ପ୍ରଥମ ସୋମବାର, ବୁଦ୍ଧଖୋଲ ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ
ପ୍ରଥମ ସୋମବାର, ବୁଦ୍ଧଖୋଲ ଶୈବପୀଠରେ କାଉଡିଆଙ୍କ ଜଳାଭିଷେକ
ବୁଗୁଡ଼ା : ତା ୧୦/୦୭/୨୩ : ସ୍ଥାନୀୟ ପ୍ରସିଦ୍ଧ
ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ପ୍ରଥମ
ସୋମବାର ଦିନ କାଉଡିଆଙ୍କ ଭିଡ ଦେଖବାକୁ ମିଳିଛି ।
ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ
ଦେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି
। ବୁଗୁଡା ଅଞ୍ଚଳର ଶହ ଶହ କାଉଡିଆ ରୁଷିକୁଲ୍ୟା
ନଦୀରୁ ଜଳ ଘେନି ବୁଦ୍ଧଖୋଲସ୍ଥ ପଞ୍ଚଶମ୍ଭୁଙ୍କଠାରେ ଜଳାଭିଷେକ କରିଛନ୍ତି । ଅନରୂପ ଭାବେ ଏଠାକାର କୁବେରେଶ୍ବରଙ୍କ ଠାରେ ମଧ୍ୟ ବହୁ କାଉଡିଆ ଜଳାଭିଷେକ କରିଛନ୍ତି ।