November 15, 2024

ପ୍ରଜାତନ୍ତ୍ର ଓଡ଼ିଆ ଅସ୍ମିତାର ପ୍ରତିନିଧି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ  

Share

କଟକ, (ଆପ୍ର) : 1924 ଅକ୍ଟୋବରରେ ଭକ୍ତର ମହତାବ ଲେଖିଥିଲେ, ପ୍ରଜାତନ୍ତ୍ର କେବେ ହେଁ କାହାର ଖୋସାମତ କରିବ ନାହିଁ କିମ୍ବା ସତ୍ୟକୁ ବିଚଳିତ ହେବନାହିଁ । ଗୋଟିଏ ସମ୍ବାଦପତ୍ରର ଭୂମିକାକୁ ଏହିଭଳି ସରଳ ଭାଷାରେ ପ୍ରକାଶ କରିଥିଲେ ଡକ୍ଟର ମହତାବ । ପ୍ରତ୍ୟେକ ସମୟରେ ସମ୍ବାଦପତ୍ରର ଲକ୍ଷ୍ୟ ଓ ଭୂମିକା ବେସାଲିସ, ସ୍ପଷ୍ଟ, ଲୋକାଭିମୁଖୀ ଓ ସତ୍ୟାଶ୍ରୟୀ ହେବା ଉଚିତ । ଏସବୁକୁ ପ୍ରଜାତନ୍ତ୍ର ଅନୁପାଳନ କରିଆସିଛି ଏବଂ ପ୍ରଜାତ ଓଡ଼ିଆ ଅସ୍ମିତାର ପ୍ରତିନିଧୂ ବୋଲି ଏହାର 67ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥ ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ।

ଶୁକ୍ରବାର ପୂର୍ବାହ୍ନରେ ପ୍ରଜାତନ୍ତ୍ର ପରିସରସୁ ବିଷୁବ ମଣ୍ଡପରେ ନ୍ୟାୟମୂ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଳ ପ୍ରକାଶ ପାଇଥିଲା ପ୍ରଜାତନ୍ତ୍ର। 1923ରୁ 1932 ଭିତରେ ପ୍ରକାଚନ୍ତ୍ର ଗ୍ରହଣ କରିଥିଲା ବିପ୍ଲବୀର ଭୂମିକା । ସ୍ଵାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ଲୋକ ସଚେତନତା ସୃଷ୍ଟି କରିବାରେ ପ୍ରଜାତନ୍ତ୍ର ପାଲଟିଥିଲା ତତ୍କାଳୀନ ଓଡ଼ିଶାରେ ସଂଗ୍ରାମୀମାନଙ୍କର ପ୍ରେରଣା । ସମ୍ପାଦକୀୟରେ ପ୍ରକାଶ ପାଇଥିଲା ଗ୍ରାମ ପଞ୍ଚାୟତ, ଦେଶ ମିଶ୍ରଣ, ଜାତୀୟ ଶିକ୍ଷା, ରାଳବନ୍ଦୀ, ଦୁର୍ଭିକ୍ଷ ଓ ତାର ନିରାକରଣ, ସ୍ଵରାଜ୍ୟ, ଉତ୍କଳ ସମ୍ମିଳନୀ ଉପରେ ଆଲେଖା । ତତ୍‌‍ସହିତ ବିଧବା ବିବାହ, ଛୁଆଁ ଅଛୁଆଁ ଭେଦଭାବ, ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ମଧ୍ୟ ପ୍ରଜାତନ୍ତ୍ର ହିଁ ସୃଷ୍ଟି କରିଥିଲା ଅଭୂତପୂର୍ବ ସଚେତନତା। ପ୍ରଜାତନ୍ତ୍ରର ବିପ୍ଳବୀ ଭୂମିକାକୁ ଲକ୍ଷ୍ୟ କରି ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଲେଖୁଥିଲେ, ପ୍ରଜାତନ୍ତ୍ର ଅତ୍ୟାଚାର ବିରୁଦ୍ଧରେ ପ୍ରକାଙ୍କ ପକ୍ଷ ସମର୍ଥନ କରୁଛି, ସେହିପରି କରୁଥାଏ । ଓଡ଼ିଆ ଲୋକଙ୍କ ପାଖକୁ ଛୁଉଁଥୁଲା ପ୍ରଜାତ ଏବଂ ସ୍ବାଧୀନତା, ସୁରାଳ ତଥା ସମାଜ ସଂସ୍କାର ଦିଗରେ ପୁଳାତତ ସିଂହନାଦ ଅବଦମିତ ପ୍ରକାଙ୍କ ଭିତରେ ସୃଷ୍ଟିକରିଥିଲା ଅପୂର୍ବ ଜାଗରଣ । ଓଡ଼ିଶାର ଅନ୍ୟତମ ପ୍ରାଚୀନ ସମ୍ପାଦିପତ୍ର “ ପ୍ରଜାତି ନିଜର ସତସ୍ତରି- ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରୁଛି ଓ ଏଥିରେ ଯୋଗଦେବା ଆନନ୍ଦର ବିଷୟ । ଏହି ଅବସରରେ ଅନେକ ସ୍ମୃତି ମନକୁ ଆନ୍ଦୋଳିତ କରୁଛି । ଓଡ଼ିଆ ଜାତିର ଗତି, ପ୍ରଗତି, ଅର୍ଥନୈତିକ ଓ ସାମାଜିକ ବିକାଶ, ଲୋକସମସ୍ୟାର ଉପଳ ଆଦି କ୍ଷେତ୍ରରେ ପ୍ରକାତର ଭଳି ଏକ ସମ୍ବାଦପତ୍ରର ଭୂମିକା ସେ କେତେ ଗୁରୁତ୍ବପୂର୍ଣ୍ଣ ରହି ଆସିଛି, ସେ ସମ୍ପର୍କରେ ଯେତେ କହିଲେ କମ୍‌‍ ହେବ। ସ୍ଵାଧୀନତା ସଂଗ୍ରାମର ଝଡ଼ ଝଞ୍ଜା ଭିତରେ ବିପ୍ଳବ ଓ ବିବେକର ଆଲୋକ ବିକା ପ୍ରଜାତନ୍ତ୍ର ହେଲା ଉପନିବେଶ ଶର୍ମାଙ୍କ ଗୋଷ ଓ କ୍ରୋଧର ଶିକାର । ଏହି ମହାଳ ଖବରକାଗଜ ବନ୍ଦ ହୋଇଗଲା କିଛି ବର୍ଷ ପାଇଁ। ଡକ୍ଟର ମହତାବ ନିକ୍ଷେପିତ ହେଲେ କାରାଗାରରେ । 1947ରେ ଠିକ ସ୍ଵାଧୀନତାର ଅବ୍ୟବହିତ ପୂର୍ବରୁ ଅର୍ଥାତ ସ୍ଵାଧୀନତାପ୍ରାପ୍ତିର ମାତ୍ର ସପ୍ତାହକ ପୂର୍ବରୁ ପୂଣି ପ୍ରକାଶ ପାଇଲା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସମ୍ବାଦ ଓ ଅଗ୍ନିତାର ପ୍ରତିନିଧି ପ୍ରଜାତନ୍ତ୍ର । ଦେଶ ସ୍ଵାଧୀନ ହେଲା, ଭୂମି ଓ ଭୂମିକା ବହଳିଥିଲା । କିନ୍ତୁ, ଯାହା ଅପରି ବର୍ଣନୀଯ ରହିଥିଲା, ତାହା ହେଉଛି କୋଳସମସ୍ୟାର ଉତ୍ଥାପନ ଓ ସତ୍ୟର ପ୍ରକାଶ । ଓଡ଼ିଶାରେ ନବନିର୍ମାଣର ଯୁଗ ଆରମ୍ଭ ହୋଇଥିଲା । ଡକ୍ଟର ମହତାନ ଏହି ନିର୍ମାଣର ଥିଲେ ଅନ୍ୟତମ ପ୍ରମୁଖ ବିନ୍ଧାଣୀ । କିନ୍ତୁ, ପ୍ରଜାତନ୍ତ୍ର ଜନସମସ୍ୟା ଉତ୍‌‍ଥାପନରେ ପୂର୍ବଭଳି ଅଗ୍ରଣୀ ଭୂମିକା ନେଇଥିଲା । 1954ର ମରୁଡ଼ି, 1955ର ବନ୍ୟା, ସୀମା ଆନ୍ଦୋଳନ, 1964ର ଛାତ୍ର ଆନ୍ଦୋଳନର ଖବର ସହିତ ଜୁସଂସ୍କାର ଓ ଅନ୍ଧବିଶ୍ଵାସକୁ ଦୂରେଇବା ରେ ଲାଗିପଡ଼ିଥିଲା ପ୍ରଜାତନ୍ତ୍ର । ମୀନାବଜାର, ରୂପ ରସ ଛନ୍ଦ ଆଦି ସ୍ତମ୍ଭ ସହିତ ଡାଇଜେଷ୍ଟ ପ୍ରତିଭା, ଇଂରାଜୀ ଖବରକାଗଜ ଇଷ୍ଟର୍ଣ ଟାଇମସ, ସାହିତ୍ୟ ପତ୍ରିକା ଝଙ୍କାର ଓ ପ୍ରଜାତନ୍ତ୍ର ସାପ୍ତାହିକୀ ଆଦି ପ୍ରକାଶ ପାଇ ଅଭୂତପୂର୍ବ ଲୋକପ୍ରିୟତା ପାଇଥିଲା । ପବିତ୍ର ବିଷୁବ ସଂକ୍ରାନ୍ତିରେ ସାହିତ୍ୟିକମାନଙ୍କ ମିଳନ ଏକ ମହାନ ବାର୍ଷିକ ଉତ୍ସବରେ ପରିଣତ ହୋଇଥିଲା। ଡକ୍ଟର ମହତାବଙ୍କ ‘ଗାଁ ମନଲିସ କେବଳ ପାଠକୀୟ ଆଦୃତି ପାଇ ନ ଥିଲା, ଏହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲା। ପ୍ରଜାତନ୍ତ୍ର ଆଜିପର୍ଯ୍ୟନ୍ତ ନିଜ ସ୍ଵତତା ଓ ମର୍ଯ୍ୟାଦା ବଜାୟ ରଖୁଛି । କୁହାଯାଏ ଯେ ଗୋଟିଏ ସମ୍ବାଦପତ୍ର ହେଉଛି, ରାଷ୍ଟ୍ରର ନିଜ ନାଗରିକଙ୍କ ସହିତ ବାର୍ତ୍ତାଳାପ। ଡକ୍ଟର ମହତାବଙ୍କ ସୁଯୋଗ୍ୟ ପୁତ୍ର ଗହରି ମହତାବ ପ୍ରଜାହକୁ ଆହୁରି ଉଚ୍ଚକୁ ନେଇଛନ୍ତି । ପ୍ରଜାତନ୍ତ୍ରର ଅର୍ଥ ହେଉଛି ଗଣତଃ । ଲୋକଙ୍କ ପାଇଁ ସମ୍ବାଦପତ୍ର। ଆମ ସରକାର ଲୋକଙ୍କ ସହକାର । ଖବରକାଗଜ ଗୁଡିକରେ ଲୋକମତର ସଠିକ୍‌‍ ପ୍ରତିଫଳନ ହେଲେ ସରକାର ମଧ୍ୟ ଅଧିକ ସକ୍ରିଯ ଓ ଲୋକାଭିମୁଖୀ ହୋଇପାରିବେ । ଏଥିପାଇଁ ସମ୍ବାଦପତ୍ରକୁ ଗଣତିର ଚତୁର୍ଥ ସ୍ତମ୍ଭ କୁହାଯାଏ । ପ୍ରଜାତ ସହିତ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷ, ସମ୍ପାଦନା ମଣ୍ଡଳୀ, ପାଠକ ଓ ପୃଷ୍ଠପୋଷକ ମାନଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ସ୍ବାଗତ ଭାଷଣ ପ୍ରଦାନକରି ପ୍ରଜାତନ୍ତ୍ର ପ୍ରକାର ସମିତିର ଅଧ୍ୟକ୍ଷ ତଥା ସମ୍ପାଦକ ଭର୍ତ୍ତୃହରି ମହତାବ କହିଥିଲେ ଯେ ପ୍ରଜାତପ୍ରତି ଜନମାନସରେ ରହିଥିବା ବିଶ୍ଵାସ ଆଜି ମଧ୍ୟ ଅତୁଟରହିଛି । ଜନମତକୁ ଜାଗ୍ରତ କରି ବାଟହୁଡ଼ୁଥିବା ଶାସନକଳକୁ ରାସ୍ତାକୁ ଆଣିବା ଏବଂ ସାମାଜିକ ସଚେତନତା ସୃଷ୍ଟି କରିବା କାର୍ଯ୍ୟ ନିରବଚ୍ଛିନ୍ନ ଭାବରେ କରି ଚାଲିଛି ପ୍ରଜାତନ୍ତ୍ର । ଓଡ଼ିଆ ଭାଷା, ସାହିତ୍ୟ ଓ ଅସ୍ମିତା ରକ୍ଷାପାଇଁ ଡକ୍ଟର ମହତାବ ଯେଉଁ ପରିକଚନା କରିଥିଲେ, ପ୍ରଜାତ ଆଜି ମଧ୍ୟ ସେହି ସଂକଳ୍ପ ନେଇ ଅଗ୍ରସର ହେଉଛି । ଅନେକ ଆନ୍ଦୋଳନରେ ପ୍ରଜାତନ୍ତ୍ରର ଭୂମିକାକୁ କେହି ଅସ୍ଵୀକାର କରିପାରିବେନାହିଁ । ସେ ଛାଡ଼ଆନ୍ଦୋଳନ ହେଉ ଅବା ଜରୁରୀ ପରିସ୍ଥିତିକୁ ବିରୋଧ ପ୍ରତିଟିକ୍ଷେତ୍ରରେ ପ୍ରଜ୍ଞାତ ନେଇଥିଲା ଦୃଢ଼ ଓ ଅଗ୍ରଣୀ ନେତୃତ୍ବ । ନିସ୍ଵାର୍ଥପର ଭାବେ ଆଉ ସାମ୍ବାଦିକତା ଦେଇଥୁବାର ଦେଖାଯାଉନଥିବା ବେଳେ ପ୍ରଜାତନ୍ତ କିନ୍ତୁ ନିଷ୍ଠାପର ଭାବେ ନିଜର ଲକ୍ଷ୍ୟରେ ଅଗ୍ରସର ହେଇଛି । ଯାବତୀୟ ପ୍ରତିଦ୍ବନ୍ଦ୍ବତା ସେ ପ୍ରଜାତନ୍ତ୍ର ନିଜକୁ ପ୍ରତିପାଦିତ କରିଆସିଛି ବୋଲି ଶ୍ରୀ ମହତାବ କହିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଥିଲେ, ପ୍ରଜାତନ୍ତ୍ର ଏକ ରାଜନୈତିକ ଅନୁଷ୍ଠାନ ନୁହେଁ, ବରଂ ଏହା ଚନଗଣଙ୍କ ମୁଖପତ୍ର । ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ଏହା ହେଉଛି ଅନ୍ତୁଡ଼ିଶାଳ । ବାଟେଘାଟେରୁ ବ୍ୟଙ୍ଗ ସାମ୍ପ୍ରତିକ ସମାଜ ବ୍ୟବସ୍ଥାକୁ ପ୍ରତିଫଳିତ କରୁଛି । 1983 ଛାତ୍ର ଆନ୍ଦୋଳନ ସମୟରେ ଡକ୍ଟର ମହତାବଙ୍କ ପରାମର୍ଶ ଆଜି ବି ସ୍ମରଣୀୟ ହୋଇରହିଛି । ପ୍ରଜାତନ୍ତ୍ର ଓଡ଼ିଶାର ଜନଜୀବନକୁ ଓ ସମାଳର ପ୍ରତିଟି କ୍ଷେତ୍ରକୁ ସ୍ପର୍ଶ କରିଥିଲା । ସବୁଠି ଦେଖିବାକୁ ମିଳୁଥିଲା ପ୍ରଜାତନ୍ତ୍ରର ପଦଚିହ୍ନ । ଶ୍ରୀ ଆଚାର୍ଯ୍ୟ ଏହି ଅବସରରେ ପ୍ରଜାତନ୍ତ୍ରର ନାଆଁ। ସମଗ୍ର ରାଜ୍ୟରେ ବିସ୍ତାରିତ ହେଉବୋଲି କହିଥିଲେ । ସେହିଗଳି ସମ୍ମାନିତ ଅଡିଥି ରେଭେନ୍ସା ବିଶ୍ଵବିଦ୍ୟାଳୟର କୁଳପତି ଜ, ସଞ୍ଜୟ ନାୟକ କହିଥିଲେ ଯେ ପ୍ରଜାତନ୍ତ୍ର ଆମ ସମସ୍ତଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର । ଏହା ମାଧ୍ୟମରେ ଡକ୍ଟର ମହତାବ ସମଗ୍ର ଓଡ଼ିଶା ପାଇଁ ଯେଉଁ ପରିକଳ୍ପନା କରିଛନ୍ତି ତାହା ଅବିସ୍ମରଣୀୟ ହୋଇ ରହିବ । ଡେରେନ୍ସା ସହିତ ଡକ୍ଟର ମହତାବଙ୍କ ସମ୍ପର୍କ ଏବଂ ତାଙ୍କର ଛାତ୍ରଜୀବନ ସାର୍କରେ ଡକ୍ଟର ନାୟକ ବକ୍ତବ୍ୟ ରଖୁଥିଲେ ।

ସଭାପତି ନ୍ୟାୟମୂର୍ତି ଲକ୍ଷ୍ମୀକାନ୍ତ ମହାପାତ୍ର ନିଜ ବକ୍ତବ୍ୟରେ ସ୍ଵାଧୀନତା ସଂଗ୍ରାମରେ ପ୍ରଜାତନ୍ତ୍ରର ଅବଦାନ ଏବଂ ଏହାର ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ରର ଅଗ୍ରଣୀ ଭୂମିକାକୁ ନେଇ ଚର୍ଚ୍ଚା କରିଥିଲେ। ସେ କହି ଥିଲେ । ଗଣତାତ୍ତ୍ୱିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ବବୋଧତାର ବିଚାରକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛି ପ୍ରଜାତନ୍ତ୍ର । ଓଡ଼ିଶାର ସର୍ବାଙ୍ଗିନ ବିକାଶ କ୍ଷେତ୍ରରେ ଡକ୍ଟର ମହତାବ ଏବଂ ପ୍ରଜାତନ୍ତ୍ରର ଅବଦାନକୁ କେହି କଦାପି ଭୁଲି ପାରିବେନାହଁ । ଉତ୍ସବରେ ସ୍ଵେଚ୍ଛାସେବକ ବାବୁଲି ବେହେରା ଏବଂ ସାମାଳିକ ଅନୁଷ୍ଠାନ ସ୍ବପ୍ନ ଫାଇଣ୍ଡେସନକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ଏଥିରେ ପ୍ରଜାତନ୍ତ୍ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସ୍ମାରକୀ ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ବାଗାଁ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତଳାୟ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

ଦୈନିକ ପ୍ରଜାତନ୍ତ୍ରର ବିକଳ୍ପ ନାହିଁ : ନବୀନ ସମ୍ପାଦକ ରବି ରଥ

କଟକ, (ଆପ୍ର) : ଶୁକ୍ରବାର ଅପରାହ୍ନରେ ଓଡ଼ିଶାର ଗଣମାଧ୍ୟମକୁ ପ୍ରଜାତନ୍ତ୍ରର ଅବଦାନ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ, ଗାନ୍ଧିବାଦୀ ଚିନ୍ତକ ଓ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ଏବଂ ନବୀନର ସମ୍ପାଦକ ରବି ରଥ ଅତିଥି ଭାବେ ଯୋଗଦେଇ ପ୍ରଜାତନ୍ତ୍ରର ପୁରାତନ ଇତିହାସ ସମ୍ପର୍କରେ ଆଲୋକପାତ କରି ପ୍ରଜାତନ୍ତ୍ରର ବିକଳ୍ପ ଓଡ଼ିଶାର କୌଣସି ସମ୍ୱାଦପତ୍ର ହୋଇପାରିବେ ନାହିଁ ବୋଲି କହିଥିଲେ । ନବୀନର ସମ୍ପାଦକ ଶ୍ରୀ ରଥ ତାଙ୍କ ଭାଷଣରେ ପ୍ରଜାତନ୍ତ୍ର ଏକ ସମ୍ୱାଦପତ୍ର ହୋଇଥିଲେ ମଧ୍ୟ ଓଡ଼ିଶାର ଚଳନ୍ତି ଦସ୍ତାବିଜ ବୋଲି ପ୍ରକାଶ କରିଥିଲେ ଏବଂ ଏକ ପୂର୍ଣ୍ଣାଙ୍ଗ ସମ୍ୱାଦପତ୍ର ଭାବେ ପରିଚିତ ଥିଲା ବୋଲି କହିଥିଲେ । ଏହି ସମ୍ୱାଦପତ୍ରରୁ 5 ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ବିଭାଗୀୟ ଅଧିକାରୀ, ବରିଷ୍ଠ ସାମ୍ୱାଦିକମାନେ ସୃଷ୍ଟି ହୋଇପାରିଥିଲେ। ଯେଉଁମାନଙ୍କ କି ସର୍ବଭାରତୀୟ ସ୍ତରରେ ନାମ ଅର୍ଜନ କରିପାରିଥିଲେ। ଗାନ୍ଧିବାଦୀ ନେତା ଶ୍ରୀ ସିଂହ ତାଙ୍କ ଭାଷଣରେ ସ୍ଵାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ, ଗଡ଼ଜାତ ମିଶ୍ରଣ ସମ୍ପର୍କରେ ସୂଚନା ଦେଇ ସ୍ଵର୍ଗତ ହରେକୃଷ୍ଣ ମହତାବଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ । ସାମ୍ୱାଦିକ ଶ୍ରୀ ତ୍ରିପାଠୀ କହିଲେ, ସମ୍ୱଲପୁରରେ ହୀରାଖଣ୍ଡ ପ୍ରତିଷ୍ଠା କରି କୋଶଳ ଭାଷାର ବିକାଶ ପାଇଁ ଡ଼. ମହତାବଙ୍କ ଅବଦାନ ଅତୁଳନୀୟ। କଟକ ସହରରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନବୀନର ସମ୍ପାଦକ ଶ୍ରୀ ରଥଙ୍କ ସମେତ ସମ୍ୱଲପୁରର ବରିଷ୍ଠ ସାମ୍ୱାଦିକ ଶ୍ରୀ ତ୍ରିପାଠୀ, ଗାନ୍ଧୀବାଦୀ ନେତା ଶ୍ରୀ ସିଂହଙ୍କୁ ଉପଢ଼ୌକନ ଓ ଫଳକ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା।