ଶିଶୁ ସମାଚାର ସପ୍ତଦଶ ସ୍ଵନକ୍ଷତ୍ର ସମାରୋହ ଓ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ପାଳିତ..
*ଶିଶୁ ସମାଚାର ସାରସ୍ଵତ ସମ୍ମାନ ପାଇଲେ*
*ବିଶିଷ୍ଟ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ସାମଲ ଓ ଶିଶୁ ସମାଚାର ପ୍ରତିଭା ସମ୍ମାନ ପାଇଲେ କଣ୍ଠଶିଳ୍ପୀ ସୁଶ୍ରୀ ବେଦାଂଶି ପରିଡ଼ା*
*ଯୋଗ ଦେଲେ ପାଂଚ ସହରୁ ଉର୍ଦ୍ଧ୍ ଶିଶୁ ଶିଳ୍ପୀ*
ପୁରୀ(୧୦/୮/୨୪)
ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ସପ୍ତଦଶ ସ୍ୱ ନକ୍ଷତ୍ର ସମାରୋହ ଓ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସ୍ଥାନୀୟ ପୌର ସଦନ ଠାରେ ମହସମରୋ ରେ ପାଳିତ ହୋଇ ଯାଇଛି।ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦୦ ରୁ ଉର୍ଦ୍ଧ୍ବ ଶିଶୁ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଶିଶୁ ସମାଚାର ଉତ୍ସବ କମିଟି ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ଜିଲ୍ଲା ଲୋକୋ ସମ୍ପର୍କ ବିଭାଗ ମୁଖ୍ୟ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିଶୁ ମାନଙ୍କ ବିକାଶ ରେ ରାଷ୍ଟ୍ରର ବିକାଶ ହେବ ଏବଂ ଶିଶୁ ମାନଙ୍କ ପ୍ରତିଭା ବିକାଶ ଦିଗରେ ଦିର୍ଘ୍ ସତର ବର୍ଷ ଧରି ଶିଶୁ ସମାଚାର କରି ଆସୁଥିବା ପ୍ରୟାସ ପ୍ରଶଂସା ଯୋଗ୍ୟ ବୋଲି କହିଥିଲେ।ଏହି ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ମାନସ ରଞ୍ଜନ ସାମଲଙ୍କୁ ଶିଶୁ ସାହିତ୍ୟିକ ସମ୍ମାନ,ଡାକ୍ତର ହରି ବଲ୍ଲଭ ମହାପାତ୍ରଙ୍କୁ ଶିଶୁ ସମାଚାର ସେବା ସମ୍ମାନ,ଶିଶୁ କଣ୍ଠ ଶିଳ୍ପୀ ବେଦଂlଶୀ ପରିଡାଙ୍କୁ ଶିଶୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ସେହି ପରି ସ୍ୱଚ୍ଛ ଓ ସବୁଜ ସୁନ୍ଦର ପରିବେଶ ପାଇଁ ବାଲି ଗୁଗାଳି ସ୍ଥିତ ସାରଦା ବିହାର ଉଚ୍ଚ ସରକାରୀ ବିଦ୍ୟାଳୟ ସ୍କୁଲ୍ କୁ ଶିଶୁ ସମାଚାର ସବୁଜ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟ କ୍ରମରେ ଅନ୍ୟ ତମ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ,ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ଦାସମହାପାତ୍ର ,ଉତ୍କଳ ବିଦ୍ୱତ୍ ପରିଷଦର ସଭାପତି ମନୋଜ ରଥ,ଆଧ୍ୟାତ୍ମିକ ଗୁରୁ କୃଷ୍ଣ ପ୍ରେମାନନ୍ଦ ସରସ୍ଵତୀ ,ବିଶିଷ୍ଟ ଶିଳ୍ପଉଦ୍ୟଗି ଗିରିଶ ଚନ୍ଦ୍ର ନାୟକ ,ଇ ଟୋଣ୍ଟି ଫୋର୍ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର ଏବଂ ବିଶେଷ ଅତିଥି ଭାବରେ ଶିଶୁ କଳାକାର ବୈଷ୍ଣବୀ ବର୍ତିୟା ଯୋଗ ଦେଇ ଥିଲେ।ଶିଶୁ ସମାଚାର ଉପଦେଷ୍ଟା ରଘୁନାଥ ମହାପାତ୍ର ,ଡ.କୈଳାଶ ଚନ୍ଦ୍ର ତିକାୟତ ରାୟ,ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ,ଶ୍ରୀଯୁକ୍ତ ଧ୍ରୁବ ଚରଣ କର ପ୍ରଭୃତି ଏହି ଅବସରରେ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମକୁ ଶିବସୁନ୍ଦର ମିଶ୍ର,ଶରତ କୁମାର ରାୟଗୁରୁ,ଶ୍ରୀକାନ୍ତ ମହାନ୍ତି ସଂଯୋଜନା କରିଥିଲେ। ପ୍ପ୍ରାରମ୍ଭରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉତ୍ସବ କମିଟି ଉପାଧ୍ୟକ୍ଷ ବିଜୟକୃଷ୍ଣ ବ୍ରହ୍ମା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସରରେ ଶିଶୁ ସମାଚାର ସମ୍ବାଦ ପତ୍ରର ଅଗଷ୍ଟ ସଂଖ୍ୟା ଓ ଅନୁଷ୍ଠାନର ସ୍ମରଣିକା “ମୁଖଶାଳା” କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ