September 29, 2024

ଝିଅକୁ ଫେରିପାଇବା ପାଇଁ ମାର ଆକୁଳ ନିବେଦନ…

Share

ପୁରୀ ( ରମେଶ ସାହୁ)ଶୁଣୁନି ସତ୍ୟବାଦୀ ପୋଲିସ, ଶେଷରେ ଝିଅର ମାଆ କୁ ନେଇ ଶିଶୁ ସୁରକ୍ଷାଧିକାରୀଙ୍କ ନିକଟରେ ଗୁହାରି କରିଲେ ମାନବାଧିକାର କର୍ମୀ ଓ ସମାଜସେବୀ।
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାଜଲକ୍ଷ୍ମୀ ଦୀକ୍ଷିତ ବାଙ୍କିରେ ବିବାହ କରିଥିଲେ।ତାଙ୍କର ଗୋଟିଏ କନ୍ୟା ସନ୍ତାନ ହେବା ପରେ ସ୍ୱାମୀଙ୍କର ବିୟୋଗ ହୋଇଥିଲା l ବାଙ୍କୀରୁ ଆସି ନିଜ ଝିଅକୁ ବାପା ଜୋଗୀବନ୍ଧୁ ଦୀକ୍ଷିତ ଓ ସାବତ ମାଆ ବିଳାସିନୀ ଦୀକ୍ଷିତଙ୍କ ନିକଟରେ ଛାଡି ନିଜେ କଟକରେ କାମକରି ଝିଅର ଲାଳନ ପାଳନ ପାଇଁ ପଇସା ଦିଅନ୍ତି ବର୍ତ୍ତମାନ ଝିଅ ସିଦ୍ଧିଶ୍ରୀ ନବମ ଶ୍ରେଣୀରେ ପଢୁଛି l ବର୍ତ୍ତମାନ ରାଜଲକ୍ଷ୍ମୀ ଝିଅ ସିଦ୍ଧିଶ୍ରୀକୁ ପାଖକୁ ନେବାକୁ ଚାହୁଁଥିବା ବେଳେ ରାଜଲକ୍ଷ୍ମୀ ଙ୍କ ବାପା ଏବଂ ସାବତ ମାଆ ସିଦ୍ଧିଶ୍ରୀ କୁ ଛାଡିବା ତ ଦୂରର କଥା ରାଜଲକ୍ଷ୍ମୀ ସହିତ ଦେଖାବି କରେଇ ଦେଉନାହାନ୍ତି l ରାଜଲକ୍ଷ୍ମୀ ସତ୍ୟବାଦୀ ଥାନାକୁ ବାରମ୍ବାର ଯାଇ ବିଫଳ ହେବାପରେ ରାଜଲକ୍ଷ୍ମୀ ମାନବାଧିକାର କର୍ମୀ ସ୍ୱୟଂପ୍ରଭା ସାହୁ, ସମାଜସେବୀ ସୁନିତା ପଟ୍ଟନାୟକ, ଚନ୍ଦ୍ରକାନ୍ତି ମହାନ୍ତିଙ୍କୁ ନେଇ ସତ୍ୟବାଦୀ ଥାନାକୁ ଯାଇଥିଲେ, ସେଠାରେ କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ସ୍ଵଂୟପ୍ରଭା, ଚନ୍ଦ୍ରକାନ୍ତି ଓ ସୁନିତା ରାଜଲକ୍ଷ୍ମୀ ଙ୍କୁ ନେଇ ଶିଶୁ ସୁରକ୍ଷା
ଅଧିକାରୀଙ୍କୁ ଦୁଃଖ ଜଣାଇଥିଲେ l ଶିଶୁ ସୁରକ୍ଷା ଅଧିକାରୀ ସାତଦିନ ଭିତରେ ଝିଅକୁ ଆଣି ଉତ୍କଳ ବାଳାଶ୍ରମରେ ସୁରକ୍ଷିତରେ ରଖିବେ ବୋଲି ନିର୍ଭର ପ୍ରତିଶୃତି ଦେବାପରେ ରାଜଲକ୍ଷ୍ମୀ ଫେରିଥିଲେ।