ବିପର୍ଯ୍ୟୟ ସମ୍ଭନ୍ଧିୟ ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମରେ ରିଲିଆନ୍ସ ଫାଉଣ୍ଡେସନ ଓ କାମଧେନୁ ସେବା ସମିତି ମିଳିତ ଆନୁକୂଲ୍ୟରେ ବିପର୍ଯ୍ୟୟ କ୍ଷତିଭୟ କମାଇବା ଉପରେ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି I ଆଗାମୀ ଦିନରେ ରିଲିଆନ୍ସ ଫାଉଣ୍ଡେସନ ତାହାର ବିପର୍ଯୟ ପରିଚାଳନା ନିମନ୍ତେ ପ୍ରସ୍ତୁତ କାର୍ଯ୍ୟକ୍ରମ ବିଷୟରେ ଜ୍ୟୋତିର୍ମୟ ବିଶ୍ୱାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ lକାମଧେନୁ ସେବା ସମିତିର ସମ୍ପାଦକ ଟୁନା ମହାରଣା ବିଭିନ୍ନ ବିପର୍ଯୟ ମୁକାବିଲାର କୌଶଳ ଏବଂ ଗ୍ରାମବାସୀଙ୍କ ଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ l ମୋବାଇଲ ମାଧ୍ୟମରେ ଆଗାମୀ ସୂଚନା, ଗ୍ରାମ୍ୟ ସ୍ଥରରେ ଯୋଜନା ପ୍ରସ୍ତୁତି, ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ ରିଲାନ୍ସ ଫାଉଣ୍ଡେସନର କାର୍ଯ୍ୟକ୍ରମ ଗୁଡିକ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲା ଇ ଗଞ୍ଜାମ ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଇଲାକା ହୋଇଥିବାରୁ ବନ୍ୟା, ବାତ୍ୟା, ସୁନାମି ପରି ବିପର୍ଯୟ ମୁକାବିଲା ନିମନ୍ତେ ରିଲାନ୍ସ ଫାଉଣ୍ଡେସନର ସହାୟତା ଆବଶ୍ୟକତା ଅଛିବୋଲି ଗ୍ରାମବାସୀ ଇଛାପ୍ରକାଶ କରିଥିଲେ l(ପ୍ରଦୀପ କୁମାର ପଣ୍ଡା )