ବିଦ୍ୟାଳୟରେ ପରିଚାଳନା ଓ ଉନ୍ନୟନ କମିଟି ବୈଠକ …
ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକଟି କୁଜଙ୍ଗ ବ୍ଲକ୍ ଗୋପିଆକୁଦ ପଞ୍ଚାୟତ କାଳିଆପାଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ତେବେ ଏହି ବୈଠକଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଭାକର ସାହୁଙ୍କ ନେତୃତ୍ଵରେ ୨୦୨୪/୨୫ର ଦ୍ଵିତୀୟ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।ମାତ୍ର ଏହି ବୈଠକରେ ରାଜ୍ୟ ସରକାରଙ୍କର ୧୦ ଟି କାର୍ଯ୍ୟସୂଚୀ ପ୍ରତେକ୍ୟ ବିଦ୍ୟାଳୟ ପାଇଁ ଥିବା ତଥା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କର ନିରାପତ୍ତା ବ୍ୟବସ୍ଥା,ଅନ୍ ଲାଇନ୍ ସୁରକ୍ଷା ଓ ସାଇବର ସଚେତନତା, ଅଭିଭାବକ ମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ପ୍ରମୁଖ ବିଦ୍ୟାଳୟରେ ଉପସ୍ଥାପନ ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଏହାର ମତ ରଖିଥିଲେ। ଏଥିସହିତ ଆଗାମୀ ଦିନ ମାନଙ୍କରେ ବିଦ୍ୟାଳୟରେ କିପରି ଉର୍ଣ୍ଣତି ହେବ ସେ ଦିଗରେ ଶିକ୍ଷକ ମାନେ ପ୍ରକାଶ କରିଥିଲେ। ଏହି ବୈଠକରେ ଶିକ୍ଷକ ସର୍ବେସ୍ୱର ଦଳାଇ,ପ୍ରିୟବ୍ରତ ସିଂ,ରଞ୍ଜିତ ପଟ୍ଟନାୟକ,କହ୍ନେଇ ଭୋଇ,ଝୁନାସ୍ ବଡ଼ ରାଇତା,କ୍ରୀଡ଼ା ଶିକ୍ଷକ ଲେଖ ସାମଲ,ବିପ୍ଳବ ମାଝୀ,ଶିକ୍ଷୟତ୍ରୀ ସୁକାନ୍ତି ମହାରଣା,ଶିକ୍ଷୟତ୍ରୀ ସରଶ୍ୱତୀ ଦାସ,ଶିକ୍ଷୟତ୍ରୀ ଲିପିନା ସ୍ବାଇଁ,ଶିକ୍ଷୟତ୍ରୀ ଶେଫାଳୀ ଲେଙ୍କା,ଶିକ୍ଷୟତ୍ରୀ ଲିସ୍ପା ପ୍ରିୟ ଦର୍ଶନି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆଜି ଅଗଷ୍ଟ ୧୦ତାରିଖ ଜାତୀୟ କୃମି ନାଶକ ଦିବସ ଅବସରରେ କୁଜଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା,ଡ଼କ୍ତର ସତ୍ୟଜିତ୍ ପ୍ରଧାନ, ଡ଼କ୍ତର ଗାୟତ୍ରୀ ଜେନା ପ୍ରମୁଖ ଯୋଗଦେବା ସହିତ ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନଙ୍କୁ କୃମି ଔଷଧ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ ବାର୍ତ୍ତା ଦେଇଥିଲେ।ଶେଷରେ କିରାନୀ ସମରେସ୍ ଆଚାର୍ଯ୍ୟ ଉପସ୍ଥିତ ଥିବା ଅଭିଭାବକ ଓ ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
(ଜଗତସିଂହପୁରରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )