ଖବର ଆଜିର*
*ଖବର ଆଜିର*
*ତାରିଖ ୧୦/୦୯/୨୩, ରବିବାର*
*୧-ଜି-୨୦ ମଞ୍ଚରେ ଦିଲ୍ଲୀ ଘୋଷଣା ପତ୍ର ମଞ୍ଜୁର । ୩୭ ପୃଷ୍ଠା ବିଶିଷ୍ଟ ଘୋଷଣାପତ୍ରରେ ଏକ ମାଟି, ଏକ ପରିବାର ଓ ଏକ ଭବିଷ୍ୟତ ଉପରେ ଗୁରୁତ୍ୱ।*
*୨-ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଜି -୨୦ ଶିଖର ବୈଠକ ଅବସରରେ ଭାରତ ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ କରିଛି।*
*୩-ହାଇକୋର୍ଟରେ ଅନୁଷ୍ଠିତ ହେଲା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୯୭ଟି ମାମଲାର ଆପୋଷ ବୁଝାମଣାରେ ହେଲା ଫଏସଲା।*
*୪-ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ,୧୨ତାରିଖରୁ ବଢିବ ବର୍ଷା ପରିମାଣ।*
*୫-G20 ରୁ ଆମେରିକା, ହକି ବିଶ୍ବକପ୍ରୁ ନୂଆ ସଂସଦ ଭବନ: ସବୁଠି କୋଣାର୍କ ଚକ୍ରର ଝଲକ୍।*
*୬-ବାଂଶପାଳ:ସର୍ପ ଦଂଶନ ନେଲା ୨ ଜୀବନ, ବିଷାକ୍ତ ସାପ ଚୋଟରେ ମା’ ଓ ୨ ବର୍ଷ ଶିଶୁ କନ୍ୟାଙ୍କ ମୃତ୍ୟୁ।*
*୭-ଚଳିତ ମାସରୁ ସ୍କିମେଟିକ୍ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା, ଆସନ୍ତା ସପ୍ତାହରେ ଜାରି ହେବ ବିଜ୍ଞପ୍ତି।*
*୮-ସ୍ବଭାବିକ ହେଉଛି ପରିବା ଦର, ଅଧିକାଂଶ ପରିବା ଦର ୩୦ ଟଙ୍କା ତଳେ।*
*୯-କନ୍ଧମାଳ ସଂସଦୀୟ କ୍ଷେତ୍ରରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମୀକ୍ଷା, ଅନେକ ନୂତନ ପ୍ରକଳ୍ପର କଲେ ଶିଳାନ୍ୟାସ।*
*୧୦-ଅକ୍ଚୋବର ୧ରୁ କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ, ଓଡ଼ିଶା ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ।*
*୧୧-ମାଲକାନଗିରି:ଜଙ୍ଗଲ ମଝିରେ ଗୀତର ତାଳେ ତାଳେ ଝୁମିଲେ ମାଓବାଦୀ; ଭାଇରାଲ ହେଲା ଭିଡ଼ିଓ।*
*୧୨-ବ୍ରହ୍ମପୁର: ଅନଲାଇନ୍ ରେ ଟଙ୍କା ରୋଜଗାର ନିଶା,୨୦ ଲକ୍ଷ ହରାଇଲେ ଯୁବକ।*
*୧୩-ଭୁବନେଶ୍ୱର:OTP ସେୟରିଂ ମାମଲା; ୧୨୦୦ ପୃଷ୍ଠାର ପ୍ରାଥମିକ ଚାର୍ଜ ସିଟ ଦାଖଲ କଲା କ୍ରାଇମ୍ ବ୍ରାଞ୍ଚ STF।*
*୧୪-G20 ସମ୍ମିଳନୀରେ ଯୋଗ ଦେବାକୁ ଆସିଥବା ଅତିଥିମାନଙ୍କୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି କିସର ୪୦ ହଜାର ଜନଜାତି ଛାତ୍ରଛାତ୍ରୀ।*
*୧୫-ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ୩ଟି ପ୍ରଜାତିର ୫ଟି ଜଙ୍ଗଲୀ ପ୍ରାଣୀ। ୨ଟି ହୁଲକ୍ ଗିବନ, ୨ଟି ଘୁଷୁରୀ ଲାଞ୍ଜି ମାଙ୍କଡ ଓ ଗୋଟି ହିମାଳୟ ଭାଲୁକୁ ସ୍ବତନ୍ତ୍ର ଟ୍ରକରେ ଅଣାଯାଇଛି।*
*୧୬-ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁ ଓ ତାଙ୍କ ପୁଅ ଉପରେ ରହିଛି ୩୭୧ କୋଟି ଟଙ୍କା ଠକେଇ ଅଭିଯୋଗ।*
*୧୭-ଏସିଆରୁ ୟୁରୋପକୁ ସଂଯୋଗ ହେବ ରେଳ କରିଡର, ଜି -୨୦ ସମ୍ମିଳନୀ ଅବସରରେ ବଡ଼ ଚୁକ୍ତି।*
*୧୮-ଜି-୨୦ ନେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୈଶଭୋଜି, ଯୋଗ ଦେଲେ ୧୭୦ ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥି।*
*୧୯-କଲମ୍ବୋ: ଅପରାହ୍ନ ତିନିଟାରେ ଭାରତ – ପାକିସ୍ତାନ ମହାମୁକାବିଲା ଆଜି।*
*୨୦-ମରକ୍କୋରେ ଅନୁଭୂତ ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଥିବା ବେଳେ ୧୨୦୦ରୁ ଅଧିକ ଲୋକ ଆହତ।*
. *🙏 ସୁପ୍ରଭାତ, 🙏*