ସକାଳର ଖବର
╭─────────────────────╮
🌄, ୧୦-ଜୁଲାଇ-୨୦୨୩, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିବେ।
➡️୨-ଓଡ଼ିଶାକୁ ଭେଟି ଦେଲା ରାଜ୍ୟର ପ୍ରଥମ AI ନ୍ୟୁଜ୍ ଆଙ୍କର: ଓଡ଼ିଆ ଓ ଇଂଲିଶରେ ନ୍ୟୁଜ୍ ପଢିବେ AI ଆଙ୍କର ‘ଲିସା’ ।
➡️୩-ସୋସିଆଲ ମିଡ଼ିଆ ପ୍ଲାଟଫର୍ମ Threadରେ ୟୁଜରଙ୍କ ସଂଖ୍ୟା ୯କୋଟିକୁ ପାର, ଏବେ ଟ୍ୱିଟର ଲାଗି ହେବ ବିପଦ l
➡️୪-ରାଷ୍ଟ୍ରପତି ଭବନରେ ଆଜିଠାରୁ ଦୁଇଦିନିଆ ଆରମ୍ଭ ହେବ ଭିଜିଟର୍ସ କନଫରେନ୍ସ୨୦୨୩ l ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍ଘାଟନ କରିବେ l
➡️୫-କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ଆରମ୍ଭ ହେଲା କାମ l ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍(ଡିଏମ୍ଆର୍ସି) ସଂସ୍ଥା ‘ଜିଓ ଟେକ୍ନିକାଲ ଇନ୍ଭେଷ୍ଟିଗେସନ’ କଲା ଆରମ୍ଭ l
➡️୬-ସମୁଦ୍ରରେ ପ୍ରତିବର୍ଷ ପକାଯାଉଛି ବିଲିୟନ ବିଲିୟନ ଟନ୍ ପ୍ଲାଷ୍ଟିକ୍, ୪୦୦ ସ୍ଥାନ ହେଲା ଏବେ ଡେଡ୍ ଜୋନ୍ l
➡️୭-ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି l ୧୭ ଟ୍ରେନ୍ ବାତିଲ୍, ଟ୍ରାକ୍ରୁ ପାଣି ସଫା ପାଇଁ ଚାଲିଛି ପମ୍ପ୍ l
➡️୮-ବର୍ଷାରେ ବେହାଲ ଉତ୍ତର ଭାରତ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା l ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ୧୫ ଜଣଙ୍କ ହେଲା ମୃତ୍ୟୁ l
➡️୯-ମଞ୍ଚେଶ୍ବରରେ ଗତକାଲି ରାତିଅଧିଆ ଆତଙ୍କ: ଜଳିଗଲା ସରକାରୀ ଔଷଧ ଗୋଦାମ l ଗୋଦାମରେ ଗଚ୍ଛିତ ରହିଥିବା ବିପୁଳ କୋଭିଡ୍ ଔଷଧ ଓ କିଟ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି।
➡️୧୦-ଫିଲ୍ମ ଆଦିପୁରୁଷ : ବକ୍ସ ଅଫିସରେ ହେଲା ଫ୍ଲପ, ୟୁଟ୍ୟୁବରେ ହିଟ୍ l କିଛି ଘଣ୍ଟା ମଧ୍ୟରେ ଦେଖିଲେ ୨ମିଲିୟନରୁ ଅଧିକ ଲୋକ l
➡️୧୧-ଥାଇଲାଣ୍ଡ ରେ ଏକ୍କାଚାଇ ଏବଂ ଲକ୍ସାନା ୫୮ ଘଣ୍ଟା ୩୫ ମିନିଟ ପର୍ଯ୍ୟନ୍ତ Kiss କରୁଥିଲେ ଦୁଇ ଦମ୍ପତ୍ତି, ଗିନିଜ ବୁକ ଅଫ ରେକର୍ଡରେ ମିଳିଲା ସ୍ଥାନ l
➡️୧୨-ଦିଲ୍ଲୀରେ ଏଣିକି ଲାଗୁ ହେବ ଗୁଜରାଟ ଆଇନ l ପୋଲିସକୁ ମିଳିବ ଅଧିକ କ୍ଷମତା, ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଲେ LG l
➡️୧୩-ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନୀ ହେଲେ ଗିରଫ l
➡️୧୪-ହନି ଟ୍ରାପ୍ର ତାଲିମ କେନ୍ଦ୍ର ପାଲଟିଛି ପାକିସ୍ତାନ ସେନାର ମୁଖ୍ୟାଳୟ ରାୱଲପିଣ୍ଡି, ତାଲିମ ଦେଉଛି ଆଇଏସ୍ଆଇ l
➡️୧୫-ପଶ୍ଚିମବଙ୍ଗରେ ହିଂସା ଯୋଗୁ ପଞ୍ଚାୟତ ନିର୍ବାଚନ ହେଲା ବ୍ୟାହତ l ୬୦୦ରୁ ଅଧିକ ବୁଥ୍ରେ ପୁଣିଥରେ ହେବ ଭୋଟିଂ l
➡️୧୬-ଜମ୍ମୁ କଶ୍ମୀର ଓ ଲଦାଖରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାର ପାତ; ୨ ଯବାନଙ୍କ ସମେତ ୫ ମୃତ l
➡️୧୭-ଆମେରିକାର ଡ୍ରୋନ୍ ଆକ୍ରମଣରେ ଇସଲାମିକ୍ ଷ୍ଟେଟର ପ୍ରମୁଖ ଆତଙ୍କୀ ନେତା ଅସାମାହ ଅଲ-ମୁହାଜିର ହେଲା ନିପାତ l
➡️୧୮-ଲିଡ୍ସରେ ଇଂଲଣ୍ଡର ରୋମାଞ୍ଚକ ବିଜୟ l ଏଜବାଷ୍ଟନ୍ ଏବଂ ଲର୍ଡସରେ ହାରିଯିବା ପରେ ଇଂଲଣ୍ଡ ଦଳ ସମାନ ପରିସ୍ଥିତିରେ ଥାଇ ଲିଡ୍ସ ଟେଷ୍ଟକୁ ଜିତିଯାଇଛି। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ବିଶ୍ବ ବିଜେତା ଅଷ୍ଟ୍ରେଲିଆ କିନ୍ତୁ ୨-୧ରେ ଆଗୁଆ ରହିଛି।
➡️୧୯-ବାଂଲାଦେଶ ଗସ୍ତରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଗତକାଲି ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୋଲରଙ୍କ କଂଜୁସ ବୋଲିଂ ପରେ ହର୍ମନପ୍ରୀତ୍ କୌରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଭାରତ ୭ ୱିକେଟ୍ରେ ବିଜୟୀ ହୋଇଛି।
➡️୨୦-ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରି ସାରିଥିବା ଶ୍ରୀଲଙ୍କା ଦଳ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଟ୍ରଫି ସହ ଭାରତ ଗସ୍ତ ପୂର୍ବରୁ କଲା ଆତ୍ମବିଶ୍ବାସ ଅର୍ଜନ l ଜିତିଲା ବିଶ୍ବକପ୍ କ୍ବାଲିଫାୟାର୍ସ ଟ୍ରଫି l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଶ୍ରାବଣ ସୋମବାର ll
🔅ଆଜି ସମଗ୍ର ବିଶ୍ୱରେ ମାତା ସୁରକ୍ଷା ଦିବସ ll
🔅ଆଜି ବିଶ୍ୱ ଶକ୍ତି ସ୍ୱାଧୀନତା ଦିବସ ll
🔅ଆଜି ଆନ୍ତର୍ଜାତୀୟ ଟାଉନ୍ କ୍ୟାରିଅର୍ ଦିବସ ll
🔅ଆଜି ଜାତୀୟ ବିଲେଇ ଦିବସ ll
🔅ଆଜି ୨୩ ତମ ଜାତୀୟ ମତ୍ସ୍ୟ କୃଷକ ଦିବସ ll
🔅ଆଜି ଶ୍ରୀ ସୁନୀଲ ମନୋହର ଗାଭାସ୍କରଙ୍କ ଜନ୍ମଦିନ ll
🔅ଆଜି ଶ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll