June 1, 2025

ରାୟଗଡାରେ ପାଳିତ ହେଲା ବିଶ୍ବ ଆଦିବାସୀ ଦିବସ

Share

 

ରାୟଗଡା : ରାୟଗଡା ସହର ରେ ପାଳିତ ହୋଇଯାଇଛି ବିଶ୍ଵ ଆଦିବାସୀ ଦିବସ ।

ରାୟଗଡା ସହରର ଚାରି ପଟରୁ ଆଦିବାସୀ ପୁରୁଷ ମହିଳା ଓ ଯୁବକ ମାନେ ପାରମ୍ପରିକ ସଙ୍ଗୀତ ନୁତ୍ୟ ପରିବେଷଣ କରି ଆଦିବାସୀ ଲୋକ ମାନେ ବିଶାଳ ଶୋଭାଯାତ୍ରାରେ ବାହାରି ସାରା ସହର ପରିକ୍ରମା କରି ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ପହଁଚି ଥିଲେ । ଆମ୍ବେଦକର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଜିସିଡି ବିଦ୍ୟାଳୟ ଖେଳ ପଡିଆରେ ପହଞ୍ଚି ସେଠାରେ ପୂର୍ବରୁ ଆୟୋଜିତ କରାଯାଇ ଥିବା ବିଶାଳ ଶୋଭାରେ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥି ମାନେ ବିଶ୍ୱ ଆଦିବାସୀ ଦିବସର ପ୍ରମୁଖ ଉଦ୍ଦେଶ୍ୟ ଓ ଏହାର ଏକ ସ୍ୱତନ୍ତ୍ର ଭିତିଭୂମିକୁ ପୁଙ୍ଖାନୁପୁଙ୍ଖ ଭାବେ ନିଜ ନିଜ ବକ୍ତବ୍ୟ କ୍ରମେ ଆଲୋକପାତ କରିଥିଲେ ।

 

ବିଶ୍ୱର ପ୍ରତିଟି କୋଣରେ ଆଦିମ ବାସୀ ଅର୍ଥାତ ଆଦିବାସୀ ଜନଜାତି ବସବାସ କରିଛି। କିନ୍ତୁ, ସେମାନଙ୍କର ସଂସ୍କୃତି,ପରମ୍ପରା ଆଜି ପାଶ୍ଚାତ୍ୟ ଯୁଗରେ କ୍ଷ୍ୟୁର୍ଣ କରାଯାଉଛି। ଆଦିବାସୀଙ୍କ ମୌଳିକ ଅଧିକାର, ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ପରିସ୍ଥିତି କିପରି ସୁଦୃଢ ହେବ ଏବଂ ତାଙ୍କ କଳା, ସଂସ୍କୃତି, ଭାଷା, କୃଷି ଭଳି ବିଭିନ୍ନ ବିଷୟକୁ କେଉଁ ଭଳି ଜୀବିତ ରଖାଯାଇ ପାରିବ ଏହାରି ବିଷୟରେ ଆଲୋକପାତ କରାଯାଇ ଥିଲା ।

 

ଆନ୍ତର୍ଜାତୀୟ ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ରାୟଗଡା ଜିଲ୍ଲାର ହଜାର ହଜାର ଆଦିବାସୀ ଲୋକ ଜିଶିଡି ବିଦ୍ୟାଳୟ ପଡିଆରେ ଏକତ୍ରିତ ହୋଇ ପ୍ରଥମେ ତାଙ୍କ ଇଷ୍ଟ ଦେବତା ଧରତି ପେନୁଙ୍କୁ ଆରାଧନା କରି ଶୋଭା କାର୍ଯ୍ଯ ଆରମ୍ଭ କରିଥିଲେ । ମଞ୍ଚକୁ ପରିଚାଳନା ବିଜୟ କୁମାର ମେଲେକା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ର ବିଭିନ୍ନ ଆଦିବାସୀ ଙ୍କ ଲୋକ ନାଚ ର ଝଲକ ଦେଖିବାକୁ ମିଳିଥିଲା l ପଡସି କୋରାପୁଟ ଜ଼ିଲ୍ଲା ର ବହୁ ଆଦିବାସୀ ନେତା ସରପଞ ଙ୍କୁ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା lଆଜିର କାର୍ଯ୍ୟକ୍ରମରେ ନବନିର୍ବାଚିତ ବିଧାୟକ କାଡ୍ରକା ଆପାଲା ସ୍ବାମୀ, ପୁର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି,କେରଡା ସରପଞ୍ଚ ମୀନାରାଓ, ରାବଲ ମାଝୀ, ଚକ୍ର ଧର ବିଡ଼ିକା,ନରସିଂହ ମଣ୍ଡାଙ୍ଗୀ,ହରିହର ହିମରିକା,,ଗଙ୍ଗା ଧର ପୁଆଲା, ମାଦା ରାଓ କଣ୍ଡଗୋରି,ପୁର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା, ଗଙ୍ଗା ମାଣ୍ଡାଙ୍ଗି ଓ ପ୍ରମୁଖ ଆଦିବାସୀ ନେତା ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ

ରାୟଗଡା ରୁ ଅମୁଲ୍ୟ ନିଶଙ୍କ

You may have missed