May 30, 2025

ଖାରିଗୁମାରେ ଗର୍ଭବତୀ ସ୍ତ୍ରୀ କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ, ମୋହନା ଥାନାରେ ମାମଲା ରୁଜ୍ଜୁ , ପୋଲିସ ପକ୍ଷରୁ ତଦନ୍ତ ଜାରି 

Share

 

 

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁ ରେ ନିଜ ସ୍ତ୍ରୀ କୁ ସ୍ବାମୀ ଅତି ଅମାନୁଷିକ ଭାବେ ହତ୍ୟା କରିଥିବା ମୋହନା ଥାନାରେ ଆଜି ସଂନ୍ଧ୍ୟା ୬ଟା ସମୟରେ ଅଭିଯୋଗ ହୋଇଛି। ହତ୍ୟା ର ଶିକାର ହୋଇଥିବା ମହିଳା ଜଣକ ହେଲେ ଖାରାଗୁମା ଗାଁ ର କୁନି ଶବର । ସେ ୬ ମାସର ଗର୍ଭବତୀ ଥିବା ବେଳେ ତାକୁ ତାଙ୍କର ସ୍ବାମୀ ସଞ୍ଜୟ ଶବର ମାଡ ମାରି ଆଜି ସକାଳ ୮ଘଣ୍ଟ ସମୟରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ କାଳିଆ ମଣ୍ଡଳ । ଏ ନେଇ ମୋହନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ କୁ ଜବତ କରିଛି । ତଦନ୍ତ ଜାରି ରଖିଛି। ହତ୍ୟା ର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି।

You may have missed