October 5, 2024

ଛତ୍ରପୁର ବ୍ଲକ ରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ନୂତନ ସାଂସଦ ପ୍ରଦୀପ ଓ ବିଧାୟକ କୃଷ୍ଣ ଙ୍କ ଯୋଗଦାନ 

Share

 

ଛତ୍ରପୁର-୧୦/୭/୨୪-(ଅରୁଣ କୁମାର ପଣ୍ଡା )ଛତ୍ରପୁର ପଞ୍ଚାୟତ ଅଷ୍ଟମ ସମିତି ବୈଠକ ଅଧକ୍ଷା କିରଣୀ ଦାସ ଙ୍କ ଅଧକ୍ଷତା ରେ ସମିତି ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଉପାଧକ୍ଷା ଏସ ଶାରଦା ରେଡି ବିଡ଼ିଓ ସୁଶାନ୍ତ କୁମାର ବରାଳ ମଞ୍ଚାସିନ ଥିଲେ l ଜି ପି ଓ ଦାୟିତ୍ୱ ରେ ଥିବା ସନ୍ତୋଷ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ନବନିର୍ବାଚିତ ସାଂସଦ ଓ ବିଧାୟକ ଙ୍କୁ ବ୍ଲକ ଓ ପଞ୍ଚାୟତ ପ୍ରତିନିଧି ମାନେ ସମ୍ବର୍ଦ୍ଧନା ଦେଇଥିଲେ ବୈଠକରେ l ଅଫିସର ଏବଂ ନିର୍ବାଚିତ ପ୍ରତିନିଧି ଙ୍କ ମଧ୍ୟରେ ଯାହା ଅତୀତ ସରକାର ରେ ରହିଥିଲା ଏବଂ ମତେ ଦଳରୁ ବହିଷ୍କାର କରାଯାଇଥିଲା ବୋଲି ସାଂସଦ ମତବ୍ୟକ୍ତ କରିଥିଲେ l ମତେ ସଂଘର୍ଷ କରିବାକୁ ପଡିଥିଲା l ନୁଆଁ ଦଳ ବିଜେପି କୁ ଯାଇ ଲଢ଼ିଲି ଏବଂ ନିର୍ବାଚିତ ହେଲି l ତେଣୁ ଅଫିସର ଓ ନିର୍ବାଚିତ ପ୍ରତିନିଧି ଙ୍କ ମଧ୍ୟରେ ସନମାନ ସହ ସମନ୍ୱୟ ରହିବା ଦରକାର l ନିର୍ବାଚିତ ପ୍ରତିନଧିଙ୍କ ପଦମର୍ଯ୍ୟାଦା ଯେତେ ବଢିବ ସେତେ ଗଣତନ୍ତ୍ର ସୁଦୃଢ ହୋଇ ପାରିବ l ସମସ୍ତ ଙ୍କ ସହଯୋଗ ରେ ଛତ୍ରପୁର ବ୍ଲକ ଏକ ଆଦର୍ଶବ୍ଲକ ହେବ l ଅନ୍ୟ 21ଟି ବ୍ଲକ ଏହି ଉଦାହରଣ ନେଇ କାର୍ଯ୍ୟ କରିବେ ବୋଲି ସାଂସଦ କହିଥିଲେ l କେନ୍ଦ୍ରୀୟ ପ୍ରକଳ୍ପ ସାଙ୍ଗକୁ ରାଜ୍ୟ ସରକାର ଙ୍କ ବିଭିର୍ଣ୍ଣ ଆପଣଙ୍କ ମତାମତ କୁ ଗୁରୁତ୍ୱ ଦିଆଯାଇ କେନ୍ଦ୍ରୀୟ ପ୍ରକଳ୍ପ ସାଙ୍ଗକୁ ରାଜ୍ୟ ସରକାର ଙ୍କ ନିକଟକୁ ଛତ୍ରପୁର ଅଞ୍ଚଳ ର ଆବଶ୍ୟକତା ପ୍ରକଳ୍ପ କୁ ଉପସ୍ଥାପନା କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ସାଂସଦ କହିବା ସହ ମେଟ୍ରିକ ପରେ ପାଠ ଛାଡି ରାଜ୍ୟ ଓ ଦେଶ ବାହାରକୁ ଯାଉଥିବା ଯୁବକ ଯୁବତୀ ମାନଙ୍କ ତାଲିକା ଗାଁ ରେ ପ୍ରସ୍ତୁତ କରି ରଖିବା ପାଇଁ କହିଥିଲେ l ପ୍ରାଚୁର୍ଯ୍ୟ ମଧ୍ୟରେ ଦରିଦ୍ର୍ୟତା ର ସମାଧାନ କରିବାର ଆବଶ୍ୟକତା ଥିବା କହିଥିଲେ l ମେଗା ପାନୀୟ ଜଳ ର ଅଗ୍ରଗତି ହେଉନଥିବା ପଞ୍ଚାୟତ ପ୍ରତିନିଧି ମାନେ ସାଂସଦ ଓ ବିଧାୟକ କୁ ଜଣାଇବା ସହ କଲେଜ ଛକ ଏବଂ ଡି ଆର ଡି ଏ ଛକ ରେ ଫ୍ଲାଇଓଭର ବ୍ରିଜ ନିର୍ମାଣ ପ୍ରସଙ୍ଗ ଉପରେ ଜ଼ିଲ୍ଲା ପରିଷଦ ସଦସ୍ୟ ଏମ ଧନଞ୍ଜୟ ରେଡି ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସରକାର ଙ୍କ ଯୋଜନା ତୃଣ ମୂଳ ସ୍ତର ରେ କିପରି ପହଞ୍ଚିବା ନେଇ ଆମେ ସମସ୍ତେ ମିଶି କାର୍ଯ୍ୟ କରିବା ଦଳ ମତ ନିର୍ବିଶେଷରେ ବୋଲି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଥିଲେ l ବ୍ଲକ ଅଧକ୍ଷା ଓ ଉପାଧକ୍ଷା ବ୍ଲକ ର ଉର୍ଣ୍ଣୟନ କାର୍ଯ୍ୟରେ ସମସ୍ତ ଙ୍କ ସହଯୋଗ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ l ସମସ୍ତଙ୍କ ସହଯୋଗ ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନ ପୂରଣ ହୋଇପାରିବ ବୋଲି ବିଡ଼ିଓ ସୁଶାନ୍ତ ବରାଳ କହିଥିଲେ l ସୁନ୍ଦରପୁର ଡାକ୍ତରଖାନା କୁ ଡାକ୍ତର ଆସୁନଥିବା, କାଳୀ ପଲ୍ଲୀ ରେ ଜନସାଧାରଣ କୀଡୀନି ରୋଗରେ ଆକ୍ରାନ୍ତ ସଂକ୍ରାନ୍ତୀୟ ରିପୋର୍ଟ ନେଇ ବୈଠକ ରେ ଆଲୋଚନା ହୋଇଥିବା ବେଳେ ପାନୀୟ ଜଳ ସ୍ୱାସ୍ଥ୍ୟ ଉପରେ ଗୁରୁତର ସହ ଆଲୋଚନା କରିଥିଲେ ପାଞ୍ଚାୟତ ପ୍ରତିନିଧି ମାନେ l ଏହି ବୈଠକ ରେ ସମିତି ସଭ୍ୟ ଏସ ଚକ୍ର ପାଣି ରେଡି, ଜ଼ିଲ୍ଲା ପରିଷଦ ସଦସ୍ୟ ଏମ ଧନଞ୍ଜୟ ରେଡି, ସରପଞ୍ଚ ବି ସୁଦାମ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l