ନିଜେ ରୁଗଣ ହେଇ ପଡ଼ିଛି ବେନୋର। ସରକାରୀ ଆୟୁର୍ବେଦିକ ହସ୍ପିଟାଲ.…….
ଉମରକୋଟ – (ଏମ୍.ଦିନା°ଶୁ ଆଚାରୀ) ଆମେ ଦେହ ଖରାପ ହେଲେ ହସ୍ପିଟାଲ ଯାଇ କି ଚିକିତ୍ସିତ ହେଉ। କିନ୍ତୁ ନିଜେ ଯଦି ହସ୍ପିଟାଲ ରୁଗ୍ଣ ହେଇ ଯାଏ ତେବେ ତାହାର ଚିକିତ୍ସା କରିବା ପାଇଁ ନା ଆଗ୍ରହ ଅଛି ସରକାର ଙ୍କ ର ନା ଲୋକ ପ୍ରତିନିଧି ଙ୍କ ର ନା ଅଛି ସରକାରୀ ବାବୁ ମାନଙ୍କ ର। ସ୍ବାସ୍ଥ୍ୟ ସେବା କୁ ସୁଦୃଢ କରିବ। ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ପ୍ରତି ହସ୍ପିଟାଲ ରେ ଆବଶ୍ୟକ ଠାରୁ ଅଧିକ କୋଠା ତିଆରି ଚାଲିଛି। କିନ୍ତୁ କୋଠା ଯେଉଁ ହସ୍ପିଟାଲ କୁ ଦରକାର ସେଠୀ କିଛି ବି ସରକାର କରୁ ନାହାନ୍ତି। ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେନର। ଠାରେ ଦେଖିବା କୁ ମିଳିଛି। ୩୦ ବର୍ଷ ତଳେ ଏହି ହସ୍ପିଟାଲ ନିର୍ମାଣ ହେଇ ଥିଲା। ରାଜ୍ୟ ସରକାର କୋଠା ତିଆରି କରି ନିଜ ଦାୟିତ୍ୱ କୁ ସମ୍ପନ୍ନ କରି ଦେଲେ। ହେଲେ ପରେ ଏହାର କୌଣସି ମରାମତି କଲେ ନାହି। ଦୀର୍ଘ ୩୦ ବର୍ଷ ଧରି ରୋଗୀ ଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବା ଏହି ହସ୍ପିଟାଲ ଆଜି ନିଜେ ରୁଗଣ ହେଇ ପଡିଛି। ସମ୍ପୂର୍ଣ୍ଣ ହସ୍ପିଟାଲ ର କୋଠା ବିପଦ ସଙ୍କୁଳ ଅବସ୍ଥା ରେ ରହିଛି। କେତେ ବେଳେ ଭୁଶୁଡ଼ି ଯିବ କହି ହେବ ନାହିଁ। ଘର ଆଜି ବି ଏ ସି ସୀଟ ର ଛ।ତ ପଡିଛି। ଏ ସି ସୀଟ ଫାଟି ଆ ହେଇ ପାଣି ଗୋଳୁଚି। ବର୍ଷା ଦିନେ ଡକ୍ଟର ଆଉ ରୋଗୀ ଙ୍କ ର ଅବସ୍ଥା ନ କହିଲେ ଭଲ। ଅନ୍ୟ ସରକାରୀ ହସ୍ପିଟାଲ ରେ ଟାଇଲ ଲାଗିଲାଣି। କିନ୍ତୁ ଏଠାରେ ଥିବା ସିମେଣ୍ଟ ଚଟାଣ ଆଉ ନାହି ସବୁ ଭାଙ୍ଗି ଗଲାଣି। ରୋଗୀ ମାନଙ୍କ ପାଇଁ ୱେଟିଁ ହଲ ର କୌଣସି ବ୍ୟବସ୍ଥା ହିଁ ନାହି। ଡକ୍ଟର କିମ୍ବା ରୋଗୀ ପାଇଁ କୌଣସି ଟଏଲେଟ ର ବ୍ୟବସ୍ଥା ମଧ୍ୟ ନାହି। ଏଥି ପାଇଁ ଗ୍ରାମ ବାସୀ ଲୋକ ପ୍ରତିନିଧି ଓ ସରକାରୀ ବାବୁ ମାନଙ୍କୁ ବହୁ ବାର ଗୁହାରୀ କଲେ ମଧ୍ଯୋଯ କେହି କର୍ଣ୍ଣ ପ।ତ କରୁ ନ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଅଂଚଳ ର ବରିଷ୍ଠ ନେତା କର୍ପୁର ଚନ୍ଦ୍ର ନାୟକ ଅନୁରୋଧ କରିଛନ୍ତି। ସରକାର ଏଲୋ ପ।ଥିକ ଡକ୍ଟର ଖାନ। କୁ ବେଶି ଗୁରୁତ୍ଵ ଦେଉଥିବା ବେଳେ ଆୟୁର୍ବେଦିକ ହସ୍ପିଟାଲ କୁ ନୂୟୁନ ଦୃଷ୍ଟି ରେ ଦେଖୁଥିବା ଶ୍ରି ନାୟକ ଅଭିଯୋଗ କରିବା ସହ ଯଦି ବେନରା ଆୟୁର୍ବେଦିକ ହସ୍ପିଟାଲ ର ନୂତନ କୋଠା ଯଦି ରାଜ୍ୟ ସରକାର ଶୀଘ୍ର ନ କରନ୍ତି ଅଂଚଳ ରେ ଏକ ବଡ ଧରଣ ର ଆନ୍ଦୋଳନ କରାଯିବ ବୋଲି କର୍ପୁର ନାୟକ ଚେତାବନୀ ଦେଇଛନ୍ତି।