ବିଷମକଟକ ବିଧାୟକଙ୍କ ରଘୁବାରୀ ଗସ୍ତ କରି ଝାଡ଼ାବାନ୍ତିରେ ମୃତକ ପରିବାର ଙ୍କୁ ସାକ୍ଷାତ
ରାୟଗଡା :ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ର ରଘୁଵାରୀ ଡିମ୍ବିରି ଗୁଡ଼ା ପଞ୍ଚାୟତ ବିଷମକଟକ ବିଧାୟକ ନିଳମାଧବ ହିକୋକା ଗସ୍ତ କରି ଡିମ୍ବିରି ଗୁଡ଼ା ପଞ୍ଚାୟତ ର ଚୁଚାଙ୍ଗବାଙ୍ଗୁ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକ ଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ। ଏହି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ପରେ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ।
ବିଧାୟକ ଅମ୍ବାଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ସରକାର ଉଚ୍ଚ ବିଦ୍ୟାଳୟ ରଘୁବାରୀ ସରକାରୀ ଉଚ୍ଚବିଦ୍ୟାଳୟ ଝରଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କରି ଦେଖିଛନ୍ତି। ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ୟା ବିଷୟରେ ଆଲେଚନା କରିଥିଲେ।ରଘୁବାରୀ ଉଚ୍ଚବିଦ୍ୟାଳୟ ରେ ଛାତରୁ ପାଣି ବର୍ଷାପାଣି ଝରୁଥିବା ଦେଖି ଦୁଃଖ ପ୍ରକାଶ କରିଥିଲେ।ଉକ୍ତ ବିଷୟ ରେ ବିଧାୟକ ମୁନିଗୁଡ଼ା ବିଡ଼ିଓ ପ୍ରିତମ କୁମାର ତନ୍ତୀ ଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା କରି ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦ୍ଧେଶ ଦେଇ ଥିଲେ।ଝରଣୀ ପ୍ରାଥମିକ ବିଦ୍ୟାଳୟ ଓ ରଘୁବାରୀ ଉଚ୍ଚବିଦ୍ୟାଳୟ ର ସ୍କୁଲ ଛାତ୍ର ଛାତ୍ରୀ ପିଲାଙ୍କ ପାଇଁ ଖେଳପଡିଆ ନଥିବା ନେଇ ଶିକ୍ଷକମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି ସମାଧାନ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇ ଥିବା ଜଣାପଡ଼ିଛି।ଇନ୍ଦୀରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ କମିଟି ସଭାପତି ସୀମାଞ୍ଚଳପାତ୍ର ପ୍ରତିଟି ଶ୍ରେଣୀ ବୁଲି ବିଧାୟକ ସହ ଛାତ୍ର ଛାତ୍ରୀ ମାନଙ୍କୁ ପରିଚିତ କରିବା ସହ ଉନ୍ନୟନ କାର୍ଯ୍ୟ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।ଗସ୍ତ ବେଳେ ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେରା, ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର, ସ୍ଥାନୀୟ କଂଗ୍ରେସ ଯୁବନେତା ରଜନୀ ପୋଡାଲ , ପଞ୍ଚାନନ କର କରିଆ, ରବି ଟାକ୍ରୀ, ଅମ୍ବାଦଳା ଯୁବ ନେତା ଦିନେଶ ନାଏକ, ପୁଷ୍କର ବାଗ,ରାଜା କର କରିଆ, ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ