October 5, 2024

ନାଳ ପାଣି ଜମୁଛି, ଅଭିଯୋଗ ପରେବି ଜିଲ୍ଲା ପ୍ରଶାସନ ନୀରବ,ମହାମାରୀକୁ ନିମନ୍ତ୍ରଣ !

Share

ସମ୍ବଲପୁର,ତା.୧୦.୦୭: ଏହି କିଛି ଦିନ ତଳେ ହଇଜା ବ୍ୟାପିଥିଲା ସମ୍ବଲପୁର ଜିଲ୍ଲାରେ।ଡେଙ୍ଗୁ ମ୍ୟାଲେରିଆର ମଧ୍ୟ ପ୍ରକୋପ ଲାଗିରହିଛି। ଜଣ୍ଡିସର ଆତଙ୍କ ଖେଲିଛି। ମହାନଗର ନିଗମ କିନ୍ତୁ ଚୁପ୍ ଚାପ୍ ବସିଛି।ଦାୟିତ୍ୱ,କର୍ତ୍ତବ୍ୟ ନିଷ୍ଟା କିମ୍ବା ଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ।

 

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ଯାଏ ନାଳ ନର୍ଦ୍ଦମା ସଫା ହୋଇ ପାରିଲାନି। ଯେଉଁଠି ଦେଖିବ ନାଳ ନର୍ଦ୍ଦମା ର ପାଣି ଜମିରହୁଛି lମହାନଗର ପ୍ରଶାସନ ସେସବୁ ଅଞ୍ଚଳ ଚିହ୍ନଟ କରି ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ବ କରିବା କଥା।ତାହାବି ହେଉନି କି ଅଭିଯୋଗ କାରୀଙ୍କୁ ବିଶ୍ୱାସକୁ ମଧ୍ୟ ନେଉନି।ଫଳରେ ପ୍ରଶାସନିକ ଅପାରଗତାରେ ଛନ୍ଦି ହୋଇଛନ୍ତି ଜନତା।ଜଳ ନିଷ୍କାସନ କରି ମଶା ତେଲ ସ୍ପ୍ରେ କରିବା କଥା।ତାହାବି ହେଉନି।ମଶା ମାଛିଙ୍କ ଦୌରାତ୍ମ୍ଯକୁ ରୋକିବାକୁ ନିୟମିତ ଭାବରେ ସହରର ଜନବସତି ଅଞ୍ଚଳରେ ଠିଫା ଗ୍ୟାସ ସ୍ପ୍ରେ କରିବା କଥା ଯାହାକି ମୋଟେ ହେଉନାହିଁ l ଅଥଚ ଏହା ନାମରେ ବିଲ୍ ଉଠୁଥିବା ଫାଇଲ୍ ଦେଖିଲେ ସ୍ପଷ୍ଟ ଜଣାଯିବ।ଜନତା ନୀରବ ଦ୍ରଷ୍ଟା ସାଜିଥିବା ଓ ପ୍ରଶାସନ ତେଲିଆଙ୍କୁ କବ୍ଜା କରି ତୋର ଅଧେକୁ ମୋର ଅଧେ ବାକି ସବୁ ରାଧେ ରାଧେ ନିତି ଆପଣେଇ ଥିବାରୁ ସମ୍ବଲପୁର ପ୍ରଗତି ରସାତଳ ଗାମୀ ହେବାକୁ ବସିଛି।

 

ଦେଖିବାକୁ ଗଲେ ଜେଲଛକରୁ ଧନୁପାଲି ରାସ୍ତାର ନିର୍ମାଣ ବର୍ଷାଧିକ ହେଲା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏଣେତେଣେ ନାଳ ପାଣି ଜମିରହୁଛି l ଚାରଭାଟି ପାଖରେ ଗୋଟିଏ ପଟେ ନାଳ ନର୍ଦ୍ଦମା ପାଣି ଦୀର୍ଘ ଦିନହେଲା ଜମିରହିଛି l ନର୍ଦ୍ଦମା ପାଣି ଘର ଭିତରେ ବି ପଶି ସାରିଲାଣି।ତଥାପି ମହାନଗର ପ୍ରଶାସନଙ୍କ ଚେତା ପଶିନି।କ୍ଷତିଗ୍ରସ୍ତ ଅଞ୍ଚଳବାସୀ ବାରମ୍ବାର ଅବଗତ କରେଇ ଓ ଲିଖିତ ଭାବେ ଜଣାଇବା ସତ୍ତ୍ୱେ ଅଧିକାରୀ ମାନେ କେଉଁ କାରଣରୁ ସୁବିଧାବାଦି ଭଳି ରହିଛନ୍ତି ତାହାହିଁ ଆଶ୍ଚର୍ଯ୍ୟ କରିଛି ଜନତାଙ୍କୁ।କେବଳ ମାତ୍ର ପାଣି ମୋଟର ପମ୍ପ ଲଗେଇ, ଲୋକ ଦେଖାଣିଆ ଭାବରେ ଜମି ରହୁଥିବା ଆବର୍ଜନା ଡ୍ରେନ ପାଣିକୁ ରାସ୍ତା ଉପରେ ଛାଡି ନିଜର ବାହାଦୁରି ନେବାକୁ ଆଗଭର ହେଉଛନ୍ତି।ଯାହାକି ଆଇନ ବିରୁଦ୍ଧ ତାହାହିଁ ପ୍ରଶାସନ କରୁଛି।ଜନ ସମାଗମ ଅବା ଜନତା ବ୍ୟବହାର କରୁଥିବା ରାସ୍ତାରେ କୌଣସି ଅପବ୍ୟବହାର ସାମଗ୍ରୀ,ଦ୍ରବ୍ୟ ଅବା ଦୂଷିତ ଜଳ ବୁନ୍ଦାଏ ପକାଇବାକୁ ମଧ୍ୟ ନିୟମ ନାହିଁ।ଏହାର ବିରୁଦ୍ଧାଚରଣ କଲେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବାର ପ୍ରକ୍ରିୟା ଥିଲେ ମଧ୍ୟ ଓଡିଶାରେ ଏହାର ଗୋଟିଏ ମଧ୍ୟ ଦୃଷ୍ଟାନ୍ତ ନାହିଁ।ଫଳରେ କମିଶନି କାରବାର ରାଜ୍ୟ ପ୍ରଗତିର ଏକ ଫମ୍ପା ଆବାଜରେ ସୂଦୁରପ୍ରସାରୀ ହୋଇଛି। ଏହାକୁ ଯଦି ନୂଆ ସରକାର ରୋକି ପାରିଲା ତେବେ ପ୍ରଗତି ହାତ ପାହାନ୍ତାରେ ହେବ।ତେବେ ବି ସରକାର ପରିବର୍ତ୍ତନ ହୋଇ ସମସ୍ୟାର ସମାଧାନ ନହେବା କିମ୍ବା ଏଥିପାଇଁ କୌଣସି ପ୍ରତିକାର ବ୍ୟବସ୍ଥା ନକରିବା ପଛରେ କାରଣ କ’ଣ ତାହା ସ୍ପଷ୍ଟ ବୁଝିହେଉ ନାହିଁ।

 

ଏଭଳି ଗୁରୁତର ସମସ୍ୟାକୁ ନେଇ ବିଜେପିର ପୁର୍ବତନ ସମ୍ବଲପୁର ଜିଲ୍ଲା ସଭାପତି ତଥା ସ୍ୱେଚ୍ଛାସେବୀ ସଂଗଠନ ସକ୍ଷମର ସୂର୍ଯ୍ୟ ପାଣିଗ୍ରାହୀ ଅଭିଯୋଗ ଆଣି ମହାମାରୀ ଭଳି ବିଭିନ୍ନ ରୋଗକୁ ନିମନ୍ତ୍ରଣ ନକରି ବିକଟାଲ ରୂପକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସିବାକୁ ଏହା ଯଥାର୍ଥ ସମୟ ବୋଲି କହିଛନ୍ତି।ଏଭଳି ଅଭିଯୋଗକୁ ନେଇ ସମଗ୍ର ଜନତା ମଧ୍ୟ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି।