May 30, 2025

ରାୟଗଡା ପୌରପାଳିକା ର ଥଣ୍ଡା ଓ ସ୍ୱଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟପର୍ଯ୍ୟସ୍ତ 

Share

ରାୟଗଡା : ରାୟଗଡା ଜନସାଧାରଣ ଓ ୟୁ ଜି ଏମ ଆଇ ଟି ଓ ରାୟଗଡା ସ୍ୱୟଂ ସାଶିତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ ଥଣ୍ଡା ଓ ସ୍ୱଛ ପାନୀୟ ଜଳ ଯୋଗାଣ ନିମନ୍ତେ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ନିଜ ପାଣ୍ଠିରୁ ରାୟଗଡା ପୌର ପରିଷଦ ର 14 ନମ୍ବର ୱାର୍ଡ ର ଆର ଆଇ ସି ଛକ, ୟୁ ଜି ଏମ ଆଇ ଟି ଠାରେ ଓ 16 ନମ୍ବର ୱାର୍ଡ ର ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ 15 ଲକ୍ଷ୍ୟ ଟଙ୍କା ବେୟ ରେ ତିନିଗୋଟି ସ୍ଥାନରେ ଥଣ୍ଡା ଓ ସ୍ୱଛ ପାନୀୟ ଜଳ ନିମନ୍ତେ ରାଜ୍ୟ ସଭା ସାଂସଦ ଅନୁଦାନ ପାଣ୍ଠି ରୁ ପ୍ରଦାନ କରିଥିଲେ ଯାହାକି 2023 ମସିହା ରେ ସମ୍ପୂର୍ଣ୍ଣ ହୋଇଥିଲା l ଏହି ତିନିଗୋଟି ପ୍ରକଳ୍ପ କୁ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ଉଦଘାଟନ କରିଥିଲେ l ଏକ ମହତ ଉଦେଶ୍ୟ ନେଇ ଏହି ପ୍ରକଳ୍ପ ଉଦଘାଟିତ ହୋଇଥିଲା କିନ୍ତୁ ବାସ୍ତବ ରେ ତାହା ପ୍ରକୃତ ରେ ଜନସାଧାରଣ ଙ୍କ କୋଣସି କାମରେ ଆସୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ଉଦଘାଟନ କରିବା ର ଦୁଇ ମାସ ପର ଠାରୁ ଏହି ପ୍ରକଳ୍ପ କାମ କରୁନଥିବା ନେଇ ପୌର ପାଳିକା ର ଅଧକ୍ଷ ମହେଶ ପଟ୍ଟନାୟକ ଙ୍କୁ ତାଙ୍କ ଫୋନ ନମ୍ବର 7008212347 ରେ ଯୋଗାଯୋଗ କରି ତାଙ୍କରି ପ୍ରତିକ୍ରିୟା ନେବା ରୁ ସେ କହିଥିଲେ ଜେ ରାୟଗଡା ପୋଲିସ ଙ୍କୁ ପଚାରନ୍ତୁ କଣ ପାଇଁ ଏହି ତିନୋଟି ସ୍ଥାନ ରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି ବୋଲି l ସେ ପୁଣି କହିଛନ୍ତି ଜେ ଉପରକ୍ତ ସ୍ଥାନ ରୁ ମୋଟର, ପାଇପ ଚୋରି ହୋଇଯାଇଛି ଏହି ନେହି ପାନୀୟ ଜଳ ଯୋଗାଣ ହେଇପାରୁନାହିଁ ବୋଲି କହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed