବ ସାହୁ ପରିଚାଳନା ରେ ସହଯୋଗ କରି ଥିଲେ |ପ୍ରକୃତି ବନ୍ଧୁ ବଡ ଶତପଥି ସ୍ବର୍ଗତ ବଢ଼େଇ ଙ୍କ ସ୍ମତି ପାଇଁ ଏକ ବଉଳ ଚାରା ଦେଇ ଥିବା ବେଳେ ଥାନା ଆଇ ଆଇ ସି ସୁଶାନ୍ତ କୁମାର ବଢ଼େଇ ଏହି ଚାରା କୁ ମନ୍ଦିର ପରିସରରେ ଲଗାଇ ଯୁବ ସଂଗଠନ ର କର୍ମ କର୍ତା ମାନଙ୍କୁ ବଉଳ ଚାରା କୁ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ |