April 3, 2025

ରାଜ୍ୟ ଶିକ୍ଷା ଉପନିର୍ଦ୍ଦେଶିକାଙ୍କ ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିର୍ଦଶନ

Share

ରାଜ୍ୟ ଶିକ୍ଷା ଉପନିର୍ଦ୍ଦେଶିକାଙ୍କ ୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିର୍ଦଶନ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିର୍ଦଶନ କରିଛନ୍ତି ରାଜ୍ୟ ଶିକ୍ଷା ବିଭାଗ ଉପନିର୍ଦ୍ଦେଶକା ନଳିନୀ କୁମାରୀ ସାହୁ।ଏହି ପରିଦର୍ଶନସମୟରେ ସେ ପ୍ରଥମେ ସ୍ମାର୍ଟ ଶ୍ରେଣୀଗୃହ, ଛାତ୍ରଛାତ୍ରୀ ଶୈଚାଳୟ, ଲାଇବ୍ରେରୀ, ବିଦ୍ୟାଳୟରେ ସ୍ବଛ ପାନୀୟଜଳ ବ୍ୟବସ୍ଥା, ବିଜ୍ଞାନ ଶ୍ରେଣୀ ଗୃହ, ଶିକ୍ଷକଙ୍କ ସାଧାରଣ ଗୃହ, ପ୍ରଧାନଶିକ୍ଷକ ପ୍ରକୋଷ୍ଠ ଆଦି ବୁଲି ଦେଖିବା ସହ ବିଦ୍ୟାଳୟ ସମସ୍ତ କାର୍ଯ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଠିକ୍ ରୂପେ ହୋଇଥିବା ହେତୁ ଖୁସିବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରୀମତୀ ସାହୁଙ୍କ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ବିଦ୍ୟାଳୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।ଏହି ପରିଦର୍ଶନ ସମୟରେ ରାଜ୍ୟ ସମ୍ମାନୀତ ଶିକ୍ଷା ସଂଯୋଜକ ଅଶୋକ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭୂଜନଲାଲ ମାଝି, ଦିଲ୍ଲୀପ କୁମାର ସାବତଙ୍କ ସମେତ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା