November 22, 2024

ମଲାଡ଼ ଗ୍ରାମରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର..

Share

 

ଗଞ୍ଜାମ :ମଲାଡ଼ ଗ୍ରାମ ପଞ୍ଚାୟତ ଏବ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମର ଚୈତନ୍ୟ ଠାକୁର କୋଠଘର ପରିସରରେ ଅନୁଷ୍ଠିତ କରାଯାଇଛି l ଉକ୍ତ ଶିବିରକୁ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ମମତା ବେହେରା ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।

ସରପଞ୍ଚ ଶ୍ରୀମତି ବେହେରା ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟର ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶୁଭଶ୍ରୀ ସେଠି (ଚିଫ ଅପଟୋମେଟ୍ରିଷ୍ଟ), ଗାୟତ୍ରି ସେଠି (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି ଉପସ୍ଥିତ ହୋଇ ସହ କାର୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କ କରାଯାଇଥିଲା । ମୋଟ ୫୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ୧୦ ଙ୍କୁ ଚଷମା ଦିଆ ଯାଇଥିଲା । ମୋଟ ୧୫ ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା l ସେମାନଙ୍କ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ନିମନ୍ତେ ହସ୍ପିଟାଲ୍ କୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ୭ ଜଣଙ୍କର ରେଟିନା ଚେକଅପ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବି ସୁଦାମ ବେହେରା,ଗ୍ରାମ୍ୟ ସଭାପତି ରାମୁଡୁ ପଦ୍ମନାଭ , ଗ୍ରାମ୍ୟ କମିଟି ସମ୍ପାଦକ ମୁନା ମହାରଣା ପ୍ରମୁଖଙ୍କ ସହ ଏସ୍.ଏଚ.ଜି.,ସି.ଆର.ପି ଷ୍ଟାଫ ମାନେ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)