ଉମରକୋଟ ତେଲ ନଦୀ ରେ ମୃତ ଦେହ ଉଦ୍ଧାର ଘଟଣା ମୃତକ ଙ୍କ ପରିଚୟ ମିଳିଲାନି,ପ୍ରଶାସନ ଶବ ବ୍ୟବଚ୍ଛେଦ କଲା ……..
ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ କୁର୍ସୀ ଗାଁ ନିକଟରେ ଥିବା ତେଲ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତି ଙ୍କ ଶବ ମଙ୍ଗଳ ବାର ଦିନ ଉଦ୍ଧାର ହୋଇଥିଲା । ମୃତ ବ୍ୟକ୍ତି ରକ୍ତାକ୍ତ ଅବସ୍ଥା ରେ ପାଣି ଭିତରେ ପଡିଥିଲା ଏବଂ ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ହତ୍ୟା ସନ୍ଧେହ କରା ଯାଇଥିଲା ।ଘଟଣାକୁ ନେଇ ନବରଙ୍ଗପୁର ସାଇଣ୍ଟିଫିକ ଟିମ ଆସି ତଦନ୍ତ କରି ଫେରିଥିଲେ। ଉମରକୋଟ ଥାନରେ ଏହାକୁ ନେଇ ୨୯୨/୨୪ରେ କେଶ ରୁଜୁ କରାଯାଇଛି। ନିୟମ ଅନୁଯାଇ ଅଜଣା ବ୍ୟକ୍ତିଙ୍କ ପରିଚୟ ନମିଳିଲେ ୭୨ଘଣ୍ଟା ଯାଏଁ ଉକ୍ତ ମୃତ ଦେହ କୁ ନିଜ କଷ୍ଟଡି ରେ ରଖାଯିବ ଏବଂ ପରେ ଉକ୍ତ ସବକୁ ସତ୍କାର କରିବାର ନିୟମ ରହିଛି। ତେଣୁ ଏହି ମର ଶରୀର କୁ ଉମରକୋଟ ହସ୍ପିଟାଲ ରେ ଥିବା ଫ୍ରିଜର୍ ରେ ରଖା ଯାଇଥିଲା। କିନ୍ତୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ମୃତକ ଙ୍କ ପରିଚୟ ମିଳିଲା ନାହିଁ। ଆଜି ଶବର ପ୍ୟାଣ୍ଟ ପକେଟରୁ ଗୋଟିଏ ସାଇକେଲ ଚାବି ମିଳିଲା। କାଳେ ସାଇକେଲ ନଦୀ ଭିତରେ କିମ୍ୱା ଆଖ ପାଖ ଅଂଚଳରେ ସାଇକେଲ ଥିବ ବୋଲି ଭାବି ଉମରକୋଟ ପୋଲିସ ଅଗ୍ନି ଶ୍ରମ ବିଭାଗ ର କର୍ମଚାରୀ ଙ୍କୁ ନେଇ ନଦି ଭିତରେ ଆଉ ଆଖ ପାଖ ଅଂଚଳରେ ସାଇକେଲ କୁ ଖୋଜି ଥିଲା କିନ୍ତୁ କିଛି ବି ପାଇଲା ନାହିଁ। ଶେଷ ରେ ଆଜି ଉମରକୋଟ ଅତିରିକ୍ତ ତହସିଲଦାର ଚିତ ରଞ୍ଜନ ପଟ୍ଟନାୟକ ମାଜିଷ୍ଟେଟ ଦାଇତ୍ୱରେ ଉପସ୍ଥିତ ରେ ଉମରକୋଟ ଥ।ନା ଆଇଆଇସି ଡମ୍ବରୁ ଧର ପ୍ରଧାନ ଶବ କୁ ପୋତି ଦେଇଛନ୍ତି।