November 15, 2024
Share

 

୧-ନିଅଣ୍ଟିଆ ବର୍ଷା ଯୋଗୁ ବଢୁଛି ଚିନ୍ତା, ପଡିଆ ପଡିଛି ଚାଷ ଜମି । ୫୦ ପ୍ରତିଶତ ଚାଷଜମିରେ ଚରୁଛନ୍ତି ଗୋରୁଗାଈ।

 

୨-ମହାନଦୀରେ ବଢୁଛି ଜଳସ୍ତର, ତଳିଆ ଅଞ୍ଚଳରେ ପଶିଲା ପାଣି । ୧୦ ଜିଲ୍ଲାକୁ ସତର୍କ କଲେ ଏସଆରସି।

 

୩-କଟକ: ବିଭିନ୍ନ ସାମାଜିକ ସଂଗଠନ, ପଶ୍ଚିମବଙ୍ଗକୁ ଛାଡିଲେ ନାହିଁ ପରିବା ଗାଡି।

 

୪-କେନ୍ଦ୍ରାପଡାରୁ କେରଳ ଯାଉଥିବା ୩୦୦ ଶ୍ରମିକ ଅଟକ,ଶ୍ରମ ବିଭାଗର ଯାଞ୍ଚ ଆରମ୍ଭ।

 

୫-ଭୁବନେଶ୍ୱର: ମନ୍ତ୍ରୀଙ୍କ ଚେତାବନୀକୁ ଫୁ, ଖୁଚୁରା ବଜାରରେ ଆଳୁ କିଲୋ ୭୦।

 

୬-SCBରେ ବଡ଼ ଅଘଟଣ; କ୍ରେନ୍‌ ଭାଙ୍ଗି ୩ ଶ୍ରମିକ ଗୁରୁତର,ଏସସିବି କାଜୁଆଲଟିରେ ହେଲେ ଭର୍ତ୍ତି।

 

୭-ଜଙ୍କିଆ, ଛଣଗିରି ଗ୍ରାମ:ଦୁଇ ଗୋଷ୍ଠୀ ମୁହାଁମୁହିଁରେ ୧୦ ଆହତ, ରାଜପଥ ଉପରେ ଟାୟାର ଜାଳି ପ୍ରତିବାଦ।

 

୮-ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ, ୨୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ।

 

୯-ଫାଇଲେରିଆ ମୁକ୍ତ ଓଡ଼ିଶା ଅଭିଯାନ: ଆଜିଠୁ ସାମୁହିକ ଔଷଧସେବନ।

 

୧୦-ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ । ଦଳୀୟ କର୍ମୀ ଓ ନେତାଙ୍କ ବଢାଇବେ ଜୋସ୍, ନବୀନଙ୍କ ଗସ୍ତକୁ ନେଇ ଉଠିଲା ବିଭିନ୍ନ ପ୍ରଶ୍ନ।

 

୧୧-ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ଭଗିଆ ଭାରିଯା’, ଭୁବନେଶ୍ୱରରେ ୬ଟି ଶୋ’।

 

୧୨-କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା: ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା।

 

୧୩-ମତଦାନ ଠାରୁ ଗଣତି ଭୋଟ ସଂଖ୍ୟା ଅଧିକ ଅଭିଯୋଗ,EVM ଓ ECIଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କଲା ବିଜେଡ଼ି।

 

୧୪-ହଷ୍ଟେଲ ରୁମରୁ ମିଳିଲା ଆଇଆଇଟି ଗୌହାଟୀ ଛାତ୍ରଙ୍କ ମୃତଦେହ, ତଦନ୍ତ ଜାରି।

 

୧୫-ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ମନ୍ତ୍ରୀ

 

୧୬-ଓଡ଼ିଶାର ୬ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।

 

୧୭-ଓ୍ଵାକଫ୍ ବିଲ୍ ଉପରେ ଯୁଗ୍ମ କମିଟି ପାଇଁ ୨୧ ଜଣ ସଦସ୍ୟଙ୍କ ନାମ ପ୍ରସ୍ତାବ ଗୃହୀତ, ରାଜ୍ୟସଭାରୁ ରହିବେ ୧୦ ଜଣ ସାଂସଦ।

 

୧୮-୧୭ ମାସ ଜେଲରେ ରହିବା ପରେ ତିହାର ଜେଲରୁ ବାହାରିଲେ ମନୀଷ ସିସୋଦିଆ।

 

୧୯-ସରିଲା ବଜେଟ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦର ଉଭୟ ଗୃହ ମୁଲତବୀ।

 

୨୦-ରୁଷ ଉପରେ ବଡ଼ ଆକ୍ରମଣ, ୩୦ କି.ମି ଭିତର ଯାଏଁ ପଶିଲେ ୟୁକ୍ରେନର ୧୦୦୦ ସୈନିକ; ଏମର୍ଜେନ୍ସି ଘୋଷଣା କଲା ପୁଟିନ ପ୍ରଶାସନ।

 

୨୧-ବ୍ରାସିଲିଆ: ବ୍ରାଜିଲରେ ବିମାନ ଦୁର୍ଘଟଣା,୬୨ ଜଣ ମୃତ୍ୟୁବରଣ କରିଥିବା ସୂଚନା।

 

*🙏 ସୁପ୍ରଭାତ 🙏*